ବିବେକ ସାହିତ୍ୟ ପରିବାର ତରଫରୁ କବି ସମ୍ମିଳନୀ ଓ କବିତା ପାଠଉତ୍ସବ,

Dec 25, 2024 - 18:35
 0  38
ବିବେକ ସାହିତ୍ୟ ପରିବାର ତରଫରୁ କବି ସମ୍ମିଳନୀ ଓ କବିତା ପାଠଉତ୍ସବ,

ବିବେକ ସାହିତ୍ୟ ପରିବାର ତରଫରୁ କବି ସମ୍ମିଳନୀ ଓ କବିତା ପାଠଉତ୍ସବ,

ଶୁଭମ ବାର୍ତ୍ତା :- ଭବାନୀପାଟଣା : ତା 25/12/2024 ରିଖ ସାହିତ୍ୟ ଓ ସମାଜର ସମ୍ପର୍କ ଅତି ନିବିଡ଼ | ସୃଷ୍ଟି ର ଆବାହନ କାଳରୁ ସାହିତ୍ୟ ସହିତ ସମାଜର ଘନିଷ୍ଟ ସମ୍ପର୍କ ରହି ଆସିଛି | ସମାଜର ହିତ ସାଧନ ପାଇଁ ସାହିତ୍ୟର ପ୍ରଧାନ କର୍ତ୍ତବ୍ୟ | ସମାଜରେ ଯେତେବେଳେ ଦୁର୍ନୀତି , ଅନୀତି, ଅନ୍ୟାୟ ଓ ଅତ୍ୟାଚାର ବୃଦ୍ଧି ପାଏ, ସାହିତ୍ୟ ସେତେବେଳେ ସମାଜକୁ ଠିକ ବାଟରେ ଯିବା ପାଇଁ ପ୍ରେରଣା ଯୋଗାଇଥାଏ ବୋଲି ଭବାନୀପାଟଣା ସହର ତାରିଣୀ ମନ୍ଦିର ସ୍ଥିତ ବିବେକ କନଫରେନ୍ସ ହଲ ଠାରେ ବିବେକ ସାହିତ୍ୟ ପରିବାର ତରଫରୁ ଅନୁଷ୍ଠିତ କବି ସମ୍ମିଳନୀ ଓ କବିତା ପାଠଉତ୍ସବ ରେ ଉପସ୍ଥିତ ଅତିଥିଗଣ ଉଦବୋଧନ ଦେଇଥିଲେ | ବିବେକ ସାହିତ୍ୟ ପରିବାର ର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଡ଼. ଶିବରାମ ନାୟକ ସଭାପତିତ୍ୱ କରିଥିଲେ, ମୁଖ୍ୟ ଅତିଥି ବରିଷ୍ଠ କବି ବ୍ରହ୍ମାନନ୍ଦ ସାମଲ, ସମ୍ମାନୀତ ଅତିଥି କବି ଅଶୋକ କୁମାର ଖମାରୀ ଓ ବରିଷ୍ଠ କବି ସୋହନ ଲାଲ ଅଗ୍ରୱାଲ ଯୋଗଦେଇ ଥିଲେ |ଉପସ୍ଥିତ କବି କବିୟିତ୍ରୀ ନିଜ ନିଜ ସୃଷ୍ଟି କରିଥିବା କବିତା ଓ ଗଳ୍ପ ପାଠ କରିଥିବା ବେଳେ କବି କିରଣ ମୟ ସେନାପତି ସଭା ସଂଯୋଜନା ଓ କବି କିଶୋର ମହାନନ୍ଦ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ |

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଜଗତ ରାମ ସାହୁଙ୍କ ରିପୋର୍ଟ ଶୁଭମ ବାର୍ତ୍ତା 

What's Your Reaction?

like

dislike

love

funny

angry

sad

wow