ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ୍ ସ୍ତରୀୟ ସଂସ୍କୃତ ଦିବସ ପାଳିତ,

Aug 27, 2024 - 05:55
Aug 27, 2024 - 08:06
 0  56
ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ୍ ସ୍ତରୀୟ ସଂସ୍କୃତ ଦିବସ ପାଳିତ,

 ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ୍ ସ୍ତରୀୟ ସଂସ୍କୃତ ଦିବସ ପାଳିତ,

ଶୁଭମ ବାର୍ତ୍ତା :- କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅନ୍ତର୍ଗତ ମାଣ୍ଡେଲ୍ ସ୍ଥିତ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ଠାରେ ଗତ ରବିବାର ଦିନ ପାଳିତ ହୋଇ ଯାଇଛି ବ୍ଲକ୍ ସ୍ତରୀୟ ସଂସ୍କୃତ ଦିବସ। କଳାହାଣ୍ଡି ଜିଲ୍ଲା ସଂସ୍କୃତ ସଂଘ ର ସଭାପତି ଶ୍ରୀଯୁକ୍ତ ସୁଭାଷ ଚନ୍ଦ୍ର ବାରାଳ ଙ୍କ ସଭାପତିତ୍ବ ରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ସର୍ବେଶ୍ଵର ଭୋଇ , ସମ୍ମାନିତ ଅତିଥି ଭାବରେ ବିଦ୍ୟାଳୟର ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ସ୍ଵାଧୀନ ପଧାନ୍ ଅନ୍ୟ ତମ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ପଦ୍ମଲୋଚନ ଜାଲ୍ ପ୍ରମୁଖ ବାକ୍ ଦେବୀ ସରସ୍ଵତୀ ଙ୍କ ଠାରେ ଦୀପ ପ୍ରଜ୍ବଳନ ପୂର୍ବକ ମଞ୍ଚ ମଣ୍ଡନ କରି ସଂସ୍କୃତ ଓ ସଂସ୍କୃତି ଉପରେ ଦୀକ୍ଷାନ୍ତ ବାକ୍ତଵ୍ୟ ପ୍ରଦାନ୍ କରିଥିଲେ।ସମ୍ପାଦକ ଶ୍ରୀଯୁକ୍ତ ନୃସିଂହ ଦଳେଇ ସଂପାଦକୀୟ ବିବରଣୀ ପଠନ କରିଥିଲେ।ସଂସ୍କୃତ ଶିକ୍ଷୟତ୍ରୀ ରିତା ପରିଡ଼ା, ଅପନ୍ନା ସ୍ୱାଇଁ ଓ ଶ୍ରିଲେଖା ପଣ୍ଡା ସ୍ବାଗତ ସଙ୍ଗୀତ ମାଧ୍ୟମ ରେ ଆପ୍ୟାୟିତ କରିଥିଲେ।ଶ୍ରଧର ବେହେରା ଭାଇ ମଞ୍ଚ ପରିଚାଳନା କରିଥିବା ବେଳେ ଉକ୍ତ ସ୍କୁଲ୍ ର ସମସ୍ତ ଛାତ୍ର ଛାତ୍ରୀ ଓ ଅଭିଭାବକ ଯୋଗ ଦେଇ ଥିଲେ। ଉକ୍ତ କାର୍ଯ୍ୟକ୍ରମ ର ବିଭିନ୍ନ ପ୍ରତିଯୋଗିତା ରେ ଭାଗ ନେଇ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ଙ୍କୁ ପ୍ରୁରସ୍କୃତ କରାଯାଇ ଥିଲା।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଜଗତ ରାମ୍ ସାହୁ ଶୁଭମ୍ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow