ଗୁଣପୁର ପ୍ରାଥମିକ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ।

ଗୁଣପୁର ପ୍ରାଥମିକ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ।
ଶୁଭମ ବାର୍ତ୍ତା :- କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ବୁରାଟ କ୍ଲଷ୍ଟର୍ ର ଗୁଣପୁର ପ୍ରାଥମିକ ବିଦ୍ୟାଳୟ ରେ ଚଳିତ ବର୍ଷର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି।ପ୍ରଧାନ ଶିକ୍ଷକ ଶ୍ରୀ ବଳରାମ ମାଝୀ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇ ଥିବା ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଗାଡେବନ୍ଧ ପଞ୍ଚାୟତ ର ସରପଞ୍ଚ କବିତା ବାଗ୍ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ସମିତି ସଭ୍ୟା ସୁଜାତା ସାହୁ ,ୱାର୍ଡ ମେମ୍ବର ଡିଙ୍ଗର ମୁଣ୍ଡା ଓ ଗୌରୀ ମାଝୀ, ପୂର୍ବତନ ଛାତ୍ର ତଥା ଯୁବ ସମାଜ ସେବୀ ଅଜିତ୍ ସାହୁ, ପୂର୍ବତନ ଛାତ୍ର ତଥା ନବରଙ୍ଗପୁର ଥାନା ଭାରପ୍ରାପ୍ତ ଅଧିକାରୀ (OIC) ବିଦ୍ୟାଲୟ ର ଗର୍ବ ଓ ଗୌରବ ଟଙ୍କଧର ମୁଣ୍ଡା, ବିଦ୍ୟାଳୟ ପାଇଁ ଜମି ଦାନ କରିଥିବା ସ୍ବର୍ଗତ ପଦ୍ମନାଭ ଯାନୀ ଙ୍କ ସୁପୁତ୍ର ଅମର ସିଂ ଯାନୀ, ରାଣିପଟା ଉପ୍ରା ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ଋତୁରାଜ ରଣା, ଗାଡେ ବନ୍ଦ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଭାକର ପାଣ୍ଡେ, ବିଦ୍ୟାଳୟ ପରିଚାଳନା କମିଟି ର ଚେୟାରମେନ ଧନୁର୍ଯ୍ୟ ସାହୁ ଯୋଗ ଦେଇ ଛାତ୍ର ଛାତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଉଦବୋଧନ ଦେଇଥିଲେ। ମଞ୍ଚ ପରିଚାଳନା କରିଥିଲେ ବିଦ୍ୟାଳୟ ର ସହ ଶିକ୍ଷକ କ୍ଷିତିଶ ଚନ୍ଦ୍ର ମାଝୀ । ଏହି ଉତ୍ସବ ରେ ଛାତ୍ର ଛାତ୍ରୀ ଓ ପୂର୍ବତନ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ, ମଞ୍ଚ ପରିଚାଳନା କରିଥିଲେ ବିଶିଷ୍ଟ ମଞ୍ଚ ପରିଚାଳକ ତଥା ଶିକ୍ଷକ ଲଳିତ ମୋହନ ଭୋଇ । ଶେଷରେ ବିଭିନ୍ନ ପ୍ରତିଯୋଗିତା ରେ କୃତି ଛାତ୍ର ଛାତ୍ରୀ ଙ୍କୁ ମାନପତ୍ର ବଣ୍ଟନ କରାଯାଇ ଥିଲା। ଏଥିରେ ବିଦ୍ୟାଳୟ ପରିଚାଳନା କମିଟି ର ସଦସ୍ୟ ସଦସ୍ୟା ଓ ଗ୍ରାମବାସୀ ବିଶେଷ ସହଯୋଗ କରିଥିଲେ।
ନର୍ଲା ରୁ ଜଗତ ରାମ୍ ସାହୁ ଙ୍କ ରିପୋର୍ଟ୍ ଶୁଭମ୍ ବାର୍ତ୍ତା
What's Your Reaction?






