କେନ୍ଦୁପାଣି ଗାଁ ରେ ଭାଲୁ ଆକ୍ରମଣରେ ଜଣେ ଗୁରୁତର।

Jun 16, 2025 - 11:53
 0  35
କେନ୍ଦୁପାଣି ଗାଁ ରେ ଭାଲୁ ଆକ୍ରମଣରେ ଜଣେ ଗୁରୁତର।

କେନ୍ଦୁପାଣି ଗାଁ ରେ ଭାଲୁ ଆକ୍ରମଣ ରେ ଜଣେ ଗୁରୁତର।

ଶୁଭମ ବାର୍ତ୍ତା :- କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା କେନ୍ଦୁପାଣି ଗ୍ରାମ ର ଜଣେ ବ୍ୟକ୍ତି ସିଙ୍ଗଲ ମାଝୀ ଭାଲୁ ଆକ୍ରମଣ ର ଶିକାର ହୋଇ ଗୁରୁତର ହୋଇଛନ୍ତି। ରବିବାର ସେ ଗାଁ ନିକଟରେ ଥିବା ନିଜ ଚାଷଜମି କୁ ଯାଉଥିବା ବେଳେ ଭାଲୁ ହଠାତ ଅତର୍କିତ ଭାବେ ଆକ୍ରମଣ କରିଥିଳା । ଭାଲୁଟି ସିଙ୍ଗଲ ଙ୍କ ଡାହାଣ ଗୋଡ଼ ରେ ଆକ୍ରମଣ କରିଛି। ବ୍ୟକ୍ତି ଙ୍କ ଚିତ୍କାର ଶୁଣି କିଛି ଲୋକେ ଆସି ଭାଲୁ ହାବୁଡ଼ ରୁ ସିଙ୍ଗଲ ଙ୍କୁ ଉଦ୍ଧାର କରିଥିଲେ,ପରେ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସ ରେ ଧର୍ମଗଡ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା ପରେ ଭବାନୀପାଟଣା ଜିଲ୍ଲା ହସ୍ପିଟାଲ କୁ ସ୍ଥାନାନ୍ତର କରାଯାଇଛି।

ଗୋଲାମୁଣ୍ଡା ବ୍ଲକ ରୁ ଉପେନ୍ଦ୍ର ବଗର୍ତ୍ତି ଙ୍କ ରିପୋର୍ଟ ଶୁଭମ

What's Your Reaction?

like

dislike

love

funny

angry

sad

wow