ସମାପନ ହେଲା ତିତ୍ କେଲା ଠାରେ ହେଉ ଥିବା ୭୦ ତମ ଶ୍ରୀରାମ ନବମୀ ମହୋତ୍ସବ,

ସମାପନ ହେଲା ତିତ୍ କେଲା ଠାରେ ହେଉ ଥିବା ୭୦ ତମ ଶ୍ରୀରାମ ନବମୀ ମହୋତ୍ସବ,
ଶୁଭମ ବାର୍ତ୍ତା :- ଚଳିତ ଚୈତ୍ର ଶୁକ୍ଳ ପକ୍ଷ ରୁ ବିଭିନ୍ନ ସ୍ଥାନରେ ମର୍ଯ୍ୟଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ଙ୍କ ପୂଜାର୍ଚ୍ଚନା ପାଇଁ ପୁର ପଲ୍ଲୀ ଉତ୍ସବ ମୁଖର ଥିବା ବେଳେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅନ୍ତର୍ଗତ ତିତ୍ କେଲା ଗାଁ ରେ ମଧ୍ୟ ମହା ଆଡ଼ମ୍ବର ସହିତ ପାଳନ କରାଯାଇଛି ଶ୍ରୀରାମ ନବମୀ ମହୋତ୍ସବ । ଏହି ଗାଁ ରେ ଦୀର୍ଘ ୭୦ ବର୍ଷ ଧରି ଶ୍ରୀରାମ ନବମୀ ପାଳିତ ହୋଇ ଆସୁଥିବା ବେଳେ ପ୍ରତି ଚଉଦ ବର୍ଷ ପୂର୍ତ୍ତି ଅବସରରେ ରେ ଅଶ୍ଵମେଧ ଯଜ୍ଞ ଅନୁଷ୍ଟିତ ହୋଇ ଥାଏ ସେଥିପାଇଁ ଚଳିତବର୍ଷ ମଧ୍ୟ ଚଉଦ ବର୍ଷ ପୂର୍ତ୍ତି ଅବସରରେ ଅଶ୍ଵମେଧ ଯଜ୍ଞ ଅନୁଷ୍ଟିତ ହେବା ସହିତ ରାମାୟଣ ର ଉତ୍ତରା କାଣ୍ଡ ନାଟକ ପରିବେଷଣ ହୋଇ ଥିଲା। ଚଳିତ ମାସ ପାଞ୍ଚ ତାରିଖ ଶନିବାର ରୁ ଅଧିବାସ ସହିତ କଳସ ଯାତ୍ରା ରୁ ଆରମ୍ଭ ହୋଇ ଥିବା ଉକ୍ତ ଉତ୍ସବ କୁ ଦେଖିବା ପାଇଁ ଆଖ ପାଖ ଅଞ୍ଚଳ ର ଶହ ଶହ ଶ୍ରଦ୍ଧାଳୁ ଓ ଦର୍ଶକ ଙ୍କ ସମାଗମ ହୋଇ ଥିଲା । ପ୍ରବଳ ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟିରେ ରଖି କମିଟି ପକ୍ଷରୁ ବିଭିନ୍ନ ସ୍ଥାନରେ ଜଳ ଛତ୍ର ର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ଦୀର୍ଘ ୭୦ ବର୍ଷ ଧରି ଶ୍ରୀରାମ ଙ୍କ ପୂଜା ଏକ ଅସ୍ଥାୟୀ ମଣ୍ଡପ ରେ କରିଆସୁଛନ୍ତି ଗ୍ରାମବାସୀ,ସେଥିପାଇଁ ଏକ ମନ୍ଦିର ନିର୍ମାଣ କରିବାକୁ ସରକାରୀ ସହାୟତା ଅପେକ୍ଷା ରେ ଅଛନ୍ତି ବୋଲି କମିଟି ର ସଭାପତି ମତ ରଖିଛନ୍ତି।
ନର୍ଲା ରୁ ଜଗତ ରାମ୍ ସାହୁ ଙ୍କ ରିପୋର୍ଟ୍ ଶୁଭମ୍ ବାର୍ତ୍ତା
What's Your Reaction?






