କଂଗ୍ରେସ୍ ନେତା ପର୍ଶୁରାମ୍ କୁମାର୍ ଙ୍କ ଦେହାନ୍ତ ଅଞ୍ଚଳ ରେ ଶୋକ ର ଛାୟା ,

Feb 7, 2025 - 08:09
 0  179
କଂଗ୍ରେସ୍ ନେତା ପର୍ଶୁରାମ୍ କୁମାର୍ ଙ୍କ ଦେହାନ୍ତ ଅଞ୍ଚଳ ରେ ଶୋକ ର ଛାୟା  ,

କଂଗ୍ରେସ୍ ନେତା ପର୍ଶୁରାମ୍ କୁମାର୍ ଙ୍କ ଦେହାନ୍ତ ଅଞ୍ଚଳ ରେ ଶୋକ ର ଛାୟା 

ଶୁଭମ ବାର୍ତ୍ତା :- କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅନ୍ତର୍ଗତ ଡମ୍ ପଦର୍ ଗାଁ ର କଂଗ୍ରେସ୍ ନେତା ପର୍ଶୁରାମ୍ କୁମାର୍ ଙ୍କ ଗୁରୁବାର ଦିନ ଚିକିତ୍ସା ଧିନ ଅବସ୍ଥାରେ କଟକ୍ ଏ ସି ବି ମେଡିକାଲ୍ ରେ ମୃତ୍ୟୁ ଘଟିଥିଲା ।ତାଙ୍କ ମୃତ୍ୟୁ ଖବର ପାଇବା ପରେ ଡମ୍ ପଦର୍ ଗାଁ ରେ ଶୋକର ଛାୟା ଖେଳି ଯାଇଥିଲା। ଅପରାହ୍ନ ୪ ଟା ସମୟରେ ତାଙ୍କ ମୃତ ଦେହ ଗାଁ କୁ ଫେରିଲା ପରେ ନିଜ ଗାଁ ର ପୌତ୍ରିକ ଶ୍ମଶାନ ରେ ତାଙ୍କ ଶେଷ କୃତ୍ୟ ସଂପନ୍ନ କରାଯାଇ ଥିଲା। ଏହି ସମୟରେ ତାଙ୍କର ତିନି ଭାଇ ଜଗନ୍ନାଥ କୁମାର, ଧ୍ରୁବ ଚରଣ କୁମାର, ସମାଜ ସେବି ଦୁର୍ଯ୍ୟୋଧନ କୁମାର,, ତିନି ଭାଇ ବୋହୂ, ତିନି ଭଉଣୀ, ଚାରି ପୁଅ, ଚାରି ପୁତ୍ର ବଧୂ, ଦୁଇ ଝିଅ ଜ୍ବାଇଁ, ନାତି, ନାତିନାତୁଣୀ, ଭଣଜା,ସମସ୍ତ ବନ୍ଧୁ ବାନ୍ଧବ,ଓ ଶହ ଶହ ଜନ ସାଧାରଣ ଉପସ୍ଥିତ ଥିଲେ। ସେ ଜଣେ ମିଷ୍ଟ ଭାଷୀ, ପରୋପକାରୀ ବ୍ୟକ୍ତି ଥିଲେ ତାଙ୍କ ବିୟୋଗ ରେ ଡମ୍ ପଦର୍ ଅଂଚଳର ଅପୂରଣୀୟ କ୍ଷତି ହୋଇ ଥିବା ଡମ୍ ପଦର୍ ଗାଁ ରେ ଚର୍ଚ୍ଚା ହେଉଛି।

  ନର୍ଲା ରୁ ଜଗତ ରାମ୍ ସାହୁଙ୍କ ରିପୋର୍ଟ ଶୁଭମ୍ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow