ଆତ୍ମଶକ୍ତି ଟ୍ରଷ୍ଟ ଓ ପ୍ରଥମ ଏଜୁକେସନ ଫାଉଣ୍ଡେସନ ର ମିଳିତ ଉଦ୍ୟମରେ ନାଗରିକ ବିକାଶ ସଙ୍ଗଠନ କଳାହାଣ୍ଡି ତରଫରୁ କମାଳ କା କ୍ୟାମ୍ ଆରମ୍ଭ,

ଆତ୍ମଶକ୍ତି ଟ୍ରଷ୍ଟ ଓ ପ୍ରଥମ ଏଜୁକେସନ ଫାଉଣ୍ଡେସନ ର ମିଳିତ ଉଦ୍ୟମରେ ନାଗରିକ ବିକାଶ ସଙ୍ଗଠନ କଳାହାଣ୍ଡି ତରଫରୁ କମାଳ କା କ୍ୟାମ୍ ଆରମ୍ଭ,
ଶୁଭମ ବାର୍ତ୍ତା :- କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ତୁଳାପଡା ଗ୍ରାମ ପଞ୍ଚାୟତ ର ସାଡିଙ୍ଗତରା ଓ ରତନପୁର ଦୁଇ ଗୋଟି ଗ୍ରାମ ରେ ଆତ୍ମସକ୍ତି ଟ୍ରଷ୍ଟ ଓ ପ୍ରଥମ ଏଜୁକେସନ ଫାଉଣ୍ଡେସନ ମହିଳା ଶ୍ରମଜୀବୀ ମଞ୍ଚ ଓଡ଼ିଶା ଓ ଓଡ଼ିଶା ଶ୍ରମଜୀବୀ ମଞ୍ଚ ର ମିଳିତ ଉଦ୍ୟମରେ ନାଗରିକ ବିକାଶ ସଙ୍ଗଠନ କଳାହାଣ୍ଡି ତରଫରୁ ଗ୍ରୀଷ୍ମ କାଳୀନ ଅବକାଶ ଖରା ଛୁଟିସମୟରେ ଓଡ଼ିଶା ର ୧୭ ଗୋଟି ଜିଲ୍ଲା ଓ କଳାହାଣ୍ଡି ଜିଲ୍ଲା ର ୧୨ଗୋଟି ବ୍ଲକ ର ବିଭିନ୍ନ ଗ୍ରାମ ରେକମାଲ କା କ୍ୟାମ୍ପ ମାଧ୍ୟମ ରେ ୪ର୍ଥ.୫ମ ଓ ୬ଷ୍ଠ ଶ୍ରେଣୀ ରେ ପାଠ ପଢୁଥିବା ଛାତ୍ର ଛାତ୍ରୀ ମାନଙ୍କୁ ଚାଟଶାଳୀ ମାଧ୍ୟମ ରେ ତା ୦୧-୦୬-୨୦୨୫ ରିଖ ଠାରୁ ପ୍ରାୟତ ୬ସପ୍ତାହ ଧରି ଶିକ୍ଷା ପ୍ରଦାନ କରିବା ପାଇଁ ଉଭୟ ଗ୍ରାମ ରେ ବୈଠକ କରି ସ୍ୱେଚ୍ଛା ସେବୀ ଶିକ୍ଷକ ଭାବରେ ପ୍ରମିଳା ପଟେଲ .ସୁନୀତା ଛତ୍ରିଆ. ବୈଶାଖୀ ମାଝୀ ଓ ଡଲି ମାଝୀ ଙ୍କୁଚୟନ କରି ଉଭୟ ଗ୍ରାମ ର ପ୍ରାୟ ୪୦ରୁ୫୦ ଜଣ ଛାତ୍ର ଛାତ୍ରୀ ମାନଙ୍କୁ ନେଇପାଠ ପଢା କାର୍ଯ୍ୟ ଆରମ୍ଭ କରିଥିଲେ। ଉକ୍ତ କମାଲ କା କ୍ୟାମ୍ପ କେନ୍ଦ୍ର କୁ ପ୍ରଥମ ଏଜୁକେସନ ଫାଉଣ୍ଡେସନ ତରଫରୁ ରଶ୍ମିରେଖା ନାଥ ପରିଦର୍ଶନ କରିବା ପାଇଁ ଆସିଥିଲେ। ପରିଦର୍ଶନ ସମୟରେ ଜିଲ୍ଲା ମ୍ୟାନେଜର ଅନିଲ କୁମାର ଦାସ. ନର୍ଲା ବ୍ଲକ ସଂଯାଯୋକ ବାବୁଲାଲ ତାଣ୍ଡି ମଧ୍ୟ ଉପସ୍ଥିତ ଥିଲେ। ଉକ୍ତ କମାଲ କା କ୍ୟାମ୍ପ ପରିଦର୍ଶନ ସମୟରେ ନର୍ଲା ବ୍ଲକ ର ଜନସାଥି ସନ୍ତୋଷ ବାରିକ.ଜ୍ୟୋତି ସେନାପତି ଲାଞ୍ଜିଗଡ ବ୍ଲକ ର ସାଥୀ ସିମାଦ୍ରୀ ବାରିକ ଓ ବ୍ଲକ ସ୍ତରୀୟ ସଭାନେତ୍ରୀ ସାହାଯ୍ୟ ସହଯୋଗ କରିଥିଲେ।କମାଲ କା କ୍ୟାମ୍ପ ପରିଦର୍ଶନ ସମୟରେ ସମସ୍ତ ଛାତ୍ର ଛାତ୍ରୀ . ସ୍ଵଚ୍ଛା ସେବୀ ଶିକ୍ଷକ ଅଭିଭାବକ ମାନେ ମଧ୍ୟ ଉପସ୍ଥିତ ଥିଲେ।
ନର୍ଲା ରୁ ଜଗତ ରାମ ସାହୁଙ୍କ ରିପୋର୍ଟ ଶୁଭମ ବାର୍ତ୍ତା
What's Your Reaction?






