ସାଲେଭଟା କ୍ରିକେଟ ଟୁର୍ନାମେଣ୍ଟ ତହଁସିର ବିଜୟୀ l

ସାଲେଭଟା କ୍ରିକେଟ ଟୁର୍ନାମେଣ୍ଟ ତହଁସିର ବିଜୟୀ l
ନର୍ଲା 12/1(ଶୁଭମ ବାର୍ତ୍ତା ) :- କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ସ୍ଥିତ ପଲମ ଗ୍ରାମ ପଞ୍ଚାୟତ ସାଲେଭଟା ଠାରେ ଅନୁଷ୍ଠିତ ହୋଇଥିବା କ୍ରିକେଟ ଟୁର୍ନାମେଣ୍ଟ ର ଉଦଯାପନୀ ହୋଇଯାଇଛି l l ଏହି ଖେଳ ରେ ଆଖ ପାଖ ଅଞ୍ଚଳ ର ଷୋହଳ ଗୋଟି ଦଳ ଭାଗ ନେଇଥିଲେ l ତହଁସିର ଏବଂ ମସ୍କାଦାଣ୍ଡି ଦଳ ଫାଇନାଲ କୁ ଉତ୍ତୀର୍ଣ୍ଣ ହୋଇ ତହଁସିର ଦଳ ବିଜୟୀ ହୋଇ ଟ୍ରଫି ଗ୍ରହଣ କରିଥିଲେ l ମୁଖ୍ୟ ଅତିଥି ନର୍ଲା ବ୍ଲକ ଅଧ୍ୟକ୍ଷ ଙ୍କ ପ୍ରତିନିଧି ଘଣ୍ଟମାଳ ସରପଞ୍ଚ ଶ୍ରୀଯୁକ୍ତ ଦେବେନ୍ଦ୍ର ସା ଯୋଗ ଦେଇ ସମସ୍ତ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହିତ ନୂତନ ବର୍ଷର ଶୁଭେଚ୍ଛା ଜଣାଇଥିଲେ l ଗ୍ରାମଅଞ୍ଚଳ ରେ ଖେଳ ଅନୁଷ୍ଠିତ ହେଉଥିବା ରୁ ଆଗାମୀ ଦିନରେ ସମସ୍ତ ସହଯୋଗ ଦେବା କୁ ସାଲେଭଟା କ୍ରିକେଟ କମିଟି କୁ କଥା ଦେଇଥିଲେ l ସମ୍ମାନିତ ଅତିଥି ଭାବେ ମହଗାଁ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରାଜୀବ ଲୋଚନ ଗହୀର,ରାଇଧୁନି ପଦର ପ୍ରଧାନ ଶିକ୍ଷକ ଜ୍ଞାନେନ୍ଦ୍ର ଗହୀର,ଆଲିମ ସହକାରିଶିକ୍ଷକ ଶେଷ ଦେଵ ନାଗ,ସାଲେଭଟା ପ୍ରାଥମିକ ଶିକ୍ଷକ ଛନ୍ଦାଚରଣ ଧାରୁଆ, ବିଏସଏଫ ଯବାନ ମିନିକେତନ ଧାରୁଆ,ପଲମ ଅଞ୍ଚଳ ର ସମାଜ ସେବି ଶ୍ରୀଯୁକ୍ତ ଭୁବନେଶ୍ୱର ସାହୁ, ୱାର୍ଡ଼ ସଦସ୍ୟ ଶ୍ରୀଯୁକ୍ତ ଚକ୍ର ନନ୍ଦ, ସତ୍ୟନିୟୁଜ ଦୈନିକ ଖବର କାଗଜ ର ଜିଲ୍ଲା ପ୍ରତିନିଧି ଶ୍ରୀ ଯୁକ୍ତ ସଦାଶିବ ନାଗ ଯୋଗ ଦେଇ ଥିଲେ l ବିବେକ ଗହୀର ଓ ତପନ ସାହୁ ଖେଳ ପରିଚାଳନା କରିଥିବା ବେଳେ ପିଙ୍କୁସାହୁ ଓ ଜିତୁ ସାହୁ ଧାରା ବିବରଣୀ ପ୍ରଦାନ କରିଥିଲେ l ରାଜ ଗହୀର,ଆଲୋକ ନାଗ,ପପୁ ମନହୀରା, ସୀତୁ ସାହୁ ସାଲେଭଟା କ୍ରିକେଟ କମିଟି ସମସ୍ତ ସଦସ୍ୟ ସହଯୋଗ କରିଥିଲେ l ଉପସ୍ଥିତ ଦର୍ଶକ ମାନେ ଖେଳର ବେଶ ମଜା ନେଇଥିଲେ,
ନର୍ଲା ରୁ ତପନ କୁମାର ସାହୁଙ୍କ ରିପୋର୍ଟ ଶୁଭମ ବାର୍ତ୍ତା
What's Your Reaction?






