ବାଙ୍କେଲ୍ ଗାଁ ରେ ହାତୀ ଉପଦ୍ରବ , ଚିନ୍ତା ରେ ଗ୍ରାମ ବାସୀ,

ବାଙ୍କେଲ୍ ଗାଁ ରେ ହାତୀ ଉପଦ୍ରବ , ଚିନ୍ତା ରେ ଗ୍ରାମ ବାସୀ
ଶୁଭମ ବାର୍ତ୍ତା :- କିଛିଦିନ ହେଲା କଳାହାଣ୍ଡି ଜିଲ୍ଲାର ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ୍ ର ଉଲିଶିର୍କା, ବାଙ୍କେଲ୍, ପାଣିମୁଣ୍ଡା ଅଞ୍ଚଳ ରେ ଜଙ୍ଗଲି ହାତୀ ଙ୍କ ଉପଦ୍ରବ ଦେଖି ବାକୁ ମିଳିଛି।ସନ୍ଧ୍ୟା ନଈ ଆସିଲେ ହାତୀ ପଲ ଆସି ଚାଷୀ ଙ୍କ ଆମ୍ବ ବଗିଚା ରେ ପଶି ଆମ୍ବ ଖାଇବା ସହିତ ଆମ୍ବ ଗଛ କୁ ଭାଙ୍ଗି ରୁଚି ଚୂର୍ ମାର୍ କରୁଛନ୍ତି । ଗାଁ ରେ ବନ ସୁରକ୍ଷା କମିଟି ଥିବା ସହିତ ବନ ବିଭାଗର କର୍ମଚାରୀ ମାନେ ମଧ୍ୟ ପଇନ୍ତରା ମାରୁଛନ୍ତି କିନ୍ତୁ ସେମାନେ ମଧ୍ୟ ହାତୀ ଘଉଡାଇ ବାରେ ବିଫଳ ହେଉ ଥିବା ସ୍ଥାନୀୟ ଚାଷୀମାନେ ପ୍ରକାଶ୍ କରିଛନ୍ତି। ପ୍ରକୃତ ରେ ହାତୀ ଗାଁ ମୁହାଁ ହେବାର କାରଣ ହେଉଛି ଜଙ୍ଗଲ କ୍ଷୟ ,ମଣିଷ ନିଜର ସ୍ବାର୍ଥ ପାଇଁ ଜଙ୍ଗଲ କୁ କାଟି ପଦା କରି କପା, ମକ୍କା,ହରଡ ଭଳି ଚାଷ କରୁଥିବାରୁ ହାତୀ ଙ୍କ ଖାଇବା ପାଇଁ କିଛି ମିଳୁ ନାହିଁ ଫଳରେ ଭୋକ ବିକଳ ରେ ଗାଁ ମୁହାଁ ହେଉଛନ୍ତି। ବାଙ୍କେଲ୍ ଗାଁ ର ଅନେକ୍ ଚାଷୀ ଙ୍କ ପାଖା ପାଖି ୧୦୦ ରୁ ଉର୍ଦ୍ଧ ଆମ୍ବ ଗଛ କୁ ଭାଙ୍ଗି ଦେଇ ଥିବା ଦେଖିବାକୁ ମିଳିଛି। ସରକାର୍ ଏଥି ପ୍ରତି ଦୃଷ୍ଟି ଦେଇ ଚାଷୀ ଙ୍କୁ କ୍ଷତି ପୂରଣ ଦେବା ସହିତ ଏହାର ସ୍ଥାୟୀ ସମାଧାନ କରିବାକୁ ସାଧାରଣ ରେ ଦାବୀ ହେଉଛି।
ନର୍ଲା ରୁ ଜଗତ୍ ରାମ୍ ସାହୁ ଙ୍କ ରିପୋର୍ଟ୍ ଶୁଭମ୍ ବାର୍ତ୍ତା।
What's Your Reaction?






