ନର୍ଲା ରେ ବିଶ୍ଵ ଆଦିବାସୀ ଦିବସ ପାଳିତ,

ନର୍ଲା ରେ ବିଶ୍ଵ ଆଦିବାସୀ ଦିବସ ପାଳିତ,
ନର୍ଲା ଶୁଭମ ବାର୍ତ୍ତା :- କଳାହାଣ୍ଡି ଜିଲ୍ଲା ନର୍ଲାବ୍ଲକ ସ୍ଥିତ କନ୍ଧ ସଂସ୍କୃତି ଭବନ ଠାରେ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି l ନର୍ଲା ଆଦିବାସୀ ସଂଘ ର ସଭାପତି ହରିଶଙ୍କର ମାଝୀ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ନର୍ଲା ତଥା ଆଖ ପାଖ ଅଞ୍ଚଳ ର ଶତାଧିକ ଆଦିବାସୀ ଯୋଗ ଦେଇ ଥିଲେ।ଉକ୍ତ କାର୍ଯ୍ୟକ୍ରମରେ ଆଦିବାସୀଙ୍କର ଜମି, ଜଙ୍ଗଲ, ଭାଷା ଓ ସଂସ୍କୃତିର ସୁରକ୍ଷା ଉପରେ ଆଲୋଚନା କରାଯାଇଥିଲା। ସରକାରୀ ଚାକିରୀ ରେ ଆଦିବାସୀ ମାନଙ୍କୁ ପାଇଁ ସଂରକ୍ଷଣ ଥିଲେ ମଧ୍ୟ ଛାତ୍ର ଛାତ୍ରୀ ଙ୍କ ପାଠ ପଢା ହାର କମ୍ ଥିବାରୁ ପଦବୀ ଗୁଡ଼ିକ ପୂରଣ ନ ହୋଇ ଖାଲି ପଡୁଛି ସେଥିପାଇଁ ଆଦିବାସୀମାନେ ଶିକ୍ଷା ପ୍ରତି ଧ୍ୟାନ ଦେବା ପାଇଁ ଆହ୍ବାନ ଦିଆ ଯାଇଥିଲା।ପୃଥିବୀର ୯୦ଟି ଦେଶର ୪୦ କୋଟିରୁ ଉର୍ଦ୍ଧ୍ୱ ଆଦିବାସୀ ୭ ହଜାର ଭାଷା ବ୍ୟବହାର କରୁଥିବା ବେଳେ ୫ ହଜାର ସଂସ୍କୃତି ସହ ଜଡିତ ଅଟନ୍ତି ।ତେଣୁ ସମଗ୍ର ଆଦିବାସୀ ନିଜ ସମ୍ପ୍ରଦାୟର ମାତୃଭାଷା, ସାହିତ୍ୟ, ପାଣ୍ଡୁଲିପି, ସଂସ୍କୃତିର ସୁରକ୍ଷା ପାଇଁ ପ୍ରୟାସ ଜାରି ରଖିବା ପାଇଁ ଆଲୋଚନା ହୋଇଥିଲା।ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଆଦିବାସୀ ସଙ୍ଘର ସମ୍ପାଦକ ଦେବରାଜ ମାଝୀ ଉପ ସଭାପତି କିଶୋର ମାଝୀ,ସମ୍ପାଦକ ମାୟାଧର ମାଝୀ,ବ୍ଲକ ଆଦିବାସୀ ସମାଜର ସଭାପତି ଝସକେତନ ମାଝୀ, ପୂର୍ବତନ ଆଦିବାସୀ ସଙ୍ଘର ସଭାପତି ଅନ୍ତରାମ ମାଝୀ, ଆଦିବାସୀ କର୍ମଚାରୀ ସଙ୍ଘର ସଭାପତି ଗୋବର୍ଦ୍ଧନ ମାଝୀ, କ୍ଷିତୀଶ ଚନ୍ଦ୍ର ମାଝୀ, ଲଳିତ ମୋହନ ଭୋଇ, ଦକ୍ଷରାଜ ମାଝୀ, ଯୋଗେନ୍ଦ୍ର ମାଝୀ, ବିଘ୍ନରାଜ ମାଝୀ, ଗଜପତି ମାଝୀ, ଡିଙ୍ଗର ମୁଣ୍ଡା, କୈଳାଶ ମାଝୀ, ଦୁର୍ଯ୍ୟଧନ ମାଝୀ ଉପସ୍ଥିତ ରହି ଆଦିବାସୀ ମାନଙ୍କ ଉନ୍ନତି ଓ ଅଧା ରୁ ପାଠ ଛାଡୁ ଥିବା ଛାତ୍ର ଛାତ୍ରୀ ମାନଙ୍କ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା l ପରିଶେଷରେ କିଶୋର ମାଝୀ ଧନ୍ୟବାଦ ଅର୍ପଣ କରିଥଲେ ।
ନର୍ଲା ରୁ ତପନ କୁମାର ସାହୁଙ୍କ ରିପୋର୍ଟ ଶୁଭମ ବାର୍ତ୍ତା
What's Your Reaction?






