ନର୍ଲା ରୋଡ୍ ରେ ଗାୟତ୍ରୀ ମନ୍ଦିର ପ୍ରତିଷ୍ଠା ସହ ପଞ୍ଚ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଟିତ,

Jan 19, 2025 - 19:02
Jan 19, 2025 - 19:26
 0  125
ନର୍ଲା ରୋଡ୍ ରେ ଗାୟତ୍ରୀ ମନ୍ଦିର ପ୍ରତିଷ୍ଠା ସହ ପଞ୍ଚ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଟିତ,

 ନର୍ଲା ରୋଡ୍ ରେ ଗାୟତ୍ରୀ ମନ୍ଦିର ପ୍ରତିଷ୍ଠା ସହ ପଞ୍ଚ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଟିତ,

ଶୁଭମ ବାର୍ତ୍ତା :- ପୃଥିବୀ ପୃଷ୍ଠ ରେ ସମସ୍ତ ଜିବ ଜନ୍ତୁ ଙ୍କ ଠାରୁ ମଣିଷ ହେଉଛି ଶ୍ରେଷ୍ଠ ପ୍ରାଣୀ, କିନ୍ତୁ ଆଧୁନିକତା ର ଆଳ ରେ ବିପଥ ଗାମୀ ହୋଇ ନିଶା ସେବନ ସହିତ ଅଖାଦ୍ୟ ଖାଇ ଅକାଳ ରେ ମୃତ୍ୟୁ ମୁଖରେ ପଡୁଛି ମଣିଷ , ସେଥିପାଇଁ ଗୃହସ୍ଥ ଜୀବନ ସହିତ ନିଜ ଜୀବନ ଶୈଳୀ କୁ ଆଧ୍ୟାତ୍ମିକତା ପଥରେ ଯୋଡ଼ି ଆତ୍ମ ସନ୍ତୋଷ ଅନୁଭବ କରିବା ପାଇଁ ମଠ, ମନ୍ଦିର ନିର୍ମାଣ କରି ପୂଜା, ଅର୍ଚ୍ଚନା,ଯଜ୍ଞ ଭଳି କାର୍ଯ୍ୟକ୍ରମ ମାନ କରିଥାଏ ,ଠିକ୍ ସେହି ଭଳି କଳାହାଣ୍ଡି ଜିଲ୍ଲା ର ନର୍ଲା ରୋଡ୍ ଠାରେ ଏକ ଗାୟତ୍ରୀ ମନ୍ଦିର ପ୍ରତିଷ୍ଠା ସହିତ ପଞ୍ଚ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଟିତ ହୋଇ ଯାଇଛି । ନର୍ଲା ଗାୟତ୍ରୀ ପରିବାର ତରଫରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ର ପ୍ରାରମ୍ଭ ରେ ଶହ ଶହ ମହିଳା ସର୍ଗିଗୁଡ଼ା ପୁଷ୍କରିଣୀ ରୁ କଳସ ରେ ପାଣି ଧରି ଶୋଭା ଯାତ୍ରା ରେ ଜାଇ ନର୍ଲା ରୋଡ୍ ଶିବ ମନ୍ଦିର ପାଖରେ ନିର୍ମାଣ ହୋଇଥିବା ନୂତନ ଗାୟତ୍ରୀ ମନ୍ଦିର ରେ କଳସ ସ୍ଥାପନ କରି ଥିଲେ।ବ୍ରାହ୍ମଣ ଙ୍କ ମନ୍ତ୍ର ପାଠ ସହ ଶଙ୍ଖ ହୁଳ ହୁଳୀ ଧ୍ବନି ରେ ମନ୍ଦିର ପ୍ରତିଷ୍ଠା ହୋଇ ଥିଲା,ପରେ ପଞ୍ଚ କୁଣ୍ଡୀୟ ମହା ଯଜ୍ଞ ଦ୍ବାରା ଉକ୍ତ ଅଂଚଳରେ ଭକ୍ରି ମେୟ ପରିବେଶ ସୃଷ୍ଟି ହୋଇ ଥିଲା। ବରିଷ୍ଟ ଶିକ୍ଷକ ରଞ୍ଜନ କୁମାର୍ ତ୍ରିପାଠୀ ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ପୁରୋହିତ ସହ କଥା ବାଚକ ଥିବା ବେଳେ କର୍ତ୍ତା ଭାବରେ କମଲ୍ ଲାଲ୍ ଜୈନ୍ ଓ ତାଙ୍କ ସହ ଧର୍ମିଣୀ ମଞ୍ଜୁ ଲତା ଜୈନ୍ କାର୍ଯ୍ୟ ଭାର ତୁଲାଇ ଥିଲେ।ଚକ୍ରଧର ସା , ଦାମୋଦର ମହାରଣା ,ଜହର୍ ଲାଲ୍ ବିଶ୍ଵାଲ୍, ତପନ୍ କୁମାର୍ ସାହୁ, ଫକୀର ପୁଟେଲ୍, ମାନସ୍ ବେହେରା, ଟୁନୁ ଗର୍ତିଆ, ଦିଗ ପଧାନ୍, ବୈଦେହି ସାହୁ, ସୁଷମା ପଟେଲ୍,ଦୁର୍ମ ମାଝୀ, ପ୍ରମୁଖ ସହଯୋଗ କରି ଥିଲେ। ଯଜ୍ଞ ଦେଖିବାକୁ ଆଖ ପାଖ ଅଞ୍ଚଳ ର ଶହ ଶହ ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇ ଥିଲା।

     ନର୍ଲା ରୁ ଜଗତ ରାମ୍ ସାହୁଙ୍କ ରିପୋର୍ଟ ଶୁଭମ୍ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow