ରାସ୍ତା କଢ଼ରେ ପଡିଛି କୁଢ଼ କୁଢ଼ ଅଦା ।

ରାସ୍ତା କଢ଼ରେ ପଡିଛି କୁଢ଼ କୁଢ଼ ଅଦା ।
ଶୁଭମ ବାର୍ତ୍ତା :- କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଗୋଇନ୍ଦିମୁଣ୍ଡାର ପାଣି ଟାଙ୍କି ପାଖରେ ଶହ ଶହ ବସ୍ତା ଅଦା ଫିଙ୍ଗି ଥିବା ଦେଖିବାକୁ ମିଳିଛି। ସୂଚନାରୁ ପ୍ରକାଶ ଯେ ଏହି ଅଦା ଗୋଲାମୁଣ୍ଡା ଉଦ୍ୟାନ ବିଭାଗକୁ ଆସିଥିବା ବେଳେ ଆଜି ରାସ୍ତା ପାର୍ଶ୍ୱରେ ଶହ ଶହ ବସ୍ତା ଅଦା ପଡ଼ିଥିବା ନେଇ ଅଞ୍ଚଳର ଚାଷୀଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି । ଯାହା ଶୁଣିବାକୁ ମିଳୁଛି ଅଦା ଚାଷୀଙ୍କୁ ଦେବା ପାଇଁ ଆସିଥିଲା ତାହା ପୁଣି ରାସ୍ତା କଢ଼ରେ ପଡ଼ିଥିବା ଏକ ସନ୍ଧେହ ଉପୁଜିଛି । ରାସ୍ତା କଢ଼ରେ ପଡ଼ିଥିବା ଅଦାକୁ ଅଞ୍ଚଳର ଅନେକ ଚାଷୀ ଆସି ନେଇଥିବା ଚାଷୀମାନେ ପ୍ରକାଶ କରିଛନ୍ତି। ଏନେଇ ଉଦ୍ୟାନ ବିଭାଗ କତୃପକ୍ଷ ପ୍ରତିମା ମ୍ୟାଡ଼ମଙ୍କ ସହିତ ଫୋନ ଯୋଗେ ପଚାରିବାରୁ ଅଦା ଗୁଡିକ ନଷ୍ଟ ହେବାରୁ ଫେରାଇ ଦିଆଯାଇଛି ବୋଲି କହିଥିଲେ। ତେବେ ରାସ୍ତା ପାର୍ଶ୍ୱରେ କାହିଁକି ଶହ ଶହ ବସ୍ତା ଅଦା ପଡିଛି ଏ ସମ୍ପର୍କରେ ପଚାରିବା ପରେ ମୁଁ ଜାଣି ନି ବୋଲି କହିଥିଲେ। ଯଦି ଅଦା ଗୁଡିକ ନଷ୍ଟ ହୋଇ ପଚି ସଡି ଯାଇଛି ତେବେ ଚାଷୀମାନେ ଆସି କାହିଁକି ବ୍ୟବହାର ପାଇଁ ନେଲେ ଏନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଯାଇଛି। ଏ ଉପରେ ଜିଲ୍ଲାପାଳ ଦୃଷ୍ଟି ଦେଇ ତଦନ୍ତ କରିବାକୁ ସାଧାରଣରେ ଦାବି ହେଉଛି।
ଗୋଲାମୁଣ୍ଡା ବ୍ଲକ ରୁ ଉପେନ୍ଦ୍ର ବଗର୍ତ୍ତି ଙ୍କ ରିପୋର୍ଟ ଶୁଭମ ବାର୍ତ୍ତା
What's Your Reaction?






