ରାଲିରେ ଯାଉଥିବା ବେଳେ ତଳେ ପଡିଗଲେ ପିସିସି ସଭାପତି ଭକ୍ତ ଦାସ,

ରାଲିରେ ଯାଉଥିବା ବେଳେ ତଳେ ପଡିଗଲେ ପିସିସି ସଭାପତି ଭକ୍ତ ଦାସ,
ଭୂବନେଶ୍ବର ଶୁଭମ ବାର୍ତ୍ତା :- ୧୮/୦୨: ପିସିସି ସଭାପତି ଭକ୍ତ ଦାସ ଏୟାରପୋର୍ଟରୁ ବାହାରିବା ବେଳେ ମୁହଁ ମାଡି ତଳେ ପଡିଯାଇଥିଲେ। ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ଅନୁଯାୟୀ, ନିକଟରେ ଓଡ଼ିଶା ପିସିସିର ନୂଆ ସଭାପତି ଭାବେ ନିଯୁକ୍ତ ହୋଇଥିଲେ ବରିଷ୍ଠ ନେତା ଭକ୍ତ ଦାସ । ଦଳ ଛାଡିଥିବା କିମ୍ବା ବହିଷ୍କୃତ ହୋଇଥିବା ନେତାମାନଙ୍କ ଘରକୁ ବାହୁଡିବା ପାଇଁ ଅନୁରୋଧ ଦେଇଥିଲେ ।ଏହି କାର୍ଯ୍ୟକ୍ରମ ରେ ଅନେକ ନେତା କଂଗ୍ରେସକୁ ବାହୁଡିଥିଲେ । ତେବେ ଅନେକ ନେତାଙ୍କ ଘର ବାହୁଡ଼ା ପରେ କଂଗ୍ରେସ ପକ୍ଷରୁ ସଂକଳ୍ପ ସମାବେଶର ଆୟୋଜନ କରାଯାଇଥିଲା । ଯାହାକି ମଙ୍ଗଳବାର ସକାଳ ସମୟରେ ଏୟାରପୋର୍ଟରୁ ବାହାରି ଲିଙ୍ଗିପୁର ଅଭିମୁଖେ ଯାଇଥାନ୍ତେ। ହେଲେ ଏୟାରପୋର୍ଟରୁ ରାଲି ବାହାରିବା ସମୟରେ ମୁହଁ ମାଡି ତଳେ ପଡି ଯାଇଥିଲେ ପିସିସି ସଭାପତି ଭକ୍ତ ଦାସ । ଯାହା ଫଳରେ ସେ ଆହାତ ହୋଇଛନ୍ତି। ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
What's Your Reaction?






