ମାଟ୍ରିକ ପରୀକ୍ଷାରେ ରାଜ୍ୟରେ ତୃତୀୟ ସ୍ଥାନ ହାସଲ କରିଥିବା ଶ୍ରୀୟାଂଶି ସାହୁ ଙ୍କୁ ଜନ୍ମ ମାଟି ରେ ଭବ୍ୟ ସମ୍ବର୍ଦ୍ଧନା

ମାଟ୍ରିକ ପରୀକ୍ଷାରେ ରାଜ୍ୟରେ ତୃତୀୟ ସ୍ଥାନ ହାସଲ କରିଥିବା ଶ୍ରୀୟାଂଶି ସାହୁ ଙ୍କୁ ଜନ୍ମ ମାଟି ରେ ଭବ୍ୟ ସମ୍ବର୍ଦ୍ଧନା
ମ,ରାମପୁର:-୫/୫(ଶୁଭମ ବାର୍ତ୍ତା):- ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ରାଜ୍ୟରେ ତୃତୀୟ ସ୍ଥାନ ହାସଲ କରିଥିବା ଶ୍ରୀୟାଂଶୀ ସାହୁ ଙ୍କୁ ଜନ୍ମ ମାଟି ମ,ରାମପୁର ରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରା ଯାଇଛି । ମ,ରାମପୁର ପ୍ରେସ କ୍ଲବ ତରଫରୁ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ରେ ଆୟୋଜିତ ସମ୍ବର୍ଧନା ସମାରୋହ ଅନୁଷ୍ଠିତ ହୋଇ ଯାଇଛି । ସଭାପତି ପ୍ରଶାନ୍ତ ସାମନ୍ତରା ଙ୍କ ସଭାପତିତ୍ବ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ମ,ରାମପୁର ବିଡ଼ିଓ ସବ୍ୟସାଚୀ ବେହେରା, ରାଜ୍ୟ ସରପଂଚ ସଂଘ ସଭାପତି ରୋମାଞ୍ଚ ସାହୁ, ଏ ସି ଏଫ୍ ଅସିତ୍ କୁମାର ଦାଶ, ସମ୍ବର୍ଦ୍ଧିତ ପ୍ରତିଭା ଶ୍ରୀୟାଂଶି ସାହୁ ମଞ୍ଚାସିନ ରହିଥିବା ବେଳେ ସମ୍ପାଦକ ହେମନ୍ତ ସାହୁ ସଭା ପରିଚାଳନା କରିଥିଲେ । ଏହି ଅବସର ରେ ମେଧାବୀ ଛାତ୍ରୀ ଶ୍ରୀୟାଂଶି ଙ୍କ ଏହି ସଫଳତା କଳାହାଣ୍ଡି ପାଇଁ ଗର୍ବ ଓ ଗୌରବ ର ବିଷୟ ବୋଲି ଅତିଥି ମାନେ ମତ ବ୍ୟକ୍ତ କରିଥିଲେ । ଛାତ୍ରୀ ଙ୍କୁ ପ୍ରେସ କ୍ଳବ୍ ସମେତ ମ,ରାମପୁର ବ୍ଲକ୍,ବୁକ୍ ଲ୍ୟାଣ୍ଡ, ମ,ରାମପୁର ଗ୍ରାମ ପଞ୍ଚାୟତ, ମଦନପୁର ଗ୍ରାମ ପଞ୍ଚାୟତ, ମ,ରାମପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ସେବା ଜଗତ, ମହାଶକ୍ତି ଫାଉଣ୍ଡେସନ, କଳାହାଣ୍ଡି ଯ୍ୟୋର୍ତିବିତ ସଂଘ, ମ,ରାମପୁର ବିଜେପି ଦଳ,ଭଳି ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ଙ୍କ ତରଫରୁ ଶୁଭ କାମନା ଜଣାଇବା ସହ ସମ୍ବର୍ଦ୍ଧିତ କରାଯାଇଥିଲା। ଶ୍ରୀୟାଂଶି ପିତା ଅଧ୍ୟାପକ ଶିଶିର କୁମାର ସାହୁ ଓ ମାତା ଶିକ୍ଷୟିତ୍ରୀ ସନ୍ଧ୍ୟା ରାଣୀ ସାହୁ ଙ୍କ ବଡ଼ ଝିଅ ହେଇଥିବା ବେଳେ ସେ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ମୁଖିଗୁଡ଼ା ସରସ୍ଵତୀ ଶିଶୁ ମନ୍ଦିର ର ଛାତ୍ରୀ ଅଟନ୍ତି । ତେବେ ଏହି ସଫଳତା ପରେ ଆଜି ଜନ୍ମ ମାଟି ରେ ପାଦ ଥାପି ଏହି ସମ୍ବର୍ଦ୍ଧନା ମୋତେ ଆଗକୁ ଯିବା ରେ ପୂର୍ଣ୍ଣ ସହଯୋଗ କରିବ ବୋଲି ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ସମ୍ବର୍ଦ୍ଧନା ସମାରୋହ ପରେ ଛାତ୍ରୀ ଙ୍କୁ ଏକ ବିଶାଳ ଶୋଭାଯାତ୍ରା ରେ ତଳ ସାଗର ପଡ଼ା ସ୍ଥିତ ନିଜ ବାସ ଭବନ ପର୍ଯ୍ୟନ୍ତ ନିଆ ଯାଇଥିଲା । ଏହି ସମୟ ରେ ଗ୍ରାମବାସୀ ମାନେ ମଧ୍ୟ ନିଜ ନିଜ ଗୃହ ସାମ୍ନା , ଛକ ଗୁଡିକ ରେ ଶ୍ରୀୟାଂଶି କୁ ପୁଷ୍ପ, ଚନ୍ଦନ, ଉତ୍ତରୀୟ,ଉପହାର ଦେଇ ଭବ୍ୟ ସ୍ଵାଗତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମ ପରିଚାଳନା ରେ ମ,ରାମପୁର ପ୍ରେସ କ୍ଲବ, ଜିଲ୍ଲା ର ବିଭିନ୍ନ ପ୍ରନ୍ତ ର ସାମ୍ବାଦିକ ସଂଘର ସମସ୍ତ ସଦସ୍ୟ, ବିଭିନ୍ନ ଅନୁଷ୍ଠାନ ର କର୍ମକର୍ତ୍ତା ସହଯୋଗ କରିଥିଲେ।
ନର୍ଲାରୁ ଜଗତ ରାମ ସାହୁଙ୍କ ରିପୋର୍ଟ ଶୁଭମ ବାର୍ତ୍ତା
What's Your Reaction?






