ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ନିମ୍ନ ମାନର ରାସ୍ତା କାମ କରି ସରକାରୀ ଟଙ୍କା ହରିଲୁଟ୍ ଅଭିଯୋଗ ,

Feb 3, 2025 - 19:27
Feb 4, 2025 - 05:49
 0  104
ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ନିମ୍ନ ମାନର ରାସ୍ତା କାମ କରି  ସରକାରୀ ଟଙ୍କା ହରିଲୁଟ୍ ଅଭିଯୋଗ ,

ନିମ୍ନ ମାନର ରାସ୍ତା କାମ କରି ସରକାରୀ ଟଙ୍କା ହରିଲୁଟ୍ ଅଭିଯୋଗ,

 ଶୁଭମ ବାର୍ତ୍ତା :- ସାଧାରଣ ଲୋକଙ୍କ ଗମନା ଗମନ ର ସୁବିଧା ପାଇଁ କେନ୍ଦ୍ର ସରକାର ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ମାଧ୍ୟମ ରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ବିଭାଗୀୟ ଅଧିକାରୀ ଓ ଠିକାଦାର୍ ଙ୍କ ମଧୁଚନ୍ଦ୍ରିକ ରେ ନିମ୍ନ ମାନର ରାସ୍ତା କାମ କରି ସରକାରୀ ଅର୍ଥ କୁ ହରିଲୁଟ୍ କରୁଥିବା ଅଭିଯୋଗ ଆସିଛି,କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍ ରୁ। ସୂଚନା ଅନୁସାରେ ଲାଞ୍ଜିଗଡ଼ ବ୍ଲକ୍ ଏକ ବଣ ପାହାଡ ଘେରା ଦୁର୍ଗମ ଅଞ୍ଚଳ ହୋଇ ଥିବା ବେଳେ ପ୍ରାୟତଃ ଆଦିବାସୀ ଲୋକ ବାସ କରନ୍ତି, ଏହାର ସୁଯୋଗ୍ ନେଇ ବିଭାଗୀୟ ଅଧିକାରୀ ଓ ଠିକାଦାର୍ ମିଳି ମିଶି ନିମ୍ନ ମାନର କାମ କରୁଥିବା ଦେଖିବାକୁ ମିଳିଛି। ଲାଞ୍ଜିଗଡ ବ୍ଲକ ଭୁର୍ଟି ଗଡ ପଂଚାୟତ  ମହିନାଲ୍ ଠାରୁ ମେର୍ଡି କୁପା ପର୍ଯ୍ୟନ୍ତ ନୂତନ ଭାବେ ନିର୍ମାଣ ହୋଇଥିବା ରାସ୍ତା କାମ ଶେଷ ହୋଇ ମାସେ ନ ପୁରୁଣୁ କମ୍ ପିଚୁ ଦେଇ ନିମ୍ନ ମାନର କାମ କରିଥିବାରୁ ରାସ୍ତା ରେ ହାତ ମାରିଲେ ପିଚୁମିଶ୍ରିତ ପଥର ଗୁଣ୍ଡ ବାହାରି ଯାଉଥିବା ଦେଖିବାକୁ ମିଳିଛି।ଠିକ ସେହିପରି କାଦୋମସ୍କା ଠାରୁ କୋଟଡ଼ି ରାସ୍ତା ମଧ୍ୟ ନିମ୍ନମାନର କାମ କରି ଠିକାଦାର ଛୁ, ସରକାର୍ ଏହି କାମ ର ଉପଯୁକ୍ତ ତଦନ୍ତ କରିବାକୁ ସାଧାରଣ ରେ ଦାବି ହେଉଛି।

        ନର୍ଲା ରୁ ଜଗତ ରାମ୍ ସାହୁଙ୍କ ରିପୋର୍ଟ ଶୁଭମ୍ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow