ପୁଣି ଗର୍ଜିଲେ ଅଙ୍ଗନବାଡି କର୍ମୀ। ସହରରେ ପ୍ରତିବାଦ ଶୋଭାଯାତ୍ରା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ,

ପୁଣି ଗର୍ଜିଲେ ଅଙ୍ଗନବାଡି କର୍ମୀ। ସହରରେ ପ୍ରତିବାଦ ଶୋଭାଯାତ୍ରା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ,
ଶୁଭମ ବାର୍ତ୍ତା _ କଳାହାଣ୍ଡି : ଆଜି ଜିଲ୍ଲାର ୧୩ ଟି ବ୍ଲକ ସମେତ ସମସ୍ତ ମ୍ୟୁନସିପାଲିଟି, ବିଜ୍ଞାପିତ ଅଂଚଳ ପରିଷଦ ର ହଜାର ହଜାର ଅଙ୍ଗନବାଡି କର୍ମୀ ବାଲାଜୀ ମନ୍ଦିର ନିକଟରୁ ଏକ ବିଶାଳ ଶୋଭାଯାତ୍ରା ରେ ବାହାରି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପହଂଚିଥିଲେ।ପରେ ପରେ କଳାହାଣ୍ଡି ଜିଲ୍ଲା ସଭାପତି ଶ୍ରୀମତୀ ମଞ୍ଜୁଲତା ମିଶ୍ରଙ୍କ ନେତୃତ୍ୱରେ ଏକ ସଭା ଆୟୋଜନ କରାଯାଇ ଜିଲ୍ଲାପାଳଙ୍କୁ ଜରିଆରେ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟ ରେ ଦାବିପତ୍ର ପ୍ରଦାନ କରାଯାଇଥିଲା। ସଂଘର ପ୍ରମୁଖ ଦାବୀ ସମୂହ ଯଥା :ଅଙ୍ଗନବାଡି କର୍ମୀଙ୍କ ସର୍ବନିମ୍ନ ୧୮ ହଜାର ଟଙ୍କା ଦିଆଯାଉ ଯେ ପର୍ଯ୍ୟନ୍ତ ସରକାରୀ କର୍ମଚାରୀ ନ କରିଛନ୍ତି। ସେହିପରି ଅବସର କାଳୀନ ୫ ଲକ୍ଷ ଟଙ୍କା ଗ୍ରାଚୁୟାଟି ଓ ମାସିକ ୨ହଜାର ଟଙ୍କା ପେନସନ, ସମସ୍ତ ମିନି ଅଙ୍ଗନବାଡି କର୍ମୀଙ୍କୁ ଅଙ୍ଗନବାଡି ଘୋଷଣା କରାଯାଉ ଏବଂ ସହାୟିକା ମାନଙ୍କୁ ମାସିକ ଅନ୍ୟୁନ ୯ ହଜାର ଟଙ୍କା ଦରମା ପ୍ରଦାନ, କୌଣସି ଅଙ୍ଗନବାଡି କର୍ମୀ ଆକର୍ମଣ୍ୟ ହେଲେ ତାଙ୍କୁ ଅନ୍ୟୁନ ୫ ଲକ୍ଷ ଟଙ୍କା ସହାୟତା ପ୍ରଦାନ, ଗାଁ ସମିତି ଅଧୀନରୁ ସମ୍ପୂର୍ଣ ମୁକ୍ତ କରାଯାଉ, ସରକାରଙ୍କ ନୂତନ ଶିକ୍ଷ୍ୟାନୀତି ଅନୁଯାଇ ଯୋଗ୍ୟ ବିବେଚିତ ଅଙ୍ଗନବାଡି କର୍ମୀମାନଙ୍କୁ ବୟସ ସୀମାକୁ ଉଛେଦ କରି ପ୍ରି ପ୍ରାଇମେରୀ ଶିକ୍ଷକ ଭାବେ ଶିକ୍ଷ୍ୟନୁଷ୍ଠାନ ମାନଙ୍କରେ ନିଯୁକ୍ତି ପ୍ରଦାନ କରିବା, ବରିଷ୍ଠତା ଭିତରେ ସହାୟିକା ମାନଙ୍କୁ ଅଙ୍ଗନବାଡି କର୍ମୀ ଭାବେ ପଦୋନ୍ନତି ଦେବା, ୭. ୫୦% ସିଧାସଳଖ ଅଙ୍ଗନବାଡି ସୁପରଭାଇଜର ନିଯୁକ୍ତି ବଳରେ ବରିଷ୍ଠତା ଓ ଶିକ୍ଷ୍ୟାଗତ ଯୋଗ୍ୟତା ଥିବା ଅଙ୍ଗନବାଡି କର୍ମୀମାନଙ୍କୁ ସୁପରଭାଇଜର ଭାବେ ପଦୋନ୍ନତି ଦେବାଭଳି ଦାବୀ ସମୂହ ସରକାର ଙ୍କ ନିକଟରେ ରଖାଯାଇଥିବା ବିଷୟରେ କଳାହାଣ୍ଡି ଜିଲ୍ଲା ଆଞ୍ଚଳିକ ସଭାନେତ୍ରୀ ଶ୍ରୀମତୀ ମଞ୍ଜୁଲତା ମିଶ୍ର ଓ ସାଧାରଣ ସମ୍ପାଦିକା ଶ୍ରୀମତୀ ହେମଲତା ସାମଲ ପ୍ରକାଶ କରିଛନ୍ତି।ପୁନଶ୍ଚ ସରକାର ଅଲ ଓଡିଶା ଅଙ୍ଗନବାଡି ୱାର୍କର ଲେଡ଼ିଜ ଆସୋସିଏସନ ର ଦାବୀ ପୂରଣ ନ କରିବାଯାଏ, ଏଭଳି ଗଣଧାରଣା, ବିକ୍ଷୋଭ ମାନ ଜାରି ରହିବ ବୋଲି ଗଣମାଧ୍ୟମ ନିକଟରେ ସଭାନେତ୍ରୀ ମଞ୍ଜୁଲତା ମିଶ୍ର ଚେତାବନୀ ଦେଇଛନ୍ତି।
କଳାହାଣ୍ଡି ଜିଲ୍ଲାରୁ କବିରାଜ ଦୁର୍ଗାଙ୍କ ରିପୋର୍ଟ ଶୁଭମ ବାର୍ତ୍ତା
What's Your Reaction?






