ରେଢ଼ାପଦର ଗାଁରେ ଭାଲୁ ଆକ୍ରମଣରେ ଯୁବକ ଗୁରୁତର,

ରେଢ଼ାପଦର ଗାଁର ଯୁବକକୁ ଭାଲୁ ଆକ୍ରମଣରେ ଯୁବକ ଗୁରୁତର,
ନର୍ଲା ଶୁଭମ ବାର୍ତ୍ତା :- କଳାହାଣ୍ଡି, ଜିଲ୍ଲା ନର୍ଲା ରେଞ୍ଜ ଅନ୍ତର୍ଗତ କଦମ୍ବଗୁଡ଼ା ଗ୍ରାମ ପଞ୍ଚାୟତ ରେଢ଼ାପଦର ଗାଁରେ ଦେଖିବାକୁ ମିଳିଛି ଜଙ୍ଗଲି ଭାଲୁର ଆତଙ୍କ। ରେଢ଼ାପଦର ଗାଁର ଶଙ୍କର ଭୋଇ ନାମକ ଜଣେ ଯୁବକଙ୍କୁ ଦୁଇଟି ଜଙ୍ଗଲି ଭାଲୁ ଆକ୍ରମଣ କରିଥିବାରୁ ସେ ଗୁରୁତର ହୋଇପଡ଼ିଛନ୍ତି। ପରିବାର ଲୋକେ ତାଙ୍କୁ ଗୁରୁତର ଭାବେ ଉଦ୍ଧାର କରି ପ୍ରଥମେ ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଗୁରୁତର ହେବାରୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି। ଘଟଣାସ୍ଥଳରେ ବନ ବିଭାଗର କର୍ମଚାରୀମାନେ ପହଞ୍ଚିଛନ୍ତି।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଜଗତ ରାମ୍ ସାହୁ ଙ୍କ ସହିତ ତପନ କୁମାର ସାହୁ ଶୁଭମ୍ ବାର୍ତ୍ତା,
What's Your Reaction?






