ନର୍ଲା ବ୍ଲକ୍ ପରିସର ରେ ପାଳିତ ହେଲା ବିଶ୍ଵ ଯୋଗ ଦିବସ

ନର୍ଲା ବ୍ଲକ୍ ପରିସର ରେ ପାଳିତ ହେଲା ବିଶ୍ଵ ଯୋଗ ଦିବସ
ଶୁଭମ ବାର୍ତ୍ତା :- ଯୋଗ ମଣିଷ କୁ ସୁସ୍ଥ ରଖେ, ସେଥିପାଇଁ ଯେବେଠୁ ଆମ ଦେଶରେ ମୋଦି ସରକାର୍ ଗଠନ ହେଲା ସେହି ଦିନ ଠାରୁ ଯୋଗ କୁ ଅଧିକ ଗୁରୁତ୍ଵ ଦିଆଗଲା, ଏହାର ଉପକାରିତା ବିଷୟରେ ବିଶ୍ଵ ର ପ୍ରତ୍ୟେକ୍ ଦେଶ ଜାଣିପାରିବା ପରେ ପ୍ରତି ବର୍ଷ ଜୁନ ମାସ ର ୨୧ ତାରିଖ କୁ ସାରା ବିଶ୍ଵ ର ବିଭିନ୍ନ ସ୍ଥାନରେ ଆନ୍ତର୍ଜାତୀୟ ଯୋଗ ଦିବସ ଭାବରେ ପାଳନ କରୁଥିବା ବେଳେ। ଅନି କଳାହାଣ୍ଡି ଜିଲ୍ଲାର ନର୍ଲା ବ୍ଲକ୍ ପରିସର ରେ ମଧ୍ୟ ଏହି ଦିବସ କୁ ପାଳନ କରାଯାଇଛି।ନର୍ଲା ଗୋଷ୍ଟି ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ବିପିନ୍ ବିହାରୀ ଦୀପ୍ ଙ୍କ ତତ୍ବାବଧାନ ରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ନର୍ଲା ବ୍ଲକ୍ ର ବିଭିନ୍ନ ପଦାଧିକାରୀ ଙ୍କ ସହିତ ସାମ୍ବାଦିକ ଓ ସାଧାରଣ ଜନତା ଭାଗ ନେଇ ଥିଲେ। ପ୍ରଶିକ୍ଷକ ଭାବେ ଶିକ୍ଷକ ନିର୍ମଲ୍ କୁମାର୍ ବାରିକ୍ ଯୋଗଦେଇ ଯୋଗ ବିଷୟରେ ସମସ୍ତଙ୍କୁ ଅବଗତ କରିବା ସହିତ ଯୋଗାଭ୍ୟାସ କରାଇ ଥିଲେ।
ନର୍ଲା ରୁ ଜଗତ ରାମ୍ ସାହୁ ଙ୍କ ରିପୋର୍ଟ୍ ଶୁଭମ୍ ବାର୍ତ୍ତା
What's Your Reaction?






