ଲାଞ୍ଜିଗଡ଼ ବ୍ଲକର ଅଡାଖୁ ଗାଁରେ ମଇସି ମାଂସ ଖାଇ ବା ଯୋଗୁଁ ଡ଼ାଇରିଆ ଆତଙ୍କ, ପ୍ରକାଶ କରିଛନ୍ତି ଅଂଚଳ ବାସୀ ଓ ଡାକ୍ତରୀ ଦଳ,

Sep 2, 2024 - 16:02
 0  66
ଲାଞ୍ଜିଗଡ଼ ବ୍ଲକର ଅଡାଖୁ ଗାଁରେ  ମଇସି ମାଂସ ଖାଇ ବା ଯୋଗୁଁ ଡ଼ାଇରିଆ ଆତଙ୍କ,  ପ୍ରକାଶ କରିଛନ୍ତି  ଅଂଚଳ ବାସୀ ଓ ଡାକ୍ତରୀ ଦଳ,

ଲାଞ୍ଜିଗଡ଼ ବ୍ଲକର ଅଡାଖୁ ଗାଁରେ ମଇସି ମାଂସ ଖାଇ ବା ଯୋଗୁଁ ଡ଼ାଇରିଆ ଆତଙ୍କ, ପ୍ରକାଶ କରିଛନ୍ତି ଅଂଚଳ ବାସୀ ଓ ଡାକ୍ତରୀ ଦଳ,

 ଲାଞ୍ଜିଗଡ ଶୁଭମ ବାର୍ତ୍ତା :- ଆମ ଦେଶ ଭାରତ ବିକଶିତ ଦେଶ ମାନଙ୍କ ମଧ୍ୟରେ ଅନ୍ୟତମ, ତଥାପି ଲୋକେ ସଚେତନ ଅଭାବ ରୁ ଅଖାଦ୍ୟ ଖାଇ ଓ ଅସ୍ବାସ୍ଥ୍ୟ କର ପରିବେଶରେ ରହି ବିଭିନ୍ନ ରୋଗରେ ପିଡିତ ହୋଇ ମୃତ୍ୟୁ ମୁଖରେ ପଡୁଛନ୍ତି।ଏ ଆଧୁନିକ ଯୁଗରେ ମଧ୍ୟ ଲୋକେ ମଇସି ମାଂସ ଖାଉ ଥିବା ନଜରକୁ ଆସୁଥିବା ବେଳେ କଳାହାଣ୍ଡି ଜିଲ୍ଲା ର ଲାଞ୍ଜିଗଡ଼ ବ୍ଲକ୍ ଅନ୍ତର୍ଗତ ଭୂର୍ଟୀଗଡ ପଞ୍ଚାୟତ ର ଆଡ଼ାଖୁ ଗାଁର ଲୋକେ ମଇସି ମାଂସ ଖାଇ ଝାଡ଼ା ବାନ୍ତି ରୋଗରେ ପୀଡ଼ିତ ହୋଇ ତିନି ଜଣ ଙ୍କ ମୃତ୍ୟୁ ଘଟିଛି।ସୂଚନା ଅନୁସାରେ କିଛି ଦିନ ତଳେ ଆଡ଼ାଖୁ ଗାଁରେ ଜୈନିକ ବ୍ୟକ୍ତି ମରି ଯିବା ପରେ ତାର ଶୁଦ୍ଧି କ୍ରିୟା ପରେ ଉକ୍ତ ଗାଁ ଲୋକେ ଏକ ମଇସି କୁ ମାରି ଭୋଜି କରି ଖାଇ ଥିଲେ।ସେ ଦିନ ଗାଁରେ ମଦ ଓ ମଇସି ମାଂସର ଆସରା ଜମି ଥିଲା।କିଛି ଲୋକ ମାଂସ ଖାଇବା ପରେ ବଳକା ମାଂସ କୁ ନିଜ ନିଜ ଘରେ ରଖି ଦୁଇ ତିନି ଦିନ ପର୍ଯ୍ୟନ୍ତ ଖାଇ ଥିଲେ। କିଛି ମାଂସକୁ ଶୁଖାଇ କି ମଧ୍ୟ ରଖୁ ଥିଲେ, ଫଳରେ ପଚା ମାଂସ,ଦେଶୀ ମଦ ଓ ଅସ୍ବାସ୍ଥ୍ୟ କର ପରିବେଶ ରେ ରହିବା ଯୋଗୁଁ କିଛି ଲୋକ ଙ୍କୁ ଝାଡ଼ା ବାନ୍ତି ହୋଇ ଥିଲା। ସେମାନଙ୍କ ଭିତରୁ ଜଣକ ର ସ୍ଵାଭାବିକ ମୃତ୍ୟୁ ଘଟି ଥିବା ବେଳେ ଅନ୍ୟ ଦୁଇ ଜଣ ଙ୍କ ଝାଡ଼ା ବାନ୍ତି ରେ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ସେବା କରୁ ଥିବା ଡାକ୍ତରୀ ଟିମ ପ୍ରକାଶ କରିଛନ୍ତି।ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଟିମ୍ ଓ ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ଟିମ୍ ପ୍ରତିଦିନ ଉକ୍ତ ଗାଁ କୁ ଯାଇ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ସହିତ ଲୋକଙ୍କୁ ସଚେତନ କରୁ ଥିବା ଦେଖି ବାକୁ ମିଳିଛି। ବର୍ତ୍ତମାନ ପରିସ୍ଥିତି ଆୟତ ରେ ଥିବା ବେଳେ ଜନୀଦେଇ ନାମକ ମହିଳାର ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବା ଜଣା ପଡିଛି।ଗାଁରେ ଭୟର ବାତାବରଣ ଥିବା ବେଳେ ସ୍ବାସ୍ଥ୍ୟ ବିଭାଗ ସତର୍କ ରହି ଥିବା ଦେଖି ବାକୁ ମିଳିଛି।ସାଧାରଣ ଲୋକେ ଏହି ଆଧୁନିକ ଯୁଗରେ ମଧ୍ୟ ଅଖାଦ୍ୟ ଖାଇ ମୃତ୍ୟୁ ମୁଖରେ ପଡୁ ଥିବା ଅଜ୍ଞତା ର ପ୍ରମାଣ ଭଳି ମନେ ହେଉଛି।ସେଥି ପାଇଁ ମଣିଷ ସୁସ୍ଥ ରହିବାକୁ ହେଲେ ନିଜ ଘର ସହିତ, ଗାଁ ର ପରିବେଶ କୁ ସଫା ସୁତୁରା ରଖିବା ସହିତ ଖାଦ୍ୟ ପେୟ ଉପରେ ଧ୍ୟାନ ଦେବା ଜରୁରୀ ହୋଇ ପଡିଛି।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଜଗତ ରାମ୍ ସାହୁ ଶୁଭମ୍ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow