ସ୍ଵାମୀଙ୍କ ଦଶାହରେ ଆଖିବୁଜିଲେ ସ୍ତ୍ରୀ ।

May 29, 2025 - 06:23
 0  44
ସ୍ଵାମୀଙ୍କ ଦଶାହରେ ଆଖିବୁଜିଲେ ସ୍ତ୍ରୀ ।

ସ୍ଵାମୀଙ୍କ ଦଶାହରେ ଆଖିବୁଜିଲେ ସ୍ତ୍ରୀ ।

ଶୁଭମ ବାର୍ତ୍ତା :- କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ କେଗାଁ ପଞ୍ଚାୟତର ସାନଚେରଗାଁ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସାନଚେରଗାଁ ଗ୍ରାମର ବାଶୁରାମ ଦାସ(୯୦) ଗତ ୧୯ ସୋମବାର ଦିନ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ୨୮ ମଇ ବୁଧବାର ଦିନରେ ତାଙ୍କର ଦଶାହ ଦିନରେ ସ୍ତ୍ରୀ ଖୀରାନ୍ଦ୍ରୀ ଦାସ (୮୦)ଙ୍କ ମୃତ୍ୟୁ ଘଟିଛି। ସ୍ଵାମୀଙ୍କ ମୃତ୍ୟୁ ପରେ ସ୍ତ୍ରୀ ଚିନ୍ତାରେ ରକ୍ତଚାପ ଓ ହୃତଘାତ ବଢ଼ିବାରୁ ଆଜି ତାଙ୍କର ମୃତ୍ୟୁ ହୋଇଛି। ଏନେଇ ସାନଚେରଗାଁ ଗ୍ରାମରେ ଦାସ ପରିବାର ମଧ୍ୟରେ ଶୋକର ଛାଇ ଖେଳିଯାଇଛି। ରାମାୟଣ ଯୁଗରେ ପୁଅ ଇନ୍ଦ୍ରଜିତଙ୍କ ଦଶାହ ଦିନର ପିତା ରାବଣର ମୃତ୍ୟୁ ହୋଇଥିଲେ। ତାର ଜ୍ୱଳନ୍ତ ଉଦାହରଣ ସାନଚେରଗାଁ ଗ୍ରାମରେ ଘଟିଛି। ସ୍ୱାମୀଙ୍କ ଦଶାହ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ବନ୍ଧୁ କୁଟୁମ୍ବ ଯୋଗଦେଇଥିବା ବେଳେ ଏପଟେ ସ୍ତ୍ରୀଙ୍କ ମୃତ୍ୟୁ ଘଟିଥିବାରୁ ଉପସ୍ଥିତ ବନ୍ଧବର୍ଗ ଶବ ସତ୍କାର ପାଇଁ ସ୍ମଶାନ ଭୂମିକୁ ନେଇ ଶବ ସତ୍କାର କରିଥିବା ପରିବାର ପକ୍ଷରୁ ହୃଦାନନ୍ଦ ଦାସ,ହେମନ୍ତ ଦାସ, ଲାବଣ୍ୟ ଦାସ, ମଦନ ଦାସ, ଶ୍ରୀନିବାସ ଦାସ ପ୍ରମୁଖ ପ୍ରକାଶ କରିଥିଲେ ।

 ଗୋଲାମୁଣ୍ଡା ବ୍ଲକ ରୁ ଉପେନ୍ଦ୍ର ବଗର୍ତ୍ତି ଙ୍କ ରିପୋର୍ଟ ଶୁଭମ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow