କମର୍ଦ୍ଧା ଅଞ୍ଚଳ ର ବିଭିନ୍ନ ସ୍ଥାନରେ ସମୂହ ସାବିତ୍ରୀ ବ୍ରତ ପାଳନ,

କମର୍ଦ୍ଧା ଅଞ୍ଚଳ ର ବିଭିନ୍ନ ସ୍ଥାନରେ ସମୂହ ସାବିତ୍ରୀ ବ୍ରତ ପାଳନ,
ଶୁଭମ ବାର୍ତ୍ତା :- ଆଜି ସାବିତ୍ରୀ ଅମାବାସ୍ୟା । ସ୍ବାମୀଙ୍କ ମଙ୍ଗଳ ମନାସୀ ବ୍ରତ ପାଳୁଛନ୍ତି ସଧବା । ହିନ୍ଦୁ ଶାସ୍ତ୍ର ଅନୁସାରେ ଯମରାଜଙ୍କ ପଛରେ ଯାଇ ସ୍ବାମୀ ସତ୍ୟବାନଙ୍କ ଜୀବନ ଫେରାଇ ଆଣିଥିଲେ ସାବିତ୍ରୀ । ସେହି ପୌରାଣିକ କଥାକୁ ମନେ ପକାଇ ସ୍ବାମୀଙ୍କ ଦୀର୍ଘ ଜୀବନ କାମନା କରି ପୂଜା କରୁଛନ୍ତି ବିବାହିତା ମହିଳାମାନେ। ରାଜ୍ୟର ବିଭିନ୍ନ ପୀଠରେ ସକାଳୁ ସକାଳୁ ପୂଜା କରିବାକୁ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼।ହାତରେ ଭୋଗ, ମନରେ ଉତ୍ସାହ ନେଇ ଦେବାଳୟକୁ ଯାଇଛନ୍ତି ସଧବା । ନୂଆ ଶାଢୀ, ସଙ୍ଖା, ସିନ୍ଦୁର ଓ ଅଳତା ସହିତ ବିଭିନ୍ନ ପ୍ରକାର ଫଳ ନେଇ ପୂଜାର୍ଚ୍ଚନା କରୁଛନ୍ତି । ଘରେ ଘରେ ବି ସାବିତ୍ରୀଙ୍କ ପ୍ରତିମା ଗଢି ବ୍ରତ କଥା ଗାଇ ପୂଜା କରୁଛନ୍ତି ସଧବା ନାରୀ । ଏହି ବ୍ରତ ପାଇଁ ନର୍ଲା ବଜାର ରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇ ଥିଲା ବେପାରୀ ମାନେ ମଧ୍ୟ ଭଲ ଦୁଇ ପଇସା ପାଇ ଥିବା ଜଣା ପଡ଼ିଛି। ବିଶେଷ କରି ପାଣି ପାଗ ବିଭାଗ ର ଆକଳନ ର ସାତ ଦିନ ପୂର୍ବରୁ କେରଳ କୁ ମୌସୁମୀ ପ୍ରବେଶ କରିବା ପରେ ଆମ ରାଜ୍ୟ ଓଡ଼ିଶା ରେ କାଳ ବୈଶାଖୀ ବର୍ଷା ସହିତ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ ହୋଇଥିବାରୁ ଚାଷୀ କୂଳ ମଧ୍ୟ ଉତ୍ସାହିତ ଅଛନ୍ତି ସେଥିପାଇଁ ଏହି ସାବିତ୍ରୀ ବ୍ରତ କୁ ମହା ଆଡମ୍ବର ସହିତ ପାଳନ କରୁଛନ୍ତି।
କଳାହାଣ୍ଡି ରୁ ଜଗତ ରାମ ସାହୁଙ୍କ ରିପୋର୍ଟ ଶୁଭମ ବାର୍ତ୍ତା
What's Your Reaction?






