ରାଣୀପଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ,

Mar 6, 2025 - 06:01
 0  161
ରାଣୀପଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ,

ରାଣୀପଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ,

ଶୁଭମ ବାର୍ତ୍ତା :- ନର୍ଲା ବ୍ଲକ ଅନ୍ତର୍ଗତ ବୁରାଟ କେନ୍ଦ୍ର ର ରାଣୀ ପଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ଋତୁରାଜ ରଣା ଙ୍କ ଅଧ୍ୟକ୍ଷତା ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ଗାଡେବନ୍ଧ ଗ୍ରାମ ପଞ୍ଚାୟତ ର ସରପଞ୍ଚ କବିତା ବାଗ, ସମ୍ମାନିତ ଅତିଥି ଭାବରେ ସମିତି ସଭ୍ୟା ପ୍ରତିନିଧି ଅଜିତ ସାହୁ, ବୁରାଟ ସାଧନ କେନ୍ଦ୍ର ସଂଯୋଜକ ଶ୍ରବଣ କୁମାର ରଥ, ମୁଖ୍ୟ ବକ୍ତା ପରବାଙ୍ଗି ସାଧନ କେନ୍ଦ୍ର ସଂଯୋଜକ ନବୀନ ବେମାଲ, ଅନ୍ୟତମ ସମ୍ମାନିତ ଅତିଥି ଗୁଣପୁର ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବଳରାମ ମାଝୀ, ଅବସର ପ୍ରାପ୍ତ ଶିକ୍ଷକ ଉଦେନାଥ ମୁଣ୍ଡା, ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଲୋକନାଥ ମାଝୀ ଯୋଗ ଦେଇ ଥିଲେ। ବିଦ୍ୟାଳୟ ରେ ହୋଇ ଥିବା ବିଭିନ୍ନ ପ୍ରତିଯୋଗିତା ରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ଙ୍କୁ ପ୍ରମାଣ ପତ୍ର ସହ ପୁରସ୍କୃତ କରାଯାଇ ଥିଲା। ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମ ଟିକୁ ଶିକ୍ଷା ବିତ୍ କ୍ଷିତିଶ ଚନ୍ଦ୍ର ମାଝୀ ପରିଚାଳନା କରି ଥିଲେ ଓ ଶିକ୍ଷକ ପ୍ୟାରୀ ମୋହନ ଚମ୍ପତି, ରଞ୍ଜୁଲତା ସାହୁ, ସସ୍ମିତା ମହାପାତ୍ର ଓ କ୍ରୀଡ଼ା ଶିକ୍ଷକ ଦଶରଥ ଭୋଇ ପ୍ରମୁଖ ସହଯୋଗ କରିଥିଲେ।

        ନର୍ଲା ରୁ ଜଗତ ରାମ୍ ସାହୁ ଙ୍କ ରିପୋର୍ଟ୍ ଶୁଭମ୍ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow