ନର୍ଲା ବ୍ଲକ୍ ଚିତ୍ର ଶିଳ୍ପୀ କଳାକାର୍ ସଂଘ ର ନୂତନ କର୍ମକର୍ତ୍ତା ଚୟନ,

ନର୍ଲା ବ୍ଲକ୍ ଚିତ୍ର ଶିଳ୍ପୀ କଳାକାର୍ ସଂଘ ର ନୂତନ କର୍ମକର୍ତ୍ତା ଚୟନ,
ଶୁଭମ ବାର୍ତ୍ତା :- କଳାହାଣ୍ଡି ଜିଲ୍ଲା ନର୍ଲା ସହର ରେ ଥିବା ଚିତ୍ରଶିଳ୍ପୀ ସଂଘ ର ନୂତନ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇ ଯାଇଛି। ହେମନ୍ତ ନାୟକ ଙ୍କ ସଭାପତିତ୍ବ ରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ନର୍ଲା ତଥା ଆଖ ପାଖ ର ଅନେକ୍ ରଙ୍ଗତୁଲୀ କାରିଗର ଅଂଶ ଗ୍ରହଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ସଂଘ ର ବିଭିନ୍ନ ପଦ ପଦବୀ ପାଇଁ ନୂତନ ଭାବେ ବିଭିନ୍ନ କର୍ମକର୍ତ୍ତା ଚୟନ କରାଯାଇଥିଲା। ନୂତନ ସଭାପତି ଭାବରେ ଅନ୍ତଆଟ୍ସ୍ ର ମାଲିକ ଅନନ୍ତ ବାରିକ୍ ଓ ଉପସଭାପତି ଭାବେ ଚିନ୍ତାମଣି ମାଝୀ ଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇ ଥିବା ବେଳେ, ସୁବେଣୁ ଆର୍ଟ୍ସ୍ ର ମାଲିକ ବେଣୁଧର ଦୀପ୍ ଙ୍କୁ ସମ୍ପାଦକ ଓ ଅନ୍ତରାମ୍ ନାଏକ୍ ଙ୍କୁ ସହ ସମ୍ପାଦକ ଭାବେ ଚୟନ କରାଯାଇ ଥିଲା । ହେମନ୍ତ ନାୟକ କୋଷାଧ୍ୟକ୍ଷ ଭାବେ ଚୟନ ହୋଇଥିବା ବେଳେ ଡୋଳାମଣି ନାଏକ , ମାଧବ ମାଝୀ, ଅର୍ଜୁନ ପୋଡ଼, ତୀର୍ଥ ବାଗ୍ ପ୍ରମୁଖ ଉପସ୍ଥିତ ଥିଲେ।
ନର୍ଲା ରୁ ଜଗତ ରାମ୍ ସାହୁ ଙ୍କ ରିପୋର୍ଟ୍ ଶୁଭମ୍ ବାର୍ତ୍ତା
What's Your Reaction?






