ଆଜିଠୁ ମ୍ୟାଟ୍ରିକ ପରୀକ୍ଷା ଆରମ୍ଭ, ନର୍ଲା ବ୍ଲକ୍ ରେ ୧୦ ଗୋଟି ପରୀକ୍ଷା କେନ୍ଦ୍ର ରେ ୧୪୪୮ ଜଣ ପରୀକ୍ଷାର୍ଥୀ,

Feb 21, 2025 - 15:37
Feb 21, 2025 - 15:40
 0  41
ଆଜିଠୁ ମ୍ୟାଟ୍ରିକ ପରୀକ୍ଷା ଆରମ୍ଭ, ନର୍ଲା ବ୍ଲକ୍ ରେ ୧୦ ଗୋଟି ପରୀକ୍ଷା କେନ୍ଦ୍ର ରେ ୧୪୪୮ ଜଣ ପରୀକ୍ଷାର୍ଥୀ,

 ଆଜିଠୁ ମ୍ୟାଟ୍ରିକ ପରୀକ୍ଷା ଆରମ୍ଭ, ନର୍ଲା ବ୍ଲକ୍ ରେ ୧୦ ଗୋଟି ପରୀକ୍ଷା କେନ୍ଦ୍ର ରେ ୧୪୪୮ ଜଣ ପରୀକ୍ଷାର୍ଥୀ,

ନର୍ଲା ଶୁଭମ ବାର୍ତ୍ତା :- ଆଜିଠୁ ମ୍ୟାଟ୍ରିକ ପରୀକ୍ଷା ଆରମ୍ଭ ହୋଇଛି, ସାରା ରାଜ୍ୟରେ ୫ ଲକ୍ଷ ୨୨ ହଜାର ୩୩୬ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉ ଥିବା ବେଳେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ର ୧୦ ଗୋଟି ପରୀକ୍ଷା କେନ୍ଦ୍ର ରେ ୧୪୪୮ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣ ଅନୁପସ୍ଥିତ ଥିବା ସୂଚନା ଦେଇଛନ୍ତି ନର୍ଲା ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ। ଆଜି ପ୍ରଥମ ଦିନ ପରୀକ୍ଷା ରେ ମାତୃଭାଷା ଓଡ଼ିଆ ପରୀକ୍ଷା ଥିଲା,ସକାଳ ୯ ଟା ରୁ ପରୀକ୍ଷା ଆରମ୍ଭ ହୋଇ ୧୧ ଟା ୩୦ ମିନିଟ୍ ରେ ଶେଷ ହୋଇ ଥିଲା । ପ୍ରତ୍ୟେକ ପରୀକ୍ଷା କେନ୍ଦ୍ର ରେ ସି ସି କ୍ୟାମେରା ଲଗାଇ ସୁଚାରୁ ରୁପେ ପରୀକ୍ଷା ପରିଚାଳନା କରାଯାଇ ଥିଲା।ନର୍ଲା ହାଇସ୍କୁଲ ରେ ମଧ୍ୟ ୧୫୧. ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇ ଥିଲେ। ଉକ୍ତ ପରୀକ୍ଷା ରେ ଭଲ ନମ୍ବର୍ ରଖିବେ ବୋଲି ଛାତ୍ର ଛାତ୍ରୀ ପ୍ରତିକ୍ରିୟା ରଖିଛନ୍ତି।

      ନର୍ଲା ରୁ ଜଗତ ରାମ୍ ସାହୁଙ୍କ ରିପୋର୍ଟ ଶୁଭମ୍ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow