ଗୋଟେନ୍ ସ୍କୁଲରେ ବାର୍ଷିକ ଉତ୍ସବ ସହିତ ପ୍ରବେଶ ଉତ୍ସବ ଅନୁଷ୍ଠିତ l

ଗୋଟେନ୍ ସ୍କୁଲରେ ବାର୍ଷିକ ଉତ୍ସବ ସହିତ ପ୍ରବେଶ ଉତ୍ସବ ଅନୁଷ୍ଠିତ l
ଶୁଭମ ବାର୍ତ୍ତା :- କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ଗୋଟେନ୍ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ସହିତ ପ୍ରବେଶ ଉତ୍ସବ ବା ଖଡ଼ି ଛୁଆଁ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ବେରୁକ୍ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ କମର୍ଦ୍ଧା ସରପଞ୍ଚ ସୁଶୀଳା ନାଏକ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ପୂର୍ବତନ ସରପଞ୍ଚ ସର୍ବେଶ୍ଵର ମାଝୀ, ବିଦ୍ୟାଳୟ ର ସଭାପତି ସୁଦାମ୍ ମାଝୀ, ୱାଡ ମେମ୍ବର ଦୁର୍ଯ୍ୟୋଧନ ସୁନା, ଶିକ୍ଷକ କ୍ଷୀତିଶ୍ ଚନ୍ଦ୍ର ମାଝୀ, ବିଶିଷ୍ଟ କଳାକାର୍ ଲୋଚନ୍ ମାଝୀ, ଟାଟା ଷ୍ଟିଲ ଫିଲ୍ଡକୋଡିନେଟର୍ ସୌମ୍ୟ ରଂଜନ ସାହା ଯୋଗ ଦେଇ ଥିଲେ। ଉକ୍ତ କାର୍ଯ୍ୟକ୍ରମ ର ମୁଖ୍ୟବକ୍ତା ମସ୍କାଗୁଡ଼ା CRCC ଶ୍ରୀଯୁକ୍ତ ପ୍ରକାଶ୍ ପଧାନ୍ ଥିବା ବେଳେ ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଦସ୍ୟ ସଦସ୍ୟା ଓ ଅଭିଭାବକ ମାନଙ୍କ ସହିତ ସ୍ଥାନୀୟ ଗ୍ରାମବାସୀ ଉପସ୍ଥିତ ଥିଲେ। ବିଦ୍ୟାଳୟକୁ ସୁନ୍ଦର ଭାବେ ସୁସଜ୍ଜିତ କରାଯାଇ ହୋମ ଯଜ୍ଞ ର ସହିତ ନୂତନ ଭାବେ ନାମ ଲେଖାଇବା କୁ ଥିବା ଛାତ୍ର ଛାତ୍ରୀ ଙ୍କୁ ପ୍ରଧାନ ଶିକ୍ଷକ ଙ୍କ ସହ ସହକାରୀ ଶିକ୍ଷକ ବୃନ୍ଦ ପାଛୋଟି ନେଇଥିଲେ। ଶିକ୍ଷକ ଲଳିତ ମୋହନ ମାଝୀ ଙ୍କ ମଞ୍ଚ ପରିଚାଳନା ଓ ଶିକ୍ଷକ ବିଷ୍ଣୁ ଚରଣ ଭଞ୍ଜ ଙ୍କ ବ୍ୟବସ୍ଥାପାନା ସହିତ ବିଦ୍ୟାଳୟର ସମସ୍ତ ଙ୍କ ସହଯୋଗ ରେ ଉକ୍ତ କାର୍ଯ୍ୟକ୍ରମ ଟି ସଫଲ୍ୟ ମଣ୍ଡିତ ହୋଇ ଥିଲା।
ନର୍ଲା ରୁ ଜଗତ ରାମ୍ ସାହୁଙ୍କ ରିପୋର୍ଟ ଶୁଭମ୍ ବାର୍ତ୍ତା
What's Your Reaction?






