ନର୍ଲା ବ୍ଲକରେ ସ୍କୁଲ ପୋଷାକ ଓ ଜୋତା ଯୋଗାଣ ରେ ମୁହାଦୁର୍ନୀତି,

Jul 25, 2024 - 06:40
 0  11
ନର୍ଲା ବ୍ଲକରେ  ସ୍କୁଲ ପୋଷାକ ଓ ଜୋତା ଯୋଗାଣ ରେ ମୁହାଦୁର୍ନୀତି,

ନର୍ଲା ଶୁଭମ ବାର୍ତ୍ତା :- କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକରେ ୯୩ ଗୋଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଥିବା ବେଳେ ୨୯ ଗୋଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅବସ୍ଥିତ ଅଟେ ମୋଟ ୨୨୨ ଗୋଟି ବିଦ୍ୟାଳୟ ର ପ୍ରଥମ ରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଙ୍କ ପାଇଁ ରାଜ୍ୟ ସରକାର ପ୍ରତି ଛାତ୍ର ପିଛା ପୋଷାକ ଓ ଜୋତା ବାବଦ କୁ ଏକ ହଜାର ଟଙ୍କା ଲେଖାଏଁ ଯୋଗାଈ ଦେଇଥାନ୍ତି କିନ୍ତୁ ବଡ ପରିତାପର ବିଷୟ କି ଯେ ନର୍ଲା ବ୍ଲକ ରୁପ୍ରା ରୋଡ଼ ଗ୍ରାମର ହାତ ଗଣତି କିଛି ଅସାଧୁ ବ୍ୟବସାୟୀ ଯଥା ପ୍ରଦୀପ ଟେକ୍ସଟଇଲସ,କମଳ କ୍ଲଥ ଷ୍ଟୋର ରମାନୁଜ ଟ୍ରେଡ଼ର୍ସ ଓ ସିଦ୍ଧାନ୍ତ କ୍ଲଥ ଷ୍ଟୋର ଦୀର୍ଘ ବର୍ଷ ଧରି ଲଗାତାର ଭାବରେ କୋମଳମତି ଛାତ୍ରଛାତ୍ରୀ ମାନଙ୍କୁ କଲିକତା ର ଅତ୍ୟନ୍ତ ନିମ୍ନ ମାନର ରୋଟୋ କନାର ସ୍କୁଲ ପୋଷାକ ଯୋଗାଇ ବାର୍ଷିକ ଲକ୍ଷ ଟଙ୍କା ସରକାରୀ ଅର୍ଥ ଆତ୍ମସାତ କରି ଆସୁଥିବା ଅଭିଭାବକ ମହଲରେ ଅଭିଯୋଗ ହୋଇଆସୁଅଛି କିନ୍ତୁ ସମସ୍ତ ଅଭିଯୋଗ କୁ ବିଭାଗୀୟ ଅଧିକାରୀ ଜାଣିଶୁଣି ନିରବଦ୍ରଷ୍ଟା ସାଜୁଛନ୍ତି କାରଣ ଉକ୍ତ ଠକ ବ୍ୟବସାୟୀ ମାନେ ସିଆରସିସି ଠାରୁ ଆରମ୍ଭ କରି ରାଜନେତା ଓ ପଦସ୍ଥ ଅଧିକାରୀ ମାନଙ୍କୁ ମୋଟା ଅଙ୍କର ପିସି ଦେଇ ମୁଁହ ବନ୍ଦ କରୁଛନ୍ତି ଏବଂ ବିଭିନ୍ନ ସ୍କୁଳ କୁ ନମୁନା ଦେବା ସମୟରେ ଠିକ ଠାକ ମାନର ନମୁନା ଦେଉଛନ୍ତି ଯୋଗାଣ ସମୟରେ ସେହି ନିମ୍ନ ମାନର ପୋଷାକ ଯୋଗାଇ ଦେଇ ପଚାଶ ରୁ ଷାଠିଏ ପ୍ରତିଶତ ଅର୍ଥ ଆତ୍ମସାତ କରି କୋମଳମତି ଛାତ୍ରଛାତ୍ରୀ ଙ୍କୁ ଶୋଷଣ କରୁଛନ୍ତି ଯାହାକି ଉକ୍ତ ପୋଷାକ ବ୍ୟବହାର ଯୋଗ୍ୟ ନୁହେଁ, ରୁପ୍ରାରୋଡ ର ଅସାଧୁ ବ୍ୟବସାୟୀ ଗୋଷ୍ଠୀ ଙ୍କୁ କଳା ତାଲିକା ଭୁକ୍ତ କରାଯାଇ ପୋଷାକ ର ଏକ ହଜାର ଟଙ୍କା ଲେଖାଏଁ ସିଧା ସଳଖ ଛାତ୍ରଛାତ୍ରୀ ଙ୍କ ବ୍ୟାଙ୍କ ଖାତା ରେ ଜମା କରାଗଲେ ନିରୀହ ଛାତ୍ରଛାତ୍ରୀ ଲାଭାନ୍ୱିତ ହୋଇପାରିବେ ନଚେତ ଅନ୍ୟ ସଚ୍ଚୋଟ ବ୍ୟବସାୟୀ ଙ୍କୁ ସ୍କୁଲ ପୋଷାକ ଯୋଗାଣ ପାଇଁ ଅନୁମତି ପ୍ରଦାନ କରାଗଲେ ଏହାର ସମାଧାନ ହୋଇପାରିବ ବୋଲି ନର୍ଲା ପ୍ରେସ ଆସୋସିଏସନ କଳାହାଣ୍ଡି ଜିଲ୍ଲା ପାଳ ଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି,

What's Your Reaction?

like

dislike

love

funny

angry

sad

wow