ଚାଷୀ ସମସ୍ୟା ନେଇ ଗଣ ଧାରଣା,

ଚାଷୀ ସମସ୍ୟା ନେଇ ଗଣ ଧାରଣା
ଗୋଲାମୁଣ୍ଡା ବ୍ଲକ ରେ ୨୦୨୪-୨୫ ବର୍ଷ ର ମୁଗ ବୀମା ରାଶି ତୁରନ୍ତ ପ୍ରଦାନ ଦାବି ।
ଦାବି ଉଠିଲା ଉଦନ୍ତୀ ନଦୀ ରେ ବ୍ୟାରେଜ ନିର୍ମାଣ
ଶୁଭମ ବାର୍ତ୍ତା :- କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଏକ ମରୁଡି ପ୍ରପୀଡ଼ିତ ଅଞ୍ଚଳ । ଅଧିକାଂଶ ସମୟରେ ଗୋଲାମୁଣ୍ଡା ବ୍ଲକ ରେ ମରୁଡି ସ୍ଥିତି ଦେଖାଦେଇଥାଏ । ବିଭିନ୍ନ ସମୟରେ ଗୋଲାମୁଣ୍ଡା ବ୍ଲକ ରେ ଜଳସେଚନ ର ବ୍ୟବସ୍ଥା ନ ଥିବା ଯୋଗୁଁ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଯାଇଛି । ଏନେଇ ଜନ ସଂଗ୍ରାମ ସମିତିର ଆହ୍ବାନ କ୍ରମେ ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମରୁ ଶତାଧିକ ଚାଷୀ ସାଉଲ ମଙ୍ଗରାଜ ଜନ ସଂଗ୍ରାମ ସମିତିର ସଭାପତି ଙ୍କ ନେତୃତ୍ବରେ ଗୋଲାମୁଣ୍ଡା ତହସିଲ କାର୍ଯ୍ୟାଳୟ ଆଗରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଗଣ ଧାରଣା ରେ ବସିଥିବା ଦେଖିବାକୁ ମିଳିଛି ।ଏହି ଗଣ ଧାରଣା ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି । ଗତ ବର୍ଷ ର ମୁଗ ବାବଦ ର ବୀମା ରାଶି ଚାଷୀ ମାନଙ୍କୁ ଶିଘ୍ର ପ୍ରଦାନ କରାଯାଉ , ଉଦନ୍ତୀ ନଦୀ ରେ ବ୍ୟାରେଜ ନିର୍ମାଣ କରି ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ସମସ୍ତ ଗ୍ରାମକୁ ଜଳସେଚନ ବ୍ୟବସ୍ଥା କରାଯାଉ ଏବଂ ଇନ୍ଦ୍ରାବତୀ କେନାଲ ଯୋଗେ ନିର୍ମିତ ହୋଇଥିବା କେନାଲ ର ଭୁଲ୍ ଡିଜାଇନ୍ ଯୋଗୁଁ ବୃନ୍ଦାବାହାଲ ଅଞ୍ଚଳ ଚାଷୀ ଜଳସେଚନ ପାଇଁ ପାଣି ପାଇ ପାରୁନାହାନ୍ତି ସେଥିପାଇଁ କେନାଲ ନିର୍ମାଣ କାରୀ ଠିକା ସଂସ୍ଥା ଓ ସଂପୃକ୍ତ ଯନ୍ତ୍ରୀ ଏବଂ ଅଧିକାରୀ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ସହ ବୃନ୍ଦାବାହାଲ ଠାରୁ ଆସିଥିବା କେନାଲ ର ସଂପ୍ରସାରଣ କରାଯାଉ ।ଏହି ଧାରଣାରେ ଜନ ସଂଗ୍ରାମ ସମିତି ସଂପାଦକ ଅନିଲ କୁମାର ମଲ୍ଲିକଙ୍କ ସମେତ,କୃଷ୍ଣଚନ୍ଦ୍ର ମୁଣ୍ଡ, ଘନ ରଣା, ଦିଲୀପ ମାଝୀ, ଅଗସ୍ତି ମାଝୀ, ଦାଉତ ହରପାଳ, ମାଧବ ମାଝୀ, ମଧୁ ମାଝୀ, ଅବତାର ଧାରୁଆ, ଜଗନ୍ନାଥ ମାଝୀ, ରେଙ୍ଗା ମାଝୀ, ଅର୍ଜୁନ ମୁଣ୍ଡ, ଅସାରୁ ମାଝୀ, ଭଜନ ମାଝୀ, ଗୋବଦ୍ଧନ ଛତ୍ରୀଆ ପ୍ରମୁଖ ବସିଛନ୍ତି । ଦାବୀ ପୁରଣ ନହେବା ପର୍ୟ୍ୟନ୍ତ ଧାରଣା ଜାରି ରହିବ ବୋଲି ଜନ ସଂଗ୍ରାମ ସମିତି ସଭାପତି ଶ୍ରୀ ମଙ୍ଗରାଜ ପ୍ରକାଶ କରିଛନ୍ତି ।
ଗୋଲାମୁଣ୍ଡା ବ୍ଲକ ରୁ ଉପେନ୍ଦ୍ର ବଗର୍ତ୍ତି ଙ୍କ ରିପୋର୍ଟ ଶୁଭମ ବାର୍ତ୍ତା
What's Your Reaction?






