ସ୍କୁଲର ବାର୍ଷିକ ଉତ୍ସବରେ, ଡାଲିଆକୁଜି ଗାଁ ଉତ୍ସବ ମୁଖର.

ସ୍କୁଲର ବାର୍ଷିକ ଉତ୍ସବରେ, ଡାଲିଆକୁଜି ଗାଁ ଉତ୍ସବ ମୁଖର.
ରାୟଗଡା ଶୁଭମ ବାର୍ତ୍ତା : ଆଜି ତା 25.3.2025 ରାୟଗଡା ଜିଲ୍ଲା, ବିଷମ କଟକ ବ୍ଲକ, ହାତମୁନିଗୁଡା କ୍ଲଷ୍ଟରରେ ଥିବା ଡାଲିଆକୁଜି ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ଠାରେ, ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି. ଏହି ଉତ୍ସବରେ ଗ୍ରାମର ସରପଞ୍ଚ, ବିଶିଷ୍ଟ ବ୍ୟକ୍ତି ବିଶେଷ, ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ବରିଷ୍ଠ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଆମନ୍ତ୍ରିତ ହୋଇ ଯୋଗଦାନ ଏବଂ CRCC ଶ୍ରୀମତୀ ରଶ୍ମିତା ବେହେରା ଙ୍କ ଉପସ୍ଥିତି, ଉତ୍ସବଟିକୁ ସୁନ୍ଦର, ସଫଳ ଓ ବହୁଗୁଣରେ ଆକର୍ଷଣୀୟ କରିଥିଲା. ଉତ୍ସବର ପ୍ରାର ମ୍ଭରେ, ବରିଷ୍ଠ ଶିକ୍ଷକ ଶ୍ରୀ ଭାଗିରଥି ସାମଲ, ସମସ୍ତଙ୍କ ଉପସ୍ଥିତିରେ, ଶ୍ରୀ ଗଣେଶଙ୍କ ପ୍ରତିମୂର୍ତ୍ତିରେ ଦ୍ବୀପପ୍ରଜ୍ଜଳନ କରିବା ସାଙ୍ଗକୁ, ବିଦ୍ୟାଳୟର ସହକାରୀ ଶିକ୍ଷକ ଶ୍ରୀ ମଦନ ଚିଚୁଆନଙ୍କ ସୁପରିଚାଳନା ସହ କୁନି କୁନି ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କ ସ୍ୱାଗତମ ନୃତ୍ୟ ପ୍ରଦର୍ଶନୀ ବେଶ ଆନନ୍ଦ ଦେଇଥିବା ସ୍ଥଳେ, ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ତମନ୍ନା ବ୍ରାଲିକା, ଅସୀମ ରଞ୍ଜନ ଦାସ, ରମାକାନ୍ତ ପରିଡା, ଉର୍ମିଳା ବେହେରା ଓ CRCC ଶ୍ରୀମତୀ ରଶ୍ମିତା ବେହେରାଙ୍କ ଅଭିଭାଷଣ, ଉପସ୍ଥିତ ସମସ୍ତ ଦର୍ଶନାଭିଳାଶୀଙ୍କ ସହ ଛାତ୍ରଛାତ୍ରୀ ମାନଙ୍କୁ ପ୍ରସ୍ଚାହିତ କରିଥିବା ବେଳେ, ସହକାରୀ ଶିକ୍ଷୟତ୍ରୀ ଶ୍ରୀମତୀ ଡିଲେଶ୍ୱରୀ ବେହେରାଙ୍କ ପ୍ରଶିକ୍ଷଣରେ ଛାତ୍ର ଛାତ୍ରୀ ମାନେ ଉଚ୍ଚକୋଟିର ନୃତ୍ୟ ଓ ସଂଗୀତ ପ୍ରଦର୍ଶନ କରିବା ପୂର୍ବକ, ଭାଷଣ, ଚିତ୍ରାଙ୍କନ, ଗଳ୍ପକଥନ ଏବଂ ଅନ୍ୟ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରି ପୁରସ୍କୃତ ହୋଇଥିଲେ. ସ୍କୁଲର ସହକାରୀ ଶିକ୍ଷୟତ୍ରୀ ଶ୍ରୀମତୀ ଭାରତୀ ମଲ୍ଲିକଙ୍କ ଧନ୍ୟବାଦ ଅର୍ପଣ ସାଙ୍ଗକୁ, ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀ ମିଶି ବିଦ୍ୟାଳୟର ବାର୍ଷିକ ଉତ୍ସବକୁ ଏପରି ଭାବେ ପ୍ରସ୍ତୁତି କରିଥିଲେ, ଯାହାଦ୍ୱାରା ନିମନ୍ତ୍ରିତ ଅତିଥିଙ୍କ ଦ୍ୱାରା ଧନ୍ୟବାଦର ପାତ୍ର ହେବା ସହ , ଡାଲିଆ କୁଜି ଗାଁ ଉତ୍ସଵ ମୁଖର ହୋଇଥିବାର ଦେଖାଦେଇଥିଲା l
ରାୟଗଡା ରୁ ଧନୁର୍ଜୟ ରାଜୁ ଙ୍କ ରିପୋର୍ଟ ଶୁଭମ ବାର୍ତ୍ତା
What's Your Reaction?






