ପ୍ରଧାନ ଶିକ୍ଷକ ମାନଙ୍କ ଆଲୋଚନା ଚକ୍ର,

Mar 8, 2025 - 21:02
 0  31
ପ୍ରଧାନ ଶିକ୍ଷକ ମାନଙ୍କ ଆଲୋଚନା ଚକ୍ର,

ପ୍ରଧାନ ଶିକ୍ଷକ ମାନଙ୍କ ଆଲୋଚନା ଚକ୍ର,

ଶୁଭମ ବାର୍ତ୍ତା :- କଳାହାଣ୍ଡି ଜିଲ୍ଲା ନର୍ଲା ରୋଡ୍ ଜୟଦୁର୍ଗା ହାଇସ୍କୁଲ ରେ ବ୍ଲକ୍ ସ୍ତରୀୟ ପ୍ରଧାନଶିକ୍ଷକ ମାନଙ୍କ ପଞ୍ଚଦଶ ତମ ମାସିକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ନର୍ଲା ବ୍ଲକ ର ସମସ୍ତ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବୃନ୍ଦ ଯୋଗଦାନ କରିଥିଲେ। ନର୍ଲା ବ୍ଲକ୍ ଗୋଷ୍ଟି ଶିକ୍ଷା ଅଧିକାରୀ ତପିମଣି ଜାନୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ବ୍ଲକ୍ ର ବିଭିନ୍ନ ସ୍କୁଲ୍ ର ପ୍ରଧାନ ଶିକ୍ଷକ ବୃନ୍ଦ ଯୋଗ ଦେଇ ଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ସମ୍ପର୍କିତ ବିଭିନ୍ନ ଯୋଜନା ବିଷୟରେ ଆଲୋଚନା କରା ଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଗୋବର୍ଦ୍ଧନ ମାଝୀ, ପଞ୍ଚାୟତ ସମିତି ନୋଡାଲ ହାଇସ୍କୁଲ ର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଅର୍ଚ୍ଚନା ଦାସ, ଘୋଡା ବନ୍ଧ ହାଇସ୍କୁଲ ର ପ୍ରଧାନ ଶିକ୍ଷକ କିଶୋର ସାହୁ ଓ ମିଳିତ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅରୁଣ ନାଏକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ସନ୍ତୋଷ କୁମାର କର ଉକ୍ତ କାର୍ଯ୍ୟ କ୍ରମ କୁ ପରିଚାଳନା କରିଥିଲେ । ଆଗାମୀ ଦିନରେ ନର୍ଲା ବ୍ଲକର ସମସ୍ତ ବିଜ୍ଞାନ ଶିକ୍ଷକ କିପରି ଏହାର ଲାଭ ଉଠେଇ ପାରିବେ ସେ ବିଷୟରେ ଶ୍ରୀଯୁକ୍ତ କର ଙ୍କୁ ପ୍ରସ୍ତାବ ଦେଇଥିଲେ। କାର୍ଯ୍ୟକ୍ରମ ର ସଫଳ ରୂପାୟନରେ ଚକ୍ରଧର ସା, ସଞ୍ଜୟ ସେନାପତି, ନାରାୟଣ ନାଏକ, ସୁବାସ ବରାଡ଼, ଠାକୁର ବିବେକାନନ୍ଦ ପଧାନ, କଂହେଇ ଗଉଡ଼, ବବି ରଣା ଓ ଟୁକୁଲାଲ ନାଏକ ପ୍ରମୁଖ ସହଯୋଗ କରିଥିଲେ ।

         ନର୍ଲା ରୁ ଜଗତ ରାମ୍ ସାହୁଙ୍କ ରିପୋର୍ଟ ଶୁଭମ୍ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow