ମାତାଲ୍ ଡ୍ରାଇଭର ପାଇଁ ୧୨ ଘଣ୍ଟା ହେଲା ରାସ୍ତା ଜାମ୍, ଲୋକେ ହନ୍ତ,

ମାତାଲ୍ ଡ୍ରାଇଭର ପାଇଁ ୧୨ ଘଣ୍ଟା ହେଲା ରାସ୍ତା ଜାମ୍, ଲୋକେ ହନ୍ତ,
ନର୍ଲା ଶୁଭମ ବାର୍ତ୍ତା :- ଗତ କାଲି ରାତି ୯ ଟା ସମୟ ରେ ଭବାନୀପାଟଣା ରୁ ଭୁବନେଶ୍ଵର କୁ ସଂଯୋଗ କରୁଥିବା ୨୬ ନମ୍ବର୍ ରାଜ୍ୟ ରାଜପଥ ଗୋହୀରା ପଦର୍ ନିକଟ ରେ ଏକ ଶୋହଳ ଚକିଆ ଟ୍ରକ ରାସ୍ତା ରେ ବ୍ୟାକ୍ କରୁଥିବା ସମୟରେ ରାସ୍ତା ତଳ କୁ ଖସି ଯିବା ଫଳରେ ୧୨ ଘଣ୍ଟା ହେଲା ଗମନା ଗମନ ଠପ୍ ହୋଇ ପଡିଛି।କାଲି ରାତି ରୁ ଦୂର ଦୁରନ୍ତ କୁ ଯାଉ ଥିବା ବସ ଯାତ୍ରୀ ମାନେ ବହୁତ୍ ଅସୁବିଧା ର ସମ୍ମୁଖୀନ ହେଉ ଥିବା ଦେଖିବାକୁ ମିଳିଛି।ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଉକ୍ତ ଟ୍ରକ୍ ର ଡ୍ରାଇଭର ଅତ୍ୟଧିକ ମଦ୍ୟ ପାନ କରି ଥିବା ଫଳରେ ରାସ୍ତା ଭୁଲି ଜାଇ ଅନ୍ୟ ରାସ୍ତା ରେ ଯାଉ ଥିଲେ ପରେ ହଟାତ ଜାଣି ପାରି ଟ୍ରକ୍ ଟି କୁ ଵ୍ୟାକ୍ କରୁ ଥିବା ସମୟରେ ରାସ୍ତା କଡ ରେ ଥିବା କାଦୁଅ ରେ ଗାଡ଼ିର ପଛ ଚକ ଦବି ଯିବା ଫଳରେ ଟ୍ରକ୍ ଟି ମୁଖ୍ୟ ରାସ୍ତା ଉପରେ ଅଟକି ଯାଇ ଥିଲା।ରାତି ୯ ଟା ରୁ ଉକ୍ତ ରାସ୍ତା ର ଦୁଇ ପଟେ ଶହ ଶହ ଯାନବାହନ ଅଟକି ଥିଲା।ପରେ ନର୍ଲା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଜିଲ୍ଲା ପ୍ରଶାସନ ର ସାହାଯ୍ୟ ରେ ଜେ ସି ପି ଦ୍ଵାରା ଟ୍ରକ୍ ଟି କୁ ରାସ୍ତା ରୁ ହଟେଇ ବା ପରେ ଯାତାୟାତ ସ୍ଵାଭାବିକ ହୋଇଥିଲା।ସରକାର୍ ଡ୍ରାଇଭର ମାନଙ୍କୁ ମଦ ନ ପିଇବା ପାଇଁ ଯେତେ ଆଇନ୍ ଆଣିଲେ ମଧ୍ୟ ଡ୍ରାଇଭର ଯଦି ସଚେତନ ନ ହୁଏ ତା ହେଲେ ଏଭଳି ଘଟଣା ଘଟିବା ରୋକା ଯିବା ସମ୍ଭବ ନୁହେଁ, ସେଥିପାଇଁ ଡ୍ରାଇଭର ଭାଇ ମାନେ ନିଜେ ନିଜ ବିବେକ କୁ ପଚାରି ମଦ ପିଇ ଗାଡ଼ି ଚଳାନ୍ତୁ।
ନର୍ଲା ରୁ ଜଗତ ରାମ୍ ସାହୁ ଙ୍କ ସହ ତପନ କୁମାର ସାହୁ ଶୁଭମ ବାର୍ତ୍ତା,
What's Your Reaction?






