ଗୋଲାମୁଣ୍ଡା ରେ ବିଶ୍ଵ ସ୍ତନ୍ୟପାନ ସପ୍ତାହ ପାଳିତ,

ଗୋଲାମୁଣ୍ଡା ରେ ବିଶ୍ଵ ସ୍ତନ୍ୟପାନ ସପ୍ତାହ ପାଳିତ
ଗୋଲାମୁଣ୍ଡା ଶୁଭମ୍ ବାର୍ତ୍ତା (ଜନ୍ମେଜୟ ନାଏକଙ୍କ ରିପୋର୍ଟ) କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଆଇସିଡିଏସ ପକ୍ଷରୁ ଚଳିତ ମାସ ମଙ୍ଗଳବାର ଦିନ ଗୋଲାମୁଣ୍ଡା ଠାରେ ବିଶ୍ଵ ସ୍ତନ୍ୟପାନ ସପ୍ତାହ ପାଳିତ ହୋଇଯାଇଛି। ଏପରିପ୍ରେକ୍ଷୀ ରେ ପ୍ରସୂତି ମହିଳା ମାନେ କିଭଳି ତାଙ୍କର ନବଜାତ ଶିଶୁ କୁ ସ୍ତନ୍ୟପାନ କରାଇବେ ସେ ନେଇ ଗୋଲାମୁଣ୍ଡା ଶିଶୁ ପ୍ରକଳ୍ପ ବିକାଶ ପକ୍ଷରୁ ବିଶ୍ଵ ସ୍ତନ୍ୟପାନ ସପ୍ତାହ ୨୦୨୪ ଗୋଲାମୁଣ୍ଡା ମିଶନଶକ୍ତି ଭବନ ରେ ପାଳିତ ହୋଇଯାଇଛି। ଅଙ୍ଗନବାଡି କର୍ମି ମାନଙ୍କୁ ନେଇ ଗୋଲାମୁଣ୍ଡା ଠାରେ ଏକ ଶୋଭାଯାତ୍ରା ରେ ସହର ପରିକ୍ରମା କରି କିଭଳି ଭାବରେ ନବଜାତ ଶିଶୁ ସ୍ତନ୍ୟପାନ କରିବ ସେ ନେଇ ଏକ ସଚେତନ କରାଯାଇଥିଲା। ଏହି ଅବସରରେ ଗୋଲାମୁଣ୍ଡା ମିଶନଶକ୍ତି ଗୃହ ରେ ଏକ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ରେ ବିଡିଓ ଶ୍ରୀଧର ପଣ୍ଡା, ସାମାଜିକ କଲ୍ୟାଣ ଅଧିକାରୀ ଦ୍ରୋପଦୀ କହଁର, ପ୍ରୋଗ୍ରାମ ଅଫିସର ଲତା ପ୍ରଧାନ, ନୋଡାଲ ପ୍ରୋଗ୍ରାମ ଅଫିସର ବିଶ୍ୱନାଥ ଦାସ, ବିପିଏମ ଅନାମ ଭୋଇ, ସାମାଜିକ କର୍ମି ଶ୍ୟାମସୁନ୍ଦର ଅଗ୍ରୱାଲ, ଡାକ୍ତର ନିମାଇ ଚନ୍ଦ୍ର ମହାନ୍ତି ପ୍ରମୁଖ ଅତିଥି ଭାବରେ ମଞ୍ଚାସିନ ଥିଲେ।କାର୍ଯ୍ୟକ୍ରମ ରେ ସୁପରଭାଇଜର ଯଶୋବନ୍ତି ନାଏକ, ମଞ୍ଜୁଲତା ପଟନାୟକ, ସମେତ ସମସ୍ତ ଅଙ୍ଗନବାଡି କର୍ମି ଉପସ୍ଥିତ ଥାଇ ସହଯୋଗ କରିଥିଲେ।
What's Your Reaction?






