ବିଭାଗୀୟ ଉଦାସୀନତା ଓ ଠିକାଦାର୍ ଙ୍କ ମନମୁଖି କାମ ଯୋଗୁଁ ଦୀର୍ଘ ଚାରି ବର୍ଷ ହେଲା ଅର୍ଦ୍ଧ ନିର୍ମିତ ଅବସ୍ଥା ରେ ପଡ଼ିରହିଛି ପୋଲ ନିର୍ମାଣ କାମ,

ବିଭାଗୀୟ ଉଦାସୀନତା ଓ ଠିକାଦାର୍ ଙ୍କ ମନମୁଖି କାମ ଯୋଗୁଁ ଦୀର୍ଘ ଚାରି ବର୍ଷ ହେଲା ଅର୍ଦ୍ଧ ନିର୍ମିତ ଅବସ୍ଥା ରେ ପଡ଼ିରହିଛି ପୋଲ ନିର୍ମାଣ କାମ,
ଶୁଭମ ବାର୍ତ୍ତା ଲାଞ୍ଜିଗଡ :- କଳାହାଣ୍ଡି ଜିଲ୍ଲା ବଣ ପାହାଡ ଘେରା ଲାଞ୍ଜିଗଡ଼ ବ୍ଲକ୍ ଅନ୍ତର୍ଗତ କଦମ୍ ଗୁଡା ପଞ୍ଚାୟତ ର ରେଢା ପଦର୍ ଗାଁ ର କଥା, ଗାଁ ରେ ପାଖା ପାଖି ୧୫୦ ରୁ ଉର୍ଦ୍ଧ ଭୋଟର ବାସ କରନ୍ତି ,କିନ୍ତୁ ବିକାଶ ଠାରୁ ବହୁ ଦୂର ରେ ଅଛନ୍ତି ଗ୍ରାମ ବାସୀ।ଗାଁ କୁ ଯିବା କୁ ହେଲେ ଏକ ନାଳ କୁ ଅତିକ୍ରମ କରି ଯିବାକୁ ପଡ଼େ ,ସେଥି ପାଇଁ ଉକ୍ତ ନାଳ ଉପରେ ୧୦ ଲକ୍ଷ୍ୟ ଟଙ୍କା ର ଏକ ପୋଲ ନିର୍ମାଣ ହେଉଛି ।କିନ୍ତୁ ଦୀର୍ଘ ଚାରି ବର୍ଷ ହେଲା ପୋଲ ନିର୍ମାଣ କାମ ଶେଷ ନ ହୋଇ ଅର୍ଦ୍ଧନିର୍ମିତ ଅବସ୍ଥା ରେ ପଡ଼ି ରହିଛି। ଫଳରେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି ଗ୍ରାମବାସୀ। ବର୍ଷା ଚାରି ମାସ ଜଳ ବନ୍ଦୀ ଅବସ୍ଥା ରେ ଜୀବନ ଅତିବାହିତ କରୁଛନ୍ତି। ଲାଞ୍ଜିଗଡ଼ ବ୍ଲକ୍ ଏକ I T D A ବ୍ଲକ୍ ହୋଇଥିବାରୁ ଜିଲ୍ଲା ର ଅନ୍ୟ ବ୍ଲକ୍ ଅପେକ୍ଷା ଦୁଇଗୁଣା ଅର୍ଥ ଆସିଥାଏ ଏହି ବ୍ଲକ୍ କୁ, କିନ୍ତୁ ବିଭାଗୀୟ ଅଧିକାରୀ ଓ ଠିକାଦାର୍ ଙ୍କ ମଧୁଚନ୍ଦ୍ରିକା ରେ ଆସୁଥିବା ଅର୍ଥ ବାଟ ମାରଣ ହେଉଥିବାରୁ ଅର୍ଦ୍ଧ ନିର୍ମିତ ଅବସ୍ଥା ରେ ପଡ଼ି ରହିଥାଏ ଅନେକ୍ ଉନ୍ନତି ମୂଳକ କାମ। ନୂତନ ବିଜେପି ସରକାର୍ ଏଥି ପ୍ରତି ଦୃଷ୍ଟି ଦେଇ ଶୀଘ୍ର ପୋଲ ନିର୍ମାଣ କାମ ସଂପୂର୍ଣ୍ଣ କରିବାକୁ ସାଧାରଣ ରେ ଦାବୀ ହେଉଛି।
ନର୍ଲା ରୁ ଜଗତ ରାମ୍ ସାହୁଙ୍କ ରିପୋର୍ଟ ଶୁଭମ୍ ବାର୍ତ୍ତା
What's Your Reaction?






