ରାଜସ୍ବ ଗ୍ରାମ ମାନ୍ୟତା କୁ ନେଇ ଦୁଇ ଗାଁ ଲୋକ ଙ୍କ ମଧ୍ୟରେ ତିକ୍ତତା,

Apr 10, 2025 - 15:17
Apr 10, 2025 - 15:19
 0  77
ରାଜସ୍ବ ଗ୍ରାମ ମାନ୍ୟତା କୁ ନେଇ ଦୁଇ ଗାଁ ଲୋକ ଙ୍କ ମଧ୍ୟରେ ତିକ୍ତତା,

ରାଜସ୍ବ ଗ୍ରାମ ମାନ୍ୟତା କୁ ନେଇ ଦୁଇ ଗାଁ ଲୋକ ଙ୍କ ମଧ୍ୟରେ ତିକ୍ତତା,

ନର୍ଲା /ଶୁଭମ ବାର୍ତ୍ତା :- ରାଜସ୍ବ ଗ୍ରାମ ମାନ୍ୟତା କୁ ନେଇ ଦୁଇଟି ଗାଁ ତିକ୍ତତା ଏଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ପରିସର ରେ। ସୂଚନା ଅନୁସାରେ ନର୍ଲା ବ୍ଲକ୍ ଅନ୍ତର୍ଗତ ବାଲସିଙ୍ଗା ପଞ୍ଚାୟତ ଅଧୀନ ରେ ଯାଉଛି ସାଲେପଡ଼ା  ଓ ବାଲସୀଙ୍ଗା ଗାଁ,ବାଲସିଙ୍ଗା ଗାଁ ପୂର୍ବରୁ ରାଜସ୍ବ ଗାଁ ର ମାନ୍ୟତା ପାଇ ଥିବା ବେଳେ ସଲେପଡା ଗାଁ କୁ ଆଜି ଯାଏ ରାଜସ୍ବ ଗାଁ ର ମାନ୍ୟତା ମିଳି ନାହିଁ କାରଣ ତାଙ୍କ ପାଖରେ ରାଜସ୍ବ ଗାଁ ହେବା ପାଇଁ ଆବଶ୍ୟକୀୟ ଜମି ନାହିଁ, ଫଳରେ ବାଲସିଙ୍ଗା ଗାଁ ଲୋକଙ୍କ ଜମି କୁ ମିସାଇ ରାଜସ୍ବ ଗାଁ ର ମାନ୍ୟତା ପାଇବାକୁ ଚେଷ୍ଟା କରୁଥିବା ଅଭିଯୋଗ କରୁଛନ୍ତି ବାଲସିଙ୍ଗା ଗ୍ରାମବାସୀ। ଉକ୍ତ ସମସ୍ୟା ର ସମାଧାନ ପାଇଁ ନର୍ଲା ତହସିଲ୍ କାର୍ଯ୍ୟାଳୟ ରୁ ଦୁଇ ଗାଁ ଲୋକଙ୍କୁ ଡାକରା ହୋଇଥିଲା। ଉଭୟ ପକ୍ଷ କୁ ନେଇ ବ୍ଲକ୍ ସମ୍ମେଳନ କକ୍ଷ ରେ ଏକ ଆଲୋଚନା ହୋଇ ଥିଲା। ଏହି ଆଲୋଚନାରେ କୌଣସି ସମାଧାନ ନା ବାହାରିବାରୁ ନର୍ଲା ତହସିଲ୍ ଦାର୍ ଉପରିସ୍ଥ ଅଧିକାରୀ ଙ୍କୁ ଜଣେଇବାକୁ ନିଷ୍ପତି ନେଇ ଥିବା ବେଳେ କ୍ୟାମେରା ସାମ୍ନା ରେ କହିବାକୁ ସରକାରି ଅନୁମତି ନାହିଁ ବୋଲି କହି ଥିଲେ, ସେପଟେ ବାଲସିଙ୍ଗା ଗ୍ରାମ ବାସୀ ନିଜର ଜମି କୁ ସାଲେପଡ଼ା କୁ ଦେବୁନାହିଁ ବୋଲି ଜିଦ୍ ଧରି ବସି ଥିବା ବେଳେ ସାଳେପଡ଼ା ଗ୍ରାମବାସୀ ଙ୍କ ରାଜସ୍ବ ଗ୍ରାମ ମାନ୍ୟତା ର ସ୍ବପ୍ନ କେବେ ପୂରଣ ହେବ ତାହା ସମୟ କହିବ ।

  ନର୍ଲା ରୁ ଜଗତ ରାମ୍ ସାହୁ ଙ୍କ ରିପୋର୍ଟ୍ ଶୁଭମ୍ ବାର୍ତ୍ତା।

What's Your Reaction?

like

dislike

love

funny

angry

sad

wow