ନର୍ଲା ପୂର୍ବତନ ସରପଞ୍ଚ √ଭୀମସେନ ଭୋଇ ଙ୍କ ପରଲୋକ,

ନର୍ଲା ପୂର୍ବତନ ସରପଞ୍ଚ √ଭୀମସେନ ଭୋଇ ଙ୍କ ପରଲୋକ,
ଶୁଭମ ବାର୍ତ୍ତା :- ଶୁକ୍ରବାର ଭୋର୍ ୪ଟା ସମୟରେ ନର୍ଲା ପଞ୍ଚାୟତ ର ପୁର୍ବତନ ସରପଞ୍ଚ ତଥା ରେଖପୁର୍ ଗ୍ରାମର √ଭୀମସେନ ଭୋଇ ଇହ ଧାମ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା, ସେ ଜଣେ ପରୋପକାରୀ ସେବା ମନବୃତି ମଣିଷ ଥିଲେ ତାଙ୍କ ମୁତ୍ୟୁ ସମୟରେ ତାଙ୍କ ପରିବାର ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ, କୌଣସି ଏକ ଦୁର୍ଘଟଣା ରେ ତାଙ୍କ ଅଣ୍ଟା ରେ ଆଘାତ୍ ଲାଗିଥିଲା ଫଳରେ ସେ ଦୀର୍ଘ ଦିନ ଧରି ଶଯ୍ୟା ସାୟୀ ଥିଲେ । ନର୍ଲା ପଞ୍ଚାୟତ ର ସରପଞ୍ଚ ଭାବେ ସେ ଅନେକ ଉନ୍ନତି ମୂଳକ କାମ କରିଥିଲେ । ତାଙ୍କ ମୃତ୍ୟୁ ରେ ରେଖପୁର୍ ତଥା ନର୍ଲା ଅଞ୍ଚଳ ରେ ଶୋକ ର ଛାୟା ଖେଳି ଯାଇଥିବା ବେଳେ, ନର୍ଲା ର କାର୍ଯ୍ୟ ରତ ସରପଞ୍ଚ ତନୁଜା ହର୍ ପାଲ୍ , ବ୍ଲକ୍ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ବିଧାୟିକା ମନୋରମା ମହାନ୍ତି,ବୁଦ୍ଧିଜୀବୀ,ଓ ସାମ୍ବାଦିକ ବୃନ୍ଦ ଗଭୀର ଶୋକ ପ୍ରକାଶ କରିଛନ୍ତି।ନିଜ ଚାଷ ଜମି ରେ ହିଁ ତାଙ୍କର ଅନ୍ତିମ ସଂସ୍କାର କରାଯାଇ ଥିଲା । ତାଙ୍କ ପୁଅ ଡମ୍ବରୁ ଧର ଭୋଇ ମୁଖାଗ୍ନି ଦେଇଥିଲେ।ଏହି ସମୟରେ ବନ୍ଧୁ ପରିଜନ ଙ୍କ ସହିତ ଶହ ଶହ ଲୋକ ଉପସ୍ଥିତ ରହି ସ୍ବର୍ଗତ ଭୋଇ ଙ୍କୁ ଅନ୍ତିମ ବିଦାୟ ଦେଇ ଥିଲେ।
ନର୍ଲା ରୁ ଜଗତ ରାମ୍ ସାହୁଙ୍କ ରିପୋର୍ଟ ଶୁଭମ୍ ବାର୍ତ୍ତା
What's Your Reaction?






