ବ୍ଲକ ଅଧ୍ୟକ୍ଷ ପଦ ପୁଣି ଫେରି ପାଇଲେ ବିନ୍ଦୁ ମହାନନ୍ଦ,

ବ୍ଲକ ଅଧ୍ୟକ୍ଷ ପଦ ପୁଣି ଫେରି ପାଇଲେ ବିନ୍ଦୁ ମହାନନ୍ଦ
ଗୋଲାମୁଣ୍ଡା,ତା.୦୫/୮/ଶୁଭମ ବାର୍ତ୍ତା (ଜନ୍ମେଜୟ ନାଏକ) କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ପଦ ପୁଣି ଫେରି ପାଇଛନ୍ତି ବିନ୍ଦୁ ମହାନନ୍ଦ । ଗତ ବର୍ଷ ଭିଜିଲାନ୍ସ ତାଙ୍କୁ ଗିରଫ କରି କୋର୍ଟ ଚଲାଣ କରିଥିବା ବେଳେ ସେ ନିୟମିତ ବେଲ ମାଧ୍ୟମରେ ଘରକୁ ଫେରିଥିଲେ । ତାଙ୍କର କେସ ବର୍ତ୍ତମାନ କୋର୍ଟରେ ଚାଲୁ ରହିଥିବା ବେଳେ ସେ ଦୋଷୀ ସାବ୍ୟସ୍ତ ହୋଇ ନ ଥିବାରୁ ରାଜ୍ୟ ସରକାର ତାଙ୍କ ବ୍ଲକ ଅଧ୍ୟକ୍ଷ ପଦବୀରେ ଅବସ୍ଥାପିତ କରିଥିବାରୁ ଆଜି ସେ ତାଙ୍କର ସମର୍ଥକ ମାନଙ୍କ ସହିତ ବ୍ଲକ ଅଫିସକୁ ଆସି ବ୍ଲକ ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଥିଲେ । ଏହି ସମୟରେ ବିଜେପିର ଅନେକ ବରିଷ୍ଠ କର୍ମୀ ମାନେ ମଧ୍ୟ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ ବ୍ଲକ ଅଧ୍ୟକ୍ଷ ଶ୍ରୀ ମହାନନ୍ଦ ପୂର୍ବରୁ ଅନେକ ଜନ ହିତକର କାର୍ଯ୍ୟ,ଦୈନନ୍ଦିନ ଲୋକଙ୍କ ଅଭିଯୋଗ ଶୁଣିବା ଓ ଲୋକଙ୍କ ଦ୍ୱାର ମୁହଁରେ ସେବା କାର୍ଯ୍ୟକ୍ରମ ମାଧ୍ୟମରେ ସମସ୍ତ ବ୍ଲକ ଅଧିକାରୀମାନଙ୍କୁ ଧରି ଗାଁ ଗାଁ ବୁଲି ଲୋକଙ୍କ ଅଭିଯୋଗ ଶୁଣି ସମାଧାନ କରୁଥିବାରୁ ସେ ବ୍ଲକ ତଥା ସମସ୍ତ ଜିଲ୍ଲାରେ ପରିଚିତ ହୋଇ ପାରିଥିଲେ । ଆଜି ଶ୍ରୀ ମହାନନ୍ଦ ବ୍ଲକ ଅଧ୍ୟକ୍ଷ ପଦ ଫେରି ପାଇଥିବା ବେଳେ ତାଙ୍କ ସମର୍ଥନ ମହଲରେ ଖୁସିର ଲହରୀ ଦେଖାଦେଇଛି । ଅପରପକ୍ଷରେ ପୁଣି ଦୈନନ୍ଦିନ ଜନ ଶୁଣାଣି ଓ ଲୋକଙ୍କ ଦ୍ୱାର ମୁହଁରେ ସେବା ମାଧ୍ୟମରେ ଲୋକଙ୍କ ସମସ୍ୟା ସମଧାନ କରାଯିବ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ବ୍ଲକ ଅଧ୍ୟକ୍ଷ ଶ୍ରୀ ମହାନନ୍ଦ ।
What's Your Reaction?






