ସରକାର ଙ୍କ ମୌଳିକ ସୁବିଧା ରୁ ବଞ୍ଚିତ ରଙ୍ଗପାରୁ ଗ୍ରାମବାସୀ,

Mar 25, 2025 - 06:10
Mar 25, 2025 - 06:15
 0  49
ସରକାର ଙ୍କ ମୌଳିକ ସୁବିଧା ରୁ ବଞ୍ଚିତ ରଙ୍ଗପାରୁ ଗ୍ରାମବାସୀ,

 ସରକାର ଙ୍କ ମୌଳିକ ସୁବିଧା ରୁ ବଞ୍ଚିତ ରଙ୍ଗପାରୁ ଗ୍ରାମବାସୀ,

ଶୁଭମ ବାର୍ତ୍ତା :- ଦିନ ଥିଲା ଅଭାବ୍ ଅନାଟନ, ଛୁଆ ବିକ୍ରି ପରି ଅନେକ୍ ଛାତିଥରା ଘଟଣା କୁ ନେଇଁ କଳାହାଣ୍ଡି ବି ଅନେକ୍ ଅପବାଦ ମୁଣ୍ଡେଇ ଥିଲା, ହେଲେ ଇନ୍ଦ୍ରାବତୀ ଓ  ରେତ୍ତ୍ ପ୍ରକଳ୍ପ ର ଅଶ୍ରିବାଦ୍ ରୁ ସେହି ଶୁଖିଲା କଳାହାଣ୍ଡି ଆଜି ଶସ୍ୟ ଶ୍ୟାମଳା ରେ ପରିଣତ ହୋଇଛି, ଅଭାବ୍ ନେଇଛି ଅନ୍ନ ଭଣ୍ଡାର୍ ର ରୂପ ତଥାପି ଅନେକ୍ ଆଶା ଓ ଆକାଂକ୍ଷା ରେ କଳାହାଣ୍ଡି ବାସୀ । ଜିଲ୍ଲା ରେ ଏବେ ବି ଏମିତି ଗାଁ ଅଛି ଲୋକେ ସରକାର ଙ୍କ ମୌଳିକ ସୁବିଧା ରୁ ବଞ୍ଚିତ ଅଛନ୍ତି।ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍ କମର୍ଦ୍ଧା ପଞ୍ଚାୟତର ଉଲିଗୁଞ୍ଜେର ରଙ୍ଗପାରୁ ଗାଁ ରେ। ଗାଁ ରେ ପାଖାପାଖି ୩୦ ରୁ ଉର୍ଦ୍ଧ ପରିବାର ବାସ କରନ୍ତି କିନ୍ତୁ ଗାଁ କୁ ଯିବା ପାଇଁ ରାସ୍ତା ନ ଥିବା ବେଳେ ପିଇବା ପାଣି ପାଇଁ ନିକଟସ୍ଥ ନାଳ ଉପରେ ନିର୍ଭର କରିବାକୁ ପଡେ ।ନାଳ ରେ ଛୋଟ ଛୋଟ କୂଅ ଖୋଳି ସେଠାରୁ ପିଇବା ପାଇଁ ପାଣି ସଂଗ୍ରହ କରନ୍ତି।ଖରା ଦିନ ତ କଟି ଯାଏ କିନ୍ତୁ ବର୍ଷା ଦିନରେ ଗୋଳିଆ ପାଣି ପିଇବାକୁ ପଡ଼ିଥାଏ , ସେଥିପାଇଁ ସରକାର୍ ଏଥି ପ୍ରତି ଦୃଷ୍ଟି ଦେଇ ଉକ୍ତ ଗାଁ କୁ ରାସ୍ତା ସହିତ ନଳକୂପ ର ବ୍ୟବସ୍ଥା କରିବାକୁ ଗ୍ରାମବାସୀ ଗୁହାରି କରିଛନ୍ତି।

       ନାର୍ଲା ରୁ ଜଗତ ରାମ୍ ସାହୁ ଙ୍କ ରିପୋର୍ଟ୍ ଶୁଭମ୍ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow