ସ୍କୁଲ୍ ଘରେ ପଡିଛି ତାଲା ବାରଣ୍ଡା ରେ ପଢୁଛନ୍ତି ଛାତ୍ର ଛାତ୍ରୀ,

Jan 7, 2025 - 15:28
Jan 7, 2025 - 15:51
 0  66
ସ୍କୁଲ୍ ଘରେ ପଡିଛି ତାଲା ବାରଣ୍ଡା ରେ ପଢୁଛନ୍ତି ଛାତ୍ର ଛାତ୍ରୀ,

ସ୍କୁଲ୍ ଘରେ ପଡିଛି ତାଲା ବାରଣ୍ଡା ରେ ପଢୁଛନ୍ତି ଛାତ୍ର ଛାତ୍ରୀ 

 ଶୁଭମ ବାର୍ତ୍ତା :- ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅନ୍ତର୍ଗତ ଘୋଡ଼ାବନ୍ଧ ପଞ୍ଚାୟତ ର ଯୋଡ଼ାବନ୍ଧ ପ୍ରାଥମିକ ବିଦ୍ୟାଳୟ ରେ ।୧୯୬୧ ମସିହା ରେ ସ୍ଥାପିତ ହୋଇଥିବା ଉକ୍ତ ସ୍କୁଲ୍ ରେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୨୩ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଛନ୍ତି।ସ୍କୁଲ୍ ନିର୍ମାଣ ସମୟରେ ଉକ୍ତ ଗାଁ ର ସ୍ବର୍ଗତ ଚତ୍ରୁ ଜାନୀ ଜମି ଦାନ କରିଥିଲେ, ସେଥିପାଇଁ ତାଙ୍କ ନାଁ ଓ ତାଙ୍କ ପୁଅ ଙ୍କ ନାଁ ଲେଖା ଥିବା ନାମ ଫଳକ ସ୍କୁଲ୍ କାନ୍ଥ ରେ ଲାଗିଛି।୧୧ ଡ଼ିସ୍ ମିଲ ପରିମିତ ଜାଗା ରେ ସ୍ଥାପିତ ଉକ୍ତ ସ୍କୁଲ୍ ରେ କେବଳ ୨ ଡିସ୍ ମିଲ୍ ଜାଗା ସ୍କୁଲ୍ ନାଁ ରେ ସରକାରୀ ରେକଡ୍ ରେ ଥିବା ବେଳେ ବାକି ୯ ଡିସ୍ ମିଲ୍ ଜାଗା ମୌଖିକ ଭାବେ ଦାନ କର୍ତ୍ତା ଦାନ କରିଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି।କିନ୍ତୁ ବର୍ତ୍ତମାନ ଦାନ କର୍ତ୍ତା ଙ୍କ ସାନ ପୁଅ କୁଞ୍ଜ ଜାନୀ ଜମି ଦେବେ ନାହିଁ ବୋଲି ସ୍କୁଲ୍ ରେ ଅସି ତାଲା ପକାଇବା ଫଳରେ ଛାତ୍ର ଛାତ୍ରୀ ସ୍କୁଲ୍ ବାରଣ୍ଡା ରେ ପାଠ ପଢୁଥିବା ଦେଖି ବାକୁ ମିଳିଛି। ଏହି ସମସ୍ୟା କୁ ନେଇ ଗ୍ରାମବାସୀ ବ୍ଲକ୍ ପ୍ରଶାସନ ର ଦ୍ବାରସ୍ଥ ହୋଇଥିଲେ ମଧ୍ୟ ତାର ସୁଫଳ ମିଳୁ ନ ଥିବା ଗ୍ରାମ ବାସୀ ପ୍ରକାଶ କରିଛନ୍ତି । ସରକାର୍ ଏଥି ପ୍ରତି ଦୃଷ୍ଟି ଦେଇ ଏହି ସମସ୍ୟା ର ସମାଧାନ ପାଇଁ ସାଧାରଣ ରେ ଦାବୀ ହେଉଛି।

         ନର୍ଲା ରୁ ଜଗତ ରାମ୍ ସାହୁଙ୍କ ରିପୋର୍ଟ ଶୁଭମ୍ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow