ମୁଖୀଗୁଡା ରେ ନକଲି ବିଦେଶୀ ମଦ ପ୍ରସ୍ତୁତି କାରଖାନା ଠାବ, ବିପୁଳ ପରିମାଣରେ ମଦ ଜବତ,

Feb 19, 2025 - 14:42
Feb 19, 2025 - 14:46
 0  467
ମୁଖୀଗୁଡା ରେ ନକଲି ବିଦେଶୀ ମଦ ପ୍ରସ୍ତୁତି କାରଖାନା ଠାବ, ବିପୁଳ ପରିମାଣରେ ମଦ ଜବତ,

ମୁଖୀଗୁଡା ରେ ନକଲି ବିଦେଶୀ ମଦ ପ୍ରସ୍ତୁତି କାରଖାନା ଠାବ, ବିପୁଳ ପରିମାଣରେ ମଦ ଜବତ,

କଳାହାଣ୍ଡି, ୧୯/୦୨ଜଗନ୍ନାଥ ନାଏକ (ଶୁଭମ ବାର୍ତ୍ତା) :କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ମୁଖୀଗୁଡା ରେ ନକଲି ବିଦେଶୀ ମଦ ପ୍ରସ୍ତୁତି କାରଖାନା ଠାବ କରିଛି ଅବକାରୀ ବିଭାଗ।ଜୟପାଟଣା ଓ ଧର୍ମଗଡ ଅବକାରୀ ବିଭାଗର ମିଲିତରେ ଚଢାଉ କରି ବିପୁଳ ପରିମାଣର ମଦ ଜବତ କରାଯାଇଛି।ମୁଖିଗୁଡ଼ା ଗାଁ ର କ୍ଷମା ସାହୁ ନିଜ ଘରେ ମେସିନ ବସାଇ ନକଲି ବିଦେଶୀ ମଦ ତିଆରି କରୁଥିବା ସୁରାଗ ପାଇ ମାଡି ବସିଲା ଅବକାରି ବିଭାଗ । ବିପୁଳ ପରିମାଣର ବିଭିନ୍ନ ବ୍ରାଣ୍ଡ ର ନକଲି ମଦ,ଲେବଲ, ମଦ ତିଆରି ସାମଗ୍ରୀ ଜବତ କରିଛି ଅବକାରୀ ବିଭାଗ। ଦୀର୍ଘଦିନ ହେଲା ଏଠି ମଦ ପ୍ରସ୍ତୁତ ହୋଇ ବିଭିନ୍ନ ଅଞ୍ଚଳକୁ ଚାଲାଣ ହେଉଥିବା ବେଳେ ଏହାର ଟେର ପାଉନଥିଲା ଅବକାରୀ ବିଭାଗ।ନକଲି ମଦ ପ୍ରସ୍ତୁତ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିବା ବେଳେ ଏହି ମଦ ପିଇ ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା କଣ ହେଉଥିବା ତାହା ସହଜେ ବାରି ହେଉଛି।

What's Your Reaction?

like

dislike

love

funny

angry

sad

wow