ଜିଲ୍ଲାର ଅଗ୍ରଣୀ ସଂନ୍ଥା ଦାପ୍ତା ଓ କର୍ତ୍ତବ୍ୟ ଅନୁଷ୍ଠାନର ଦିନିକିଆ ମସ୍ୟ ସଖୀ କର୍ମଶାଳା ଅନୁଷ୍ଠିତ,

ଜିଲ୍ଲାର ଅଗ୍ରଣୀ ସଂନ୍ଥା ଦାପ୍ତା ଓ କର୍ତ୍ତବ୍ୟ ଅନୁଷ୍ଠାନର ଦିନିକିଆ ମସ୍ୟ ସଖୀ କର୍ମଶାଳା ଅନୁଷ୍ଠିତ,
ଶୁଭମ ବାର୍ତ୍ତା :- ଭବାନୀପାଟଣା :ତା ୨୧. ୦୨. ୨୦୨୫ ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ର ଆର୍ ଆର୍ ଟି ଟି ଏସ ଠାରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ କର୍ତ୍ତବ୍ୟ, ଦାପ୍ତା ଓ ରିଲାଏନ୍ସ ଫାଉଣ୍ଡେସନ ର ମିଳିତ ସହଯୋଗରେ ଏକ ଦିନିକିଆ ମସ୍ୟ ସଖୀ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ଜିଲ୍ଲା ମତ୍ସ୍ୟ ବିଭାଗ ଜିଲ୍ଲା ଅଧିକାରୀ ସୁଶ୍ରୀ ଦ୍ରୋପଦୀ ମାଝୀ ମୁଖ୍ୟ ଅତିଥିଭାବେ ଯୋଗଦାନ କରିଥିବା ବେଳେ,ଯୋଜନା ଅଧିକାରୀ ସୁଶ୍ରୀ ପ୍ରଶାନ୍ତି ନାୟକ, ଶ୍ରୀ ବିରଞ୍ଚି ନାରାୟଣ ରାଉତ ସହ ମତ୍ସ୍ୟ ଅଧିକାରୀ,ଶ୍ରୀ ଦେବେନ୍ଦ୍ର କୁମାର ପଟେଲ ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ, ରିଲାଏନ୍ସ ଫାଉଣ୍ଡେସନ କଳାହାଣ୍ଡି,ଶ୍ରୀ ସୁଶୀଲ କୁମାର ବେହେରା, ଏସ ଟି ଟି, ଡିଆର୍ ଆଇ ଡବ୍ଲୁ ଇ ଓଡିଶା ପ୍ରମୁଖ ମଞ୍ଚାସିନ ଥିଲେ। ଏହି କର୍ମଶାଳା ରେ ପଚାଶରୁ ଉର୍ଦ୍ଧ ମତ୍ସସଖୀ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ଶ୍ରୀ ରାଉତ ଅବସରପ୍ରାପ୍ତ ମସ୍ୟ ସହ ଅଧିକାରୀ ମାଛ ଚାଷ ପାଇଁ ପୋଖରୀ ଚୟନ, ପ୍ରସ୍ତୁତି ମୂର୍ତ୍ତିକା ପରୀକ୍ଷା, ପାଣିର ପ୍ଲାଂକଟନ, ଅମ୍ଳଜାନ, ଅନୋମିଆ ପରୀକ୍ଷା କରିବା, ଗୁଣାତ୍ମକ ମାଛ ଯାଆଁଳା ଛାଡ଼ିବା, ଠିକ ଭାବରେ ଖାଦ୍ୟ ଓ ରୋଗ ନିୟନ୍ତ୍ରଣ କରିବା ଉପରେ ଉପସ୍ଥିତ ମସ୍ୟ ସଖୀ ମାନଙ୍କୁ ଅବଗତ କରାଇଥିଲେ।ଏହି କର୍ମଶାଳା ରେ ମିଶ୍ରିତ ମାଛ ଚାଷ ସଂପର୍କୀୟ ପୁସ୍ତିକା ସୁଶ୍ରୀ ଦ୍ରୋପଦୀ ମାଝୀ ଜିଲ୍ଲା ମତ୍ସ୍ୟ ଅଧିକାରୀ ଓ ଉପସ୍ଥିତ ଅତିଥିଙ୍କ ଦ୍ଵାରା ଉନ୍ମୋଚନ କରଯାଇଥିଲା।ଜିଲ୍ଲା ମସ୍ୟଧିକାରୀ ସୁଶ୍ରୀ ଦ୍ରୌପଦୀ ମାଝୀ ସରକାର ଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ଉପରେ ଆଲୋଚନା କରିବା ସହ ସରକାରୀ ଯୋଜନା ର ରିହାତି ନେଇ ସମସ୍ତେ କେମିତି ଲାଭବାନ ହେବା ସହ ରୋଜଗାରକ୍ଷମ ହେବେ ସେ ବିଷୟରେ ବିଷଦ ବିବରଣୀ ପ୍ରଦାନ କରିଥିଲେ।ଯେଉଁ ମସ୍ୟସଖୀ ମାନଂକର ସନ୍ତାନ ମାନେ ମାଟ୍ରିକ ପରୀକ୍ଷାରେ ଅଧିକ ନମ୍ବର ରଖି କୃତକାର୍ଯ୍ୟ ହେଇଥିବେ, ସେମାନଙ୍କର ସନ୍ତାନ ମାନଙ୍କୁ ତାଙ୍କ ବିଭାଗରୁ ୧୦୦୦୦ ଟଙ୍କାର ଆର୍ଥିକ ପ୍ରୋତ୍ସାହନ ମିଳିଥାଏବୋଲି ମତପ୍ରକାଶ କରିଥିଲେ।ଆଗାମୀ ବର୍ଷରେ ଜିଲ୍ଲା ମତ୍ସ୍ୟ ବିଭାଗ କଳାହାଣ୍ଡି, ରିଳାଏନ୍ସ ଫାଉଣ୍ଡେସନ, କର୍ତ୍ତବ୍ୟ, ସଂସ୍ଥା ଓ ଦାପ୍ତା ସଂସ୍ଥାର ମିଳିତ ଉଦ୍ୟମରେ କଳାହାଣ୍ଡି ଜିଲ୍ଲାକୁ ମତ୍ସ୍ୟ ହବ କରିବାକୁ ଯୋଜନା ପ୍ରସ୍ତୁତ ହୋଇରହିଛି ବୋଲି ସଂସ୍ଥାର କର୍ମକର୍ତ୍ତା ମାନେ ତାଙ୍କର ଅଭିଭାଷଣରେ ରଖିଥିଲେ।ଏହି କାର୍ଯ୍ୟକ୍ରମ କୁ ନିରାକାର ଦଣ୍ଡସେନା ପ୍ରକଳ୍ପ ସଂଯୋଜକ କର୍ତ୍ତବ୍ୟ ସଂଯୋଜନା କରିଥିବା ବେଳେ ହୃଦାନନ୍ଦ ମାଝି, ରବୀନ୍ଦ୍ର ନାଥ ବେହେରୁକ୍, ସଦାନନ୍ଦ ନାଗ, ନୀଳମଣି ହରିଜନ, ପୁରୁଷୋତ୍ତମ ସାହୁ ପ୍ରମୁଖ ସହଯୋଗ କରିଥିଲେ ଏବଂ ଶ୍ରୀ ବିଜୟା ପ୍ରଧାନ ପ୍ରକଳ୍ପ ସଂଯୋଜକ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।
କଳାହାଣ୍ଡି ଜିଲ୍ଲାରୁ କବିରାଜ ଦୁର୍ଗାଙ୍କ ରିପୋର୍ଟ ଶୁଭମ ବାର୍ତ୍ତା
What's Your Reaction?






