ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିରେ ଦୁର୍ନୀତିକୁ ନେଇଁ ପର୍ଦାଫାଶ କରିବେ ଜନତା,

Jul 24, 2024 - 08:14
Jul 24, 2024 - 08:16
 0  27
ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିରେ ଦୁର୍ନୀତିକୁ ନେଇଁ ପର୍ଦାଫାଶ କରିବେ ଜନତା,

ଲାଞ୍ଜିଗଡ (ଶୁଭମ ବାର୍ତ୍ତା):- କଳାହାଣ୍ଡିରେ ଦାଦନ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ କାମ ଅଭାବରୁ ଅନେକ ଯୁବକ ଯୁବତୀ ବାହାର ରାଜ୍ୟକୁ ଯାଇ ଦାଦନ ଖଟୁଛନ୍ତି କିଏ ପଙ୍ଗୁହୋଇ ଫେରୁଛି ତୋ କିଏ ସବ ହୋଇ ଫେରୁଛି l କେନ୍ଦ୍ର ସରକାର ମହାତ୍ମଗାନ୍ଧୀ କର୍ମନିଯୁକ୍ତି ଯୋଜନାରେ କୋଟିକୋଟି ଟଙ୍କା ବିଭିନ୍ନ ପ୍ରକଳ୍ପ ପାଇଁ ବ୍ୟାୟବରାଦ କରୁଛନ୍ତି ହେଲେ କିଛି ଅସାଧୁ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ଏହି ଯୋଜନା କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକରେ ବାଟବଣା ହେବାରେ ଲାଗିଛି l ଏହି ବ୍ଲକରେ ମଣିଷ ବଦଲରେ ମେସିନ କରୁଛି ମନରେଗା କାମ ଏଭଳି ଏକ ଘଟଣା ଦେଖିବାକୁ ମିଲିଛି ଲାଞ୍ଜିଗଡ ବ୍ଲକ ଉପାନ୍ତ ଓ ମାଓ ପ୍ରବଣ ଅଞ୍ଚଳ ବିଜେପୁର ପଞ୍ଚାୟତର ବିଜେପୁର ଗାଁରେ l ପ୍ରଥମେ ୫ଲକ୍ଷ ଅନୁଦାନରେ ଏକ ପୋଖରୀ ଉନ୍ନତି କରଣ ପାଇଁ କାମ ଆରମ୍ଭ ହୋଇଥିଲା ଓ ପରେ ଆହୁରି ୧୦ଲକ୍ଷ ସେହି ପୋଖରୀ ଖନନ ପାଇଁ ଅନୁଦାନ ଦିଆଯାଇ ଥିଲା l ଏହି କାମକୁ ପଞ୍ଚାୟତ ପୋଖରୀ ଖନନ କରିବା କଥା ହେଲେ ଏହି କାମକୁ ସରକାରଙ୍କ ନିୟମ ଅନୁଯାଇ ସେହି ଅଞ୍ଚଳରେ ଶ୍ରମିକ ମାନେ କାମ କରିବାକଥା ହେଲେ କିଛି ଦୁର୍ନୀତି ଗ୍ରସ୍ତ ଓ ଲାଭ ଖୋର ସ୍ଥାନୀୟ କୁଜିନେତା ଯନ୍ତ୍ରୀ ଏବଂ ଗ୍ରାମରୋଜଗାର ସେବକ ମେସିନ ଦ୍ୱାରା ପୋଖରୀ ଖନନ କରି ୧୫ଲକ୍ଷ ଟଙ୍କା ଆତ୍ମସାତ କରିଥିବା ଶ୍ରମିକ ମାନେ ଅଭିଯୋଗ କରିଛନ୍ତି l ଯେତେ ବେଳେ ପୋଖରୀ ଖନନ ପାଇଁ ଜେସିବି ମେସିନ ଲାଗି ଥିଲା ସେତେ ବେଳେ ଶ୍ରମିକ ମାନେ ଅଭିଯୋଗ କରି ଥିଲେ ହେଲେ ସ୍ଥାନୀୟ ଜିଲ୍ଲା ପରିଷଦ ସଦସ୍ୟ ପରୀକ୍ଷିତ ନାଏକ ଏହା ମନରେଗା ଯୋଜନା ନୁହଁ ସିଏଫସି ଫୋଣ୍ଡରୁ ଏହି କାମ ଚାଲିଛି ଏଥିରେ ମେସିନ ଲଗାଇ କାମ କରାଯାଇ ପାରିବ ବୋଲି ପ୍ରକାଶ କରି ଥିଲେ l ହେଲେ ଥରକେ ଗୋଟିଏ ପୋଖରୀ ଖନନ ପାଇଁ ସିଏଫସି ଫୋଣ୍ଡରୁ ୧୫ ଲକ୍ଷ ଟଙ୍କା ଅନୁଦାନ ଆସିଲା କେମିତି ତାହା ଏବେ ବିରାଟ ବଡ଼ ପ୍ରଶ୍ନବାଛି ସୃଷ୍ଟି କରୁଛି l ମନରେଗା ଯୋଜନାରେ ଏହି ପଞ୍ଚାୟତରେ ଅନେକ ଗୁଡିଏ ପ୍ରକଳ୍ପ ନିର୍ମାଣ ହୋଇଛି ହେଲେ ତାହା ମଣିଷ ଦ୍ୱାରା ନିର୍ମାଣ ହୋଇନାହିଁ ଏହା ମେସିନ କରୁଛି l ଏହାକୁ ନେଇଁ ଅଞ୍ଚଳ ବାସି ବ୍ଲକ କର୍ତ୍ତୃପକ୍ଷଙ୍କ ଠାରୁ ଜିଲ୍ଲାପାଳ ଅଭିଯୋଗ ଶୁଣାଣି ପର୍ଯ୍ୟନ୍ତ ଅଭିଯୋଗ ହୋଇଛି ହେଲେ ଜିଲ୍ଲା ପ୍ରଶାସନ ନିନ୍ଦାବିଷ୍ଣୁ ସାଜିଛନ୍ତି lମନରେଗା ଯୋଜନା ଦୁର୍ନୀତିକୁ ନେଇ ଯେତେ ଅଭିଯୋଗ ହେଲେ ସୁଦ୍ଧା କାହିଁକି ଶୁଣୁନାହାନ୍ତି ପ୍ରଶାସନ ତାହା ଅନେକ ପ୍ରଶ୍ନବାଛି ସୃଷ୍ଟି କରୁଛି l ଏହା କେବଳ ବିଜେପୁର ପଞ୍ଚାୟତର ନୁହେଁ ଲାଞ୍ଜିଗଡ ବ୍ଲକର ୨୬ଗୋଟି ପଞ୍ଚାୟତରେ ମନରେଗା ଶ୍ରମିକ ହତାଶ ହେଉ ଥିବା ବେଳେ ଲାଭ ଖୋର କୁଜି ନେତା ଦୁର୍ନୀତି ଗ୍ରସ୍ତ ପଞ୍ଚାୟତ ନିର୍ବାହୀଅଧିକାରୀ, ସରପଞ୍ଚ, ଯନ୍ତ୍ରୀ, ମାଲେମାଲ ହେଉଛନ୍ତି ଫଳରେ ଲାଞ୍ଜିଗଡ ବ୍ଲକ ଅଞ୍ଚଳରେ ଦାଦନ ସମସ୍ୟା ବୃଦ୍ଧି ପାଉଛି ହେଲେ ଏହାକୁ ନେଇ ବୁଦ୍ଧି ଯିବି ମହଲରେ ଘୋର ନିନ୍ଦା କରା ଯାଉଥିବା ବେଳେ ଲାଞ୍ଜିଗଡ ବିଡ଼ିଓ ଶଶାଙ୍କ ପାତ୍ରଙ୍କୁ ପଚାରିବାରୁ ଦୈନିକ ଖବର କାଗଜରେ ପ୍ରକାଶିତ ହେବା ପରେ ମୁଁ ଜାଣି ପାରିଛି ଓ ଆଶିଷ ଷ୍ଟାଣ୍ଡ ଇଞ୍ଜିନିଅର ହେମ୍ରମ ବାବୁଙ୍କୁ ନିର୍ଦେଶ ଦେଇଛି ଏହାର ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ ପରେ ମେସିନ ଦ୍ୱାରା ଯଦି କାମ ହୋଇଛି ଦୋଷୀ ବିରୋଧରେ ଦୃଢ଼ କର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି ହେଲେ ଆଗକୁ ଦେଖିବାକୁ ବାକି ରହିଛି ଲାଞ୍ଜିଗଡ ବିଡ଼ିଓ ତଦନ୍ତ କରି ସତ୍ୟାସତ୍ୟ କେବେ ସାମ୍ନାକୁ ଆଣୁଛନ୍ତି ଓ ଦୁର୍ନୀତି ଗ୍ରସ୍ତ କର୍ମଚାରୀଙ୍କ ବିରୁଦ୍ଧରେ କି ଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତାହା ଦେଖିବକୁ ବାକି ରହିଲା,

କଳାହାଣ୍ଡି ରୁ ତୁଳସୀ ରାମ ପ୍ରଧାନୀ ଙ୍କ ରିପୋର୍ଟ ଶୁଭମ ବାର୍ତ୍ତା,

What's Your Reaction?

like

dislike

love

funny

angry

sad

wow