ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ୧୩୭ ତମ ଜନ୍ମ ମହୋତ୍ସବ ପାଳନ ପାଇଁ ପ୍ରସ୍ତୁତି ବୈଠକ,

ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ୧୩୭ ତମ ଜନ୍ମ ମହୋତ୍ସବ ପାଳନ ପାଇଁ ପ୍ରସ୍ତୁତି ବୈଠକ,
ଶୁଭମ ବାର୍ତ୍ତା :- କଳାହାଣ୍ଡି ଜିଲ୍ଲା ନର୍ଲା ସହର ରେ ଥିବା ସତ୍ ସଙ୍ଗ କେନ୍ଦ୍ର ରେ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ୧୩୭ ତମ ଜନ୍ମ ମହୋତ୍ସବ ପାଳନ କୁ ନେଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ ବୈଠକ ରେ ଆଗାମୀ ୯ ତାରିଖ ରବିବାର ଦିନ ପାଳନ ହେବାକୁଥିବା ଉତ୍ସବ କିପରି ସୁରୁଖୁରୁ ରେ ସମ୍ପନ୍ନ ହେବ, ସେ ବିଷୟରେ ଆଲୋଚନା କରି ସମସ୍ତଙ୍କୁ ଭିନ୍ନ ଭିନ୍ନ ଦାୟିତ୍ଵ ବଣ୍ଟନ କରାଯାଇ ଥିଲା।ଜନ୍ମ ବାର୍ଷିକ ଉତ୍ସବ କୁ ମହା ଆଡ଼ମ୍ବର ସହିତ ପାଳନ କରିବା ସହିତ ଏକ ମେଡିକାଲ୍ କ୍ୟାମ୍ପ କରି ଲୋକଙ୍କୁ ମାଗଣା ରେ ଚିକିତ୍ସା ଯୋଗାଇ ଦେବାର ବ୍ୟବସ୍ଥା କରିବାକୁ ବୈଠକ ରେ ନିଷ୍ପତି ନିଆଯାଇଥିଲା । ଉକ୍ତ ବୈଠକ ରେ ସଭାପତି ଦୁଃଖିନ୍ଦ୍ର ସାହୁ, ଉପ ସଭାପତି ସରୋଜ୍ ଜେନା, ବଦ୍ରି ନାରାୟଣ ନାଗ୍, ହୃଷୀକେଶ୍ ଭୋଇ,ଓ ଅନ୍ୟ ସଦସ୍ୟ ବୃନ୍ଦ ଉପସ୍ଥିତ ଥିଲେ।ଏହି ଉତ୍ସବ କୁ ଜାତି, ଧର୍ମ, ବର୍ଣ୍ଣ, ସମ୍ପ୍ରଦାୟ, ନିର୍ବିଶେଷରେ ସ ପରିବାର ଯୋଗ ଦେବାକୁ ନିବେଦନ କରିଛନ୍ତି ଉକ୍ତ କମିଟି ର ସଦସ୍ୟ ବୃନ୍ଦ।
ନର୍ଲା ରୁ ଜଗତ ରାମ୍ ସାହୁ ଙ୍କ ରିପୋର୍ଟ୍ ଶୁଭମ୍ ବାର୍ତ୍ତା
What's Your Reaction?






