ଲଘୁଚାପ ବର୍ଷାରେ ଭାଙ୍ଗିଲା ଗଛ । କେଗାଁ ଠୁ ସିନାପାଲି ରାସ୍ତା କିଛି ସମୟ ପାଇଁ ଯାତାୟାତ ଠପ ।

May 31, 2025 - 07:30
 0  20
ଲଘୁଚାପ ବର୍ଷାରେ ଭାଙ୍ଗିଲା ଗଛ । କେଗାଁ ଠୁ ସିନାପାଲି ରାସ୍ତା କିଛି ସମୟ ପାଇଁ ଯାତାୟାତ ଠପ ।

ଲଘୁଚାପ ବର୍ଷାରେ ଭାଙ୍ଗିଲା ଗଛ । କେଗାଁ ଠୁ ସିନାପାଲି ରାସ୍ତା କିଛି ସମୟ ପାଇଁ ଯାତାୟାତ ଠପ ।

ଶୁଭମ ବାର୍ତ୍ତା :- ଗୋଲାମୁଣ୍ଡା କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କେଗାଁ ଠୁ ସିନାପାଲି ରାସ୍ତାରେ କିଛି ସମୟ ପାଇଁ ଯାତାୟାତ ବନ୍ଦଥିବା ଦେଖିବାକୁ ମିଳିଛି। ସୂଚନାରୁ ପ୍ରକାଶ ଲଘୁଚାପ ଜନିତ ବର୍ଷାରେ କେଗାଁ ଓ ସିନାପାଲି ରାସ୍ତାରେ ମଝିରେ ଏକ ବିଶାଳ ବମୁର ଗଛ ପଡିବାରୁ ଯାତାୟାତ ଠପ ହୋଇଯାଇଥିଲା। ଯାହା ଫଳରେ କେଗାଁ ସିନାପାଲି ଦେଇ ବଲାଙ୍ଗୀର ଯାଉଥିବା ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏ ନେଇ ଅଞ୍ଚଳର ଗଣମାଧ୍ୟମ ପ୍ରତିନିଧି ଓ ସମାଜସେବୀଙ୍କ ପ୍ରଚେଷ୍ଟାରେ ଅଗ୍ନିଶମ ବାହିନୀକୁ ଯୋଗାଯୋଗ କରାଯାଇଥିଲା। ଅଗ୍ନିଶମ ବାହିନୀ ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚି ଗଛ କାଟିଵା ପରେ ଯାତାୟାତ ସ୍ୱାଭାବିକ ଭାବରେ ଚାଲିଥିବା ଜଣାପଡିଛି।

ଗୋଲାମୁଣ୍ଡା ବ୍ଲକ ରୁ ଉପେନ୍ଦ୍ର ବଗର୍ତ୍ତି ଙ୍କ ରିପୋର୍ଟ ଶୁଭମ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow