ମହାଲିଙ୍ଗ କଲେଜ ହଷ୍ଟେଲରୁ ଯୁବକ ନିଖୋଜ ଥାନାରେ ଅଭିଯୋଗ,

ମହାଲିଙ୍ଗ କଲେଜ ହଷ୍ଟେଲରୁ ଯୁବକ ନିଖୋଜ ଥାନାରେ ଅଭିଯୋଗ
ଗୋଲାମୁଣ୍ଡା,ତା.୨୫।୦୬( ଶୁଭମ ବାର୍ତ୍ତା)ପୁଣି ଥରେ ଚର୍ଚ୍ଚାରେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ମହାଲିଙ୍ଗ କଲେଜ । ଏବେ ଏହି କଲେଜର ଜଣେ ଛାତ୍ର ହଷ୍ଟେଲରୁ ନିଖୋଜ ହୋଇଥିବା ଜଣାପଡିଛି । ଏନେଇ ଛାତ୍ରଙ୍କ ବାପା କେଗାଁ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଛାତ୍ରଙ୍କ ବାପା ସୁରେନ୍ଦ୍ର ରଣାଙ୍କ ଅଭିଯୋଗରୁ ଜଣାଯାଏ ଯେ ତାଙ୍କ ପୁଅ ତ୍ରିନାଥ ରାଣା (୨୧) ମହାଲିଙ୍ଗ ବିଜ୍ଞାନ କଲେଜରେ ଯୁକ୍ତ ତିନି ଦ୍ବିତୀୟ ବର୍ଷର ଛାତ୍ର ଭାବେ କଲେଜର ହଷ୍ଟେଲରେ ରହି ପଢୁଥିଲେ । ଗତକାଲି ଅପରାହ୍ନ ୪ ଘଣ୍ଟା ସମୟରେ ତାର ହଷ୍ଟେଲରେ ରହୁଥିବା ସାଙ୍ଗମାନେ ତ୍ରିନାଥ ସକାଳ ୫ ଘଣ୍ଟା ସମୟରୁ ନିଖୋଜ ଥିବା ନେଇ ପରିବାର ଲୋକଙ୍କୁ ଫୋନ୍ କରିଥିଲେ । ପରିବାର ଲୋକେ ମହାଲିଙ୍ଗ ତଥା ଅନେକ ସ୍ଥାନରେ ଖୋଜା ଖୋଜି କରିବା ପରେ ମଧ୍ୟ କୌଣସି ଖବର ନମିଳିବାରୁ ଆଜି ଛାତ୍ରଙ୍କ ବାପା କେଗାଁ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି । କେଗାଁ ଥାନା କେସ ନମ୍ୱର ୩୪/୨୫ରେ ଏକ ନିଖୋଜ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଥିବା ଥାନା ଆଇଆଇସି ମୁକୁନ୍ଦ ଦେବ ନାଏକ ପ୍ରକାଶ କରିଛନ୍ତି । ହଷ୍ଟେଲରେ ସୁରକ୍ଷା ଥିବା ନେଇ ଛାତ୍ରଛାତ୍ରୀଙ୍କ ବାପା ମାଁ ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ଏପଟେ ଜଣେ ଛାତ୍ର ହଷ୍ଟେଲରୁ ନିଖୋଜ ହେବା କେମିତି ଜାଣିପାରିଲେ ନାହିଁ ଦାୟିତ୍ୱରେ ଥିବା କତୃପକ୍ଷ ଏ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏ ଉପରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଉଚିତ ପଦକ୍ଷେପ ନେବାକୁ ନିଖୋଜ ହୋଇଥିବା ଛାତ୍ରଙ୍କ ବାପା ଦାବି କରିଛନ୍ତି ।
ଗୋଲାମୁଣ୍ଡା ବ୍ଲକ ରୁ ଉପେନ୍ଦ୍ର ବଗର୍ତ୍ତି ଙ୍କ ରିପୋର୍ଟ ଶୁଭମ ବାର୍ତ୍ତା
What's Your Reaction?






