ନର୍ଲା ର ବିଭିନ୍ନ ସ୍ଥାନ ରେ ପାଳିତ ହେଲା ୭୮ ତମ ସ୍ୱାଧୀନତା ଦିବସ,

ନର୍ଲା ର ବିଭିନ୍ନ ସ୍ଥାନ ରେ ପାଳିତ ହେଲା ୭୮ ତମ ସ୍ୱାଧୀନତା ଦିବସ ଯୋଗ ଦେଲେ ନର୍ଲା ବିଧାୟିକା ମନୋରମା ମହାନ୍ତି,
ନର୍ଲା ଶୁଭମ ବାର୍ତ୍ତା :- ସାରା ଦେଶରେ ଆନନ୍ଦ ଉଲ୍ଲାସ ର ସହିତ ୭୮ ତମ ସ୍ୱାଧୀନତା ଦିବସ ପାଳନ ହେଉଥିବା ବେଳେ କଳାହାଣ୍ଡି ଜିଲ୍ଲା ନର୍ଲା ସହର ର ବିଭିନ୍ନ ଅଫିସ୍ କର୍ଯ୍ୟାଳୟ, ଶିକ୍ଷ୍ୟାନୁଷ୍ଠାନ ଓ ବିଭିନ୍ନ ପ୍ରକାର ସଂଘ କାର୍ଯ୍ୟାଳୟ ଗୁଡ଼ିକ ରେ ସ୍ଵାଧୀନତା ଦିବସ ପାଳିତ ହୋଇ ଯାଇଛି ।ନର୍ଲା ହାଇସ୍କୁଲ ପଡ଼ିଆରେ ବ୍ଲକ୍ ପ୍ରଶାସନ ତରଫରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ ରେ ବିଭିନ୍ନ ସ୍କୁଲ ଓ କଲେଜ ର ଛାତ୍ର ଛାତ୍ରୀ ଯୋଗ ଦେଇ ପ୍ୟାରେଡ କରିବା ସହିତ ବିଭିନ୍ନ ପ୍ରକାର ର ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ।ସ୍ୱାଧୀନତା ଦିବସ ପାଇଁ ବିଭିନ୍ନ ଶିକ୍ଷ୍ୟାନୁଷ୍ଠାନ୍ ରେ ହୋଇଥିବା ପ୍ରତିଯୋଗିତା ର ବିଜେତା ମାନଙ୍କୁ ପୁରସ୍କୃତ କରାଯାଇଥିଲା।ନର୍ଲା ହାଇସ୍କୁଲ ରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ନର୍ଲା ବିଧାୟିକା ମନୋରମା ମହାନ୍ତି ଯୋଗ ଦେଇ ଥିବା ବେଳେ, ବ୍ଲକ୍ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ବିଡ଼ିଓ ରିପୂନଥ ସୁନାଙ୍କ ସହିତ ବ୍ଲକ ର ବିଭିନ୍ନ ବିଭାଗ ର ଅଧିକାରୀ, ବିଭିନ୍ନ ସ୍କୁଲ ର ଶିକ୍ଷକ ଶିକ୍ଷୟତ୍ରୀ, ବୁଦ୍ଧିଜୀବୀ, ସମାଜ୍ ସେବୀ, ସାମ୍ବାଦିକ ଓ ସାଧାରଣ ଜନସାଧାରଣ ଯୋଗ ଦେଇ ଥିଲେ।ଉକ୍ତ କାର୍ଯ୍ୟକ୍ରମ ରେ ନର୍ଲା ବିଧାୟିକା ମନୋରମା ମହାନ୍ତି ନର୍ଲା ବିକାଶ ର ମଙ୍ଗ ଧରି ସମସ୍ତ ପ୍ରଶାସନିକ ଅଧିକାରୀ ଙ୍କୁ ନିଜ ସହ ସାମିଲ୍ ହୋଇ ନର୍ଲା କୁ ବିକାଶ ପଥରେ ଆଗେଇ ନେବା ପାଇଁ ଆହ୍ବାନ ଦେଇ ଥିଲେ।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଜଗତ ରାମ୍ ସାହୁ ଙ୍କ ସହ ତପନ କୁମାର ସାହୁ ଙ୍କ ରିପୋର୍ଟ୍ ଶୁଭମ୍ ବାର୍ତ୍ତା
What's Your Reaction?






