ଭାତ ସହ ଆମ୍ବୁଲ ଝୋଳ ଖାଇ ବିତୁଛି ଜୀବନ,

ଲାଞ୍ଜିଗଡ ଶୁଭମ ବାର୍ତ୍ତା :- କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ମୁଣ୍ଡା ଗାଁ ର ସୁଶୀଳା ବିଶ୍ଵାଳ ଓ ତାଙ୍କ ସାତ ବର୍ଷ ର ଝିଅ ର କଥା ।ଆଉ କିଛି ଦିନ ପରେ ଅଗଷ୍ଟ ୧୫ ତାରିଖ ରେ ପାଳନ ହେବ ସ୍ଵାଧୀନତା ର ୭୭ ବର୍ଷ ପୂର୍ତ୍ତି ଅବସରରେ ସ୍ଵାଧୀନତା ଦିବସ । ବିକଶିତ ଦେଶ ଭାବରେ ଆମ ଦେଶ ଭାରତ ବିଶ୍ଵ ରେ ତିନି ନମ୍ବର୍ ଥିବା ବେଳେ ଆମ ଦେଶ ର ଗ୍ରାମାଞ୍ଚଳ ରେ ଏବେ ବି ଭାତ ସହ ଅମ୍ବୁଲ ଝୋଳ ଖାଇ ଜୀବନ ବିତାଉ ଛନ୍ତି ଲୋକେ ।ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ମଧ୍ୟ ନାହିଁ, ରାସନ୍ କାର୍ଡ,ଆଧାର କାର୍ଡ ଇତ୍ୟାଦି କଥା ତ ନ କହିବା ଭଲ। ଗାଁ ଲୋକେ ଦୟା କରି କିଛି ଖାଇ ବାକୁ ଦେଲେ ତ ମାଆ ଝିଅ ଖାଇ ଥାନ୍ତି ନ ହେଲେ ଓପାସ ରେ ଭଙ୍ଗା କୁଡିଆ ଘରେ ପଡ଼ି ରହନ୍ତି।ସରକାରୀ ସାହାଯ୍ୟ ଅପେକ୍ଷା ରେ ଅଛନ୍ତି ମାଆ ଝିଅ । ରାଜ୍ୟ ରେ ୨୫ ବର୍ଷ ର ସ୍ଥିର ସରକାର୍ ଥିଲା ଜନ୍ମ ରୁ ମୃତ୍ୟୁ ପର୍ଯ୍ୟନ୍ତ ଅନେକ ଯୋଜନା କରି ଥିଲେ ହେଲେ ସେହି ଯୋଜନା ଗୁଡ଼ିକ ସାଧାରଣ ଲୋକଙ୍କ ପାଖକୁ ପହଞ୍ଚି ବାରେ ବିଫଳ ପରି ମନେ ହେଉଛି। କିନ୍ତୁ ବର୍ତ୍ତମାନ ରାଜ୍ୟ ରେ ଡବଲ ଇଞ୍ଜିନ ର ବିଜେପି ସରକାର ଗଠନ ହୋଇଛି,ସବ୍ କା ସାଥ୍ ସବ୍ କା ବିକାସ୍ ର ନାରା ଦେଉଥିବା ସରକାର୍ ଙ୍କୁ ଉକ୍ତ ନିରିହା ମହିଳା କୁ ସରକାରୀ ସହାୟତା ପାଇଁ ସାଧାରଣ ରେ ଦାବି ହେଉଛି।
ନର୍ଲା ରୁ ଜଗତ ରାମ୍ ସାହୁଙ୍କ ରିପୋର୍ଟ୍ ଶୁଭମ ବାର୍ତ୍ତା
What's Your Reaction?






