ମୁନିଗୁଡ଼ାରେ ଏଚଡିଏଫସି ବ୍ୟାଙ୍କ ସେବାର ଶୁଭାରମ୍ଭ।

Mar 28, 2025 - 15:48
 0  37
ମୁନିଗୁଡ଼ାରେ  ଏଚଡିଏଫସି ବ୍ୟାଙ୍କ ସେବାର ଶୁଭାରମ୍ଭ।

ମୁନିଗୁଡ଼ାରେ ଏଚଡିଏଫସି ବ୍ୟାଙ୍କ ସେବାର ଶୁଭାରମ୍ଭ।

ରାୟଗଡା  ଶୁଭମ ବାର୍ତ୍ତା :ଆଜି ୨୮/୦୩ ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ର ମୁନିଗୁଡା ଠାରେ HDFC ବ୍ୟାଙ୍କର ନୂତନ ଶାଖା ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରରେ ମୁନିଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ କୈଳାସ ଦଳପତି ଓ ମୁନିଗୁଡା ତହସିଲଦାର ଏମ.ଅନୁରାଧା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଆନୁଷ୍ଠାନିକ ଉଦ୍‌ଘାଟନ କରିଥିଲେ।ଅପହଞ୍ଚ ଇଲାକାର ସାଧାରଣ ଲୋକଙ୍କ ପାଖରେ ବ୍ୟାଙ୍କ ସେବା ପହଞ୍ଚିବା ସହିତ ସମସ୍ତ ବର୍ଗର ମଣିଷ ମାନଙ୍କୁ ବ୍ୟାଙ୍କ ସହିତ ଯୋଡ଼ିବା ଏବଂ ସଭିଙ୍କ ଜୀବନ ଜୀବିକାରେ ଅର୍ଥନୈତିକ ଅଭିବୃଦ୍ଧି ଆଣିବା ଲକ୍ଷରେ ଏଚଡିଏଫସି ବ୍ୟାଙ୍କ ମୁନିଗୁଡ଼ାରେ ଆରମ୍ଭ କରିବାକୁ ଯାଉଛି ତାର ବ୍ୟାଙ୍କସେବା ବୋଲି ଉପସ୍ଥିତ ବ୍ୟାଙ୍କ ଅଧିକାରୀମାନେ ମତବ୍ୟକ୍ତ କରିଥିଲେ।ଏହି ପରିପ୍ରେକ୍ଷୀରେ ଆଜି ଏଚଡିଏଫସି ବ୍ୟାଙ୍କ କ୍ଳସ୍ଟର ହେଡ୍ ସନତ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତା ଏବଂ ବ୍ୟାଙ୍କ ଶାଖା ପ୍ରବନ୍ଧକ ମୃଣାଳ ରାଜ ସିଂଙ୍କ ସଂଯୋଜନାରେ ଆୟୋଜିତ ବ୍ୟାଙ୍କର ପ୍ରତିଷ୍ଠା ଉତ୍ସବ କାର୍ଯ୍ୟକ୍ରମରେ ବ୍ୟାଙ୍କର ଅତିରିକ୍ତ ସହକାରୀ ପ୍ରବନ୍ଧକ ସୁଶ୍ରୀ ପ୍ରିୟଙ୍କା ସାହୁ,ସେଲ୍ସ୍ ମ୍ୟାନେଜର ଜି.ସନ୍ତୋଷ କୁମାର,କ୍ୟାସିୟର ପଦ୍ମଚରଣ ପାଢ଼ୀ ପ୍ରମୁଖ ଉପସ୍ଥିତ ରହି ଗଣମାଧ୍ୟମ ପ୍ରତିନିଧି,ସାଧାରଣ ଗ୍ରାହକ ଏବଂ ମୁନିଗୁଡାର ଅନେକ ପ୍ରମୁଖ ବ୍ୟବସାୟୀ ମାନଙ୍କୁ ବ୍ୟାଙ୍କରେ ଉପଲବ୍ଧ ସୁବିଧା ଯଥା:ଜମା ଉପରେ ଆକର୍ଷଣୀୟ ସୁଧ,ବ୍ୟକ୍ତିଗତ ଋଣ,କାର,ବାଇକ୍,ଗୃହ ଋଣ,ବ୍ୟବସାୟ ପାଇଁ ଋଣ,କ୍ରେଡିଟ କାର୍ଡ,ଗୋଲ୍ଡ ଲୋନ,ଏଟିଏମ୍ ଏବଂ ଲକ୍କର ସୁବିଧା ସହିତ ବରିଷ୍ଠ ନାଗରିକ ମାନଙ୍କ ନିମନ୍ତେ ଥିବା ବ୍ୟାଙ୍କ ସୁବିଧା ଓ ସୁଧ ରିହାତି ଏବଂ ଅନ୍ୟାନ୍ୟ ବ୍ୟାଙ୍କ ସେବା ଉପରେ ଆଲୋକପାତ କରିଥିଲେ। ବ୍ୟାଙ୍କ ଶାଖା ଶୁଭ ଉଦ୍ଘାଟନ ଅବସରରେ ମୁନିଗୁଡ଼ା ରିପୋର୍ଟରସ କ୍ଲବ ସଭାପତି ଉମାକାନ୍ତ ନିମାଲପୁରୀଙ୍କ ସମେତ ସଂଘର ଅନେକ ସାମ୍ବାଦିକ,ବ୍ୟବସାୟୀ,ବୁଦ୍ଧିଜୀବୀ ଏବଂ ସାଧାରଣ ଜନତା ଉପସ୍ଥିତ ରହି ଏଚଡିଏଫସି ବ୍ୟାଙ୍କ ଅନ୍ୟ ରାଷ୍ଟ୍ରାୟତ ବ୍ୟାଙ୍କ ତୁଳନାରେ କଣ କଣ ଅଧିକ ଆକର୍ଷଣୀୟ ସୁବିଧା ସୁଯୋଗ ଯୋଗାଇ ଦେଉଛି ତାହାକୁ ପରଖିଥିଲେ।ଶେଷରେ ବ୍ୟାଙ୍କ ଶାଖା ପରିଚାଳକ ଶ୍ରୀଯୁକ୍ତ ସିଂ ସମସ୍ତଙ୍କ ଉପସ୍ଥିତି,ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ।

      ରାୟଗଡା ରୁ ଧନୁର୍ଜୟ ରାଜୁ ଙ୍କ ରିପୋର୍ଟ ଶୁଭମ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow