ଓଭର୍ ଲୋଡ୍ କପା ବୋଝେଇ ଗାଡ଼ିରେ ଲାଗିଲା ନିଆଁ,

ଓଭର୍ ଲୋଡ୍ କପା ବୋଝେଇ ଗାଡ଼ିରେ ଲାଗିଲା ନିଆଁ,
ଶୁଭମ ବାର୍ତ୍ତା :- ଗତ କାଲି ନର୍ଲା ବ୍ଲକ୍ ଅନ୍ତର୍ଗତ ଦେହେଲି ପାଖରେ କପା ବୋଝେଇ ମିନି ଟ୍ରକରେ ନିଆଁ ଲାଗି ଯିବା ଫଳରେ କିଛି ଅଂଶ କପା ପୋଡ଼ି ଯାଇଥିବା ଦେଖିବାକୁ ମିଳିଛି। ସୂଚନା ଅନୁସାରେ ODO2CL-5147 ନମ୍ବର୍ ବିଶିଷ୍ଟ ଏକ କପା ବୋଝେଇ ମିନି ଟ୍ରକ ୨୬ ନମ୍ବର୍ ରାଜ୍ୟ ରାଜପଥ ଦେହିଲି ଅତିକ୍ରମ କରୁଥିବା ସମୟରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ନିଆଁ ଲାଗି ଥିଲା। ଗାଁ ଲୋକେ ଓ ଡ୍ରାଇଭର୍ ସହିତ ନିଆଁ ଲିଭାଇବା ସମୟରେ ତତକ୍ଷଣାତ୍ ଦମକଳ ବାହିନୀ ପହଞ୍ଚି କପା ଗାଡିରେ ଲାଗିଥିବା ନିଆଁ କୁ ଆୟତ କରିଥିଲେ।ଚାଷୀ ହୁଅନ୍ତୁ ଅବା ବେପାରୀ ନିଜ ଜିନିଷ କୁ ଅଧିକ ଲୋଡ ନ କରି ସରକାରୀ ନିୟମ ଅନୁସାରେ ସୁରକ୍ଷିତ ଭାବରେ ନେଲେ ଏଭଳି ଦୁର୍ଘଟଣା ଘଟି ନ ଥାନ୍ତା ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି ।
ନର୍ଲା ରୁ ଜଗତ ରାମ ସାହୁଙ୍କ ରିପୋର୍ଟ ଶୁଭମ ବାର୍ତ୍ତା
What's Your Reaction?






