ଦେହେଲି ଅଙ୍ଗନୱାଡ଼ି କେନ୍ଦ୍ର ରେ ମଶାରୀ ବଣ୍ଟନ କାର୍ଯ୍ୟକ୍ରମ

ଦେହେଲି ଅଙ୍ଗନୱାଡ଼ି କେନ୍ଦ୍ର ରେ ମଶାରୀ ବଣ୍ଟନ କାର୍ଯ୍ୟକ୍ରମ,
ଶୁଭମ ବାର୍ତ୍ତା :- ରାଜ୍ୟରେ ମ୍ୟାଲେରିଆ ମୁକ୍ତ ଉଦ୍ଦେଶ୍ୟ ରେ ରାଜ୍ୟ ସରକାର ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ର ସହିତ ଅଙ୍ଗନୱାଡ଼ି କେନ୍ଦ୍ର ଗୁଡିକ ରେ ଲୋକଙ୍କୁ ମଶାରୀ ବଣ୍ଟନ କରୁଥିବା ବେଳେ ଆଜି ନର୍ଲା ବ୍ଲକ୍ ଅନ୍ତର୍ଗତ ଦେହେଲି ଅଙ୍ଗନୱାଡ଼ି କେନ୍ଦ୍ର ରେ ମଧ୍ୟ ମଶାରୀ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇ ଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ଦେହେଲି, ଡଙ୍ଗର ମାଲ୍, କେନ୍ଦୁ ପଡ଼ା, ଡଙ୍ଗରତଳ ପଡ଼ା ର ହିତାଧିକାରୀ ମାନେ ଲାଇନ୍ ରେ ରହି କ୍ରମ ଅନୁସାରେ ମଶାରୀ ଗ୍ରହଣ କରିଥିଲେ। ଉକ୍ତ ମଶାରୀ ଗ୍ରହଣ କରିବା ପାଇଁ ଆଶା କର୍ମୀ ମାନେ ପ୍ରତ୍ୟେକ ଘରକୁ ଯାଇ ପୂର୍ବରୁ ଚିରିକୁଟି ବଣ୍ଟନ କରିଥିଲେ, ଉକ୍ତ ଚିରିକୁଟ ଧରି ହିତାଧିକାରୀ ମାନେ ଅଙ୍ଗନୱାଡ଼ି କେନ୍ଦ୍ର କୁ ପହଞ୍ଚି ଥିଲେ।ଏହି କାର୍ଯ୍ୟକ୍ରମ ସ୍ବାସ୍ଥ୍ୟ ବିଭାଗ ର କର୍ମଚାରୀ A NM, ଆଶା କର୍ମୀ ଙ୍କ ଓ ଅଙ୍ଗନ ୱାଡ଼ି ଦିଦି ଙ୍କ ମିଳିତ ଉଦ୍ୟମ ରେ ସୁରୁ ଖୁରୁ ରେ ମଶାରୀ ବଣ୍ଟନ ଚାଲିଥିବା ଦେଖିବାକୁ ମିଳିଥିଲା।
ନର୍ଲା ରୁ ଜଗତ ରାମ ସାହୁଙ୍କ ରିପୋର୍ଟ ଶୁଭମ ବାର୍ତ୍ତା
What's Your Reaction?






