"ମୃତ୍ୟୁ ଏମିତି ବି ଆସେ "ଚା ଦୋକାନ୍ ରେ ଚା ପିଇ ବସିଥିବା ସମୟରେ ଟଳି ପଡ଼ିଲେ ବିଦ୍ୟୁତ୍ ବିଭାଗ ର ପୂର୍ବତନ ଡ୍ରାଇଭର୍

Jun 16, 2025 - 21:12
Jun 16, 2025 - 21:17
 0  107
"ମୃତ୍ୟୁ ଏମିତି ବି ଆସେ "ଚା ଦୋକାନ୍ ରେ ଚା ପିଇ ବସିଥିବା ସମୟରେ ଟଳି ପଡ଼ିଲେ  ବିଦ୍ୟୁତ୍ ବିଭାଗ ର ପୂର୍ବତନ ଡ୍ରାଇଭର୍

"ମୃତ୍ୟୁ ଏମିତି ବି ଆସେ "ଚା ଦୋକାନ୍ ରେ ଚା ପିଇ ବସିଥିବା ସମୟରେ ଟଳି ପଡ଼ିଲେ ବିଦ୍ୟୁତ୍ ବିଭାଗ ର ପୂର୍ବତନ ଡ୍ରାଇଭର୍,

ଶୁଭମ ବାର୍ତ୍ତା :- ଆଜି ସନ୍ଧ୍ୟା ସମୟରେ କଳାହାଣ୍ଡି ଜିଲ୍ଲା ନର୍ଲା ସହର ର ଷ୍ଟେଟ୍ ବ୍ୟାଙ୍କ ସମ୍ମୁଖରେ ଥିବା ଏକ ଚା ଦୋକାନ୍ ରେ ଚା ପିଇ ସାରି ବସିଥିବା ସମୟରେ ଟଳି ପଡିଲେ ନର୍ଲା ବିଦ୍ୟୁତ୍ ବିଭାଗ ର ପୂର୍ବତନ ଡ୍ରାଇଭର୍। ସ୍ଥାନୀୟ ସାମ୍ବାଦିକ ଓ ସାଧାରଣ ଲୋକଙ୍କ ସୂଚନା ପରେ ତୁରନ୍ତ ଆମ୍ବୁଲାନ୍ସ ସହିତ ନର୍ଲା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ପଡ଼ିଯାଇଥିବା ବ୍ୟକ୍ତି ଙ୍କୁ ନର୍ଲା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର କୁ ନେଇଥିଲେ, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ବ୍ୟକ୍ତି ଙ୍କ ନା ଜସ୍ ପାଲ୍ ସିଂ ବୟସ ୫୫ ବର୍ଷ ହେବ, ତାଙ୍କ ଘର ସୁଦୂର ପଞ୍ଜାବ ରେ । କିଛି ବର୍ଷ ହେଲା ସେ ରୁପ୍ରାରୋଡ ରେ ରହି ନର୍ଲା ବିଦ୍ୟୁତ୍ ବିଭାଗ ର ଗାଡ଼ି ଚଳାଉ ଥିଲେ। କିଛି ଦିନ ହେଲା ସେ ଅସୁସ୍ଥ ଥିଲେ, କୌଣସି କାରଣ ରୁ ତାଙ୍କ ହାତ ଗୋଡ ମଧ୍ୟ ଫୁଲିଯାଇ ଥିଲା କିଛି ମାସ ହସ୍ପିଟାଲ୍ ରେ ଚିକିତ୍ସିତ ହୋଇ ଫେରି ଥିଲେ।

     ନର୍ଲା ରୁ ଜଗତ ରାମ୍ ସାହୁ ଙ୍କ ରିପୋର୍ଟ୍ ଶୁଭମ୍ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow