ଭୋକିଲା ପେଟରେ ଆହାର ଦେବାକୁ ଯାଇଥିଲେ ତେଲେଙ୍ଗାନା କୁ ଶବ ହୋଇ ଘରକୁ ଫେରିଲେ ଦାଦନ ଶ୍ରମିକ

Jun 16, 2025 - 12:01
 0  64
ଭୋକିଲା ପେଟରେ ଆହାର ଦେବାକୁ ଯାଇଥିଲେ ତେଲେଙ୍ଗାନା କୁ ଶବ ହୋଇ ଘରକୁ ଫେରିଲେ ଦାଦନ ଶ୍ରମିକ

ଭୋକିଲା ପେଟରେ ଆହାର ଦେବାକୁ ଯାଇଥିଲେ ତେଲେଙ୍ଗାନାକୁ ଶବ ହୋଇ ଘରକୁ ଫେରିଲେ ଦାଦନ ଶ୍ରମିକ,

ଶୁଭମ ବାର୍ତ୍ତା :-  କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ବ୍ଲକ ରେ ମୃତ୍ୟୁ ର ବିଭୀଷିକା ଖେଳୁଛି ଗରିବୀ । ଦାରିଦ୍ର୍ୟ ତାଡନା ରେ ଲୋକେ ବାଧ୍ୟ ହୋଇ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଯାଉଛନ୍ତି । କିଏ ପଙ୍ଗୁ ହେଉଛି ତ କିଏ କଟା ହାତ ଗୋଡ଼ ଧରି ଆସୁଛି, ଆଉ କିଏ ଶବ ହୋଇ ଫେରୁଛନ୍ତ ତ ଆଉ କିଏ ଫେରି ମଧ୍ୟ ପାରୁନାହାନ୍ତି । ସରକାର ବଦଳୁଛନ୍ତି, ରାଜନେତା ବଦଳୁଛନ୍ତି ସର୍ବୋପରି ନିର୍ବାଚିତ ପ୍ରତିନିଧି ମଧ୍ୟ ବଦଳୁଛନ୍ତି ହେଲେ ବଦଳିପାରୁନାହିଁ ଗୋଲାମୁଣ୍ଡା ବ୍ଲକର ଭାଗ୍ୟ । ହଟି ପାରୁନାହିଁ ଦାରିଦ୍ର୍ୟ । ଆଜି ପୁଣି ଜଣେ ଦାଦନ ଶ୍ରମିକଙ୍କ ମୃତ ଦେହ ଗାଁ କୁ ଆସିବା ଘଟଣା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅନ୍ତର୍ଗତ ସାନଚେରଗାଁ ଗ୍ରାମର ଗଣେଶ ବାଗଙ୍କ ମୃତ ଶରୀର ନିଜ ବାସଭବନକୁ ଫେରିଛି । ଗତ କିଛି ଦିନ ତଳେ ତେଲେଙ୍ଗାନା ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିଲେ। ସେଠାରେ ମେଡକ ଜିଲ୍ଲା ମନୋହରବାଦ ଥାନା ଅନ୍ତର୍ଗତ ଜେଡିପଲ୍ଲୀ ରାସ୍ତା ପାଶ୍ୱରେ ଥିବା ଆଜାଦ କମ୍ପାନୀ ରେ ଶ୍ରମିକ ଭାବେ କାମ କରୁଥିଲେ । ଗଣେଶ ବାଗଙ୍କ ମିସିଙ୍ଗ ହୋଇଥିବା ନେଇ କମ୍ପାନୀ ମାଲିକ ସେଠାକାର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ହେଲେ ଗତ ଜୁନ ୧୨ ତାରିଖରେ ମୃତ ଶରୀର ମିଳିବାରୁ ମନୋହରବାଦ ପୁଲିସ ୧୭୩/୨୫ରେ ଏକ କେଶ ରୁଜୁକରି ଶବ ବ୍ୟବଚ୍ଛେଦ କରି କମ୍ପାନୀକୁ ହସ୍ତାନ୍ତର କରିଥିଲେ । ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଓ ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ପରେ କମ୍ପାନୀ ମାଲିକ ଆମ୍ବୁଲାନ୍ସ ଯୋଗେ ମୃତ ଶରୀରକୁ ନିଜର ଜନ୍ମମାଟିକୁ ପଠାଇଥିବା ବେଳେ ଆଜି ତାଙ୍କର ମୃତ ଶରୀର ଗାଁ ଫେରିଛି । ଏହା ଏକ ହତ୍ୟାକାଣ୍ଡ ବୋଲି ମୃତକର ସ୍ତ୍ରୀ ଗୁଞ୍ଜ ବାଗ ମଧ୍ୟ କେଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଆଜି ମୃତ ଶରୀର ଗାଁକୁ ପହଞ୍ଚିଵା ବେଳକୁ କେଗାଁ ପୁଲିସ ପହଞ୍ଚି ଶବଟିକୁ ଜବତ କରିବା ସଙ୍ଗେ ଆମ୍ବୁଲାନ୍ସ ଗାଡିକୁ ବି ଅଟକ ରଖିଛି। କେଗାଁ ପୁଲିସ ଏହା ଏକ ହତ୍ୟାକାଣ୍ଡ ବୋଲି କହିଥିବା ବେଳେ ସେଠାକାର ପୋଲିସର ଶବ ବ୍ୟବଚ୍ଛେଦ ରିପୋର୍ଟ ନ ଆସିଲା ପର୍ଯ୍ୟନ୍ତ ଆମ୍ବୁଲାନ୍ସ ଗାଡି ଛଡ଼ାଯିବ ନାହିଁ ବୋଲି କହିଛନ୍ତି। ଏପଟେ ମୃତକର ପରିବାର ବର୍ଗଙ୍କୁ କ୍ଷତିପୂରଣ ନ ଦେବା ପର୍ଯ୍ୟନ୍ତ ଆମ୍ବୁଲାନ୍ସ ଗାଡି ଛଡ଼ାଯିବ ନାହିଁ ବୋଲି ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି । ଶବଟିକୁ ପରିବାର ବର୍ଗଙ୍କୁ ହସ୍ତାନ୍ତର କଳାପରେ ଆମ୍ବୁଲାନ୍ସ ଗାଡି ଡ୍ରାଇଭର ଓ ଅନ୍ୟ ଜଣେ କର୍ମଚାରୀଙ୍କୁ ଅଟକ ରଖିଛି ପୁଲିସ। ଗଣେଶ ବାଗଙ୍କୁ ଯେଉଁ ବ୍ୟକ୍ତି ଦ୍ବୟ ତେଲେଙ୍ଗାନା ନେଇଥିଲେ । ସେମାନଙ୍କ ପ୍ରତି ପୁଲିସ କଣ ପଦକ୍ଷେପ ନେବ ଦେଖିବାକୁ ବାକି ରହିଲା।

 ଗୋଲାମୁଣ୍ଡା ବ୍ଲକ ରୁ ଉପେନ୍ଦ୍ର ବଗର୍ତ୍ତି ଙ୍କ ରିପୋର୍ଟ ଶୁଭମ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow